ETV Bharat / bharat

Poster politics: ଯୋଗୀଙ୍କୁ ସୁରକ୍ଷା ଯୋଗାଉଛି ବାସୁକି, କଂସ ସାଜିଛନ୍ତି ଶିବରାଜ - ମଧ୍ୟପ୍ରଦେଶ

ଏବେ ଚର୍ଚ୍ଚାରେ UP ଓ MP ପୋଷ୍ଟର ରାଜନୀତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଠାରୁ ନେଇ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କ କଟାକ୍ଷପୂର୍ଣ୍ଣ ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ...

ପୋଷ୍ଟର ରଜନୀତି
ପୋଷ୍ଟର ରଜନୀତି
author img

By

Published : Sep 1, 2021, 12:39 PM IST

ଲକ୍ଷ୍ନୌ: ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଉତ୍ତର ପ୍ରଦେଶରେ ମାହୋଲ ସରଗରମ ରହିଛି । ରାଜନୀତି ପାଣିପାଗକୁ ନେଇ ଚର୍ଚ୍ଚାରେ ଏବେ ପୋଷ୍ଟର ରାଜନୀତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଠାରୁ ନେଇ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନେଇ ଏକ ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

  • कलियुगी राक्षस मचाएं हाहाकार
    मुख्यमंत्री योगी बने पालनहार #BJP4UP pic.twitter.com/7JPNyIStiz

    — BJP Uttar Pradesh (@BJP4UP) August 31, 2021 " class="align-text-top noRightClick twitterSection" data=" ">

ଗୋଟିଏ ପୋଷ୍ଟରରେ ଯୋଗୀ ଆଦିତ୍ୟନାଥ ଭଗବାନ କୃଷ୍ଣଙ୍କ ବାପା ବାସୁଦେବ ହୋଇଥିବାବେଳେ ମୁଣ୍ଡରେ କୃଷ୍ଣଙ୍କ ବଦଳରେ ଶିଶୁ ଆକାରରେ ୟୁପିକୁ ମୁଣ୍ଡାଇଛନ୍ତି । ସିଏମ୍ ଯୋଗୀ ଓ ୟୁପିକୁ ଯମୁନା ନଦୀ ଭିତରେ ଆତଙ୍କ, ମାଫିଆରାଜ ଏବଂ ଅସାମାଜିକ ଢାଲ ଭିତରେ ଥିବା ସାପ ଘେରିଛନ୍ତି ।

Poster politics, ଚର୍ଚ୍ଚାରେ UP ଓ MP ରାଜନୀତି

ସେପଟେ ବାସୁକି ନାଗ ଭାବରେ ଉଜ୍ଜ୍ବଳା, ମିଶନ ଶକ୍ତି, ଲବ ଜିହାଦ କାନୁନ, ଭାଗ୍ୟଲକ୍ଷ୍ମୀ ଯୋଜନା ଓ ଭ୍ୟାକ୍ସିନେସନ ଯୋଗୀ ସରକାରଙ୍କୁ ସୁରକ୍ଷା ଯୋଗାଉଥିବା ପୋଷ୍ଟରରେ ଚିତ୍ରିତ ହୋଇଛି । ଅଶାନ୍ତ ପାଣି ଭିତରେ ପଶି ୟୁପିକୁ ମୁଣ୍ଡାଇ ମାଡି ଚାଲିଛନ୍ତି ଯୋଗୀ । ଏହି ପୋଷ୍ଟର ୟୁପି ବିଜେପି ଟ୍ବିଟରରେ ପୋଷ୍ଟ କରାଯାଇଥିଲା । ଆଉ ଫଟୋ କ୍ୟାପ୍ସନ ଥିଲା କଳିଯୁଗ ରାକ୍ଷସମାନେ ଉତ୍ତେଜନାର ସୃଷ୍ଟି କରୁଥିବାବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ପାଲଟିଛନ୍ତି ସୁରକ୍ଷାଦାତା ।

ଏହା ସହିତ ମଧ୍ୟପ୍ରଦେଶର ଏକ ପୋଷ୍ଟରରେ କଂଗ୍ରେସର କମଳନାଥ କୃଷ୍ଣ ଓ ଶିବରାଜ ଚୌହାନଙ୍କୁ କଂସ ଭାବରେ ଦେଖିବାକୁ ମିଳିଥିଲା । ପୋଷ୍ଟର ମାଧ୍ୟମରେ ଲୋକେ କମଲ ନାଥଙ୍କୁ 2023 ନିର୍ବାଚନରେ ପ୍ରତିଦ୍ବନ୍ଦିତ୍ବା କରିବା ସହିତ ବିଜେପିକୁ ଏକ ଶିକ୍ଷା ଦେବାକୁ ଅନୁରୋଧ କରୁଥିବାର ଦେଖିବାକୁ ମିଳିଛି । ବିକାଶ ପୁରୁଷ ହୋଇଛନ୍ତି କମଲନାଥ ।

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ 2023 ରେ ହେବ ବୋଲି ଆଶା କରାଯାଉଛି । ଗତବର୍ଷ କଂଗ୍ରେସ ସଂଖ୍ୟାଗରିଷ୍ଠତା ହରାଇବା ପରେ ଇସ୍ତଫା ଦେଇଥିଲେ କମଲ ନାଥ । ଆଉ ରାଜ୍ୟରେ ସରକାର ଗଢିଥିଲା ବିଜେପି । ଶିବରାଜ ସିଂ ଚୌହାନ ଚତୁର୍ଥ ଥର ପାଇଁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.