ETV Bharat / bharat

ପଶ୍ଚିମବଙ୍ଗରେ ନିର୍ବାଚନୀ ପରବର୍ତ୍ତୀ ହିଂସା: ରିପୋର୍ଟ ମାଗିଲା କେନ୍ଦ୍ର

author img

By

Published : May 6, 2021, 9:58 AM IST

ପଶ୍ଚିମବଙ୍ଗରେ ନିର୍ବାଚନ ପରେ ଘଟିଥିବା ହିଂସାକାଣ୍ଡର ରିପୋର୍ଟ ମାଗିଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗରେ ନିର୍ବାଚନୀ ପରବର୍ତ୍ତୀ ହିଂସା: ରିପୋର୍ଟ ମାଗିଲା କେନ୍ଦ୍ର
ପଶ୍ଚିମବଙ୍ଗରେ ନିର୍ବାଚନୀ ପରବର୍ତ୍ତୀ ହିଂସା: ରିପୋର୍ଟ ମାଗିଲା କେନ୍ଦ୍ର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ନିର୍ବାଚନ ପରେ ହିଂସାକାଣ୍ଡ ଦେଖିବାକୁ ମିଳୁଛି । ଫଳରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବୁଧବାର ପଶ୍ଚିମବଙ୍ଗ ସରକାରଙ୍କୁ ରାଜ୍ୟରେ ପୋଲ ପରବର୍ତ୍ତୀ ହିଂସା ସମ୍ପର୍କରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ଚେତାବନୀ ଦେଇଛି । ରିପୋର୍ଟ ଦାଖଲ ନ କରାଗଲେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ଏଭଳି ହିଂସାକାଣ୍ଡକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି ।

ନିର୍ବାଚନ ପରେ ରାଜ୍ୟରେ ଘଟୁଥିବା ହିଂସାକାଣ୍ଡ ସମ୍ପର୍କରେ ଏକ ରିପୋର୍ଟ ଦାଖଲ କରିବା ପାଇଁ ବୁଧବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପଶ୍ଚିମବଙ୍ଗ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏଯାବତ ପଶ୍ଚିମବଙ୍ଗ ସରକାର ରିପୋର୍ଟ ଦାଖଲ କରିନଥିବା ସରକାରୀ ସୂତ୍ରରୁ ଜଣାପଡିଛି । ନିର୍ବାଚନ ପରେ ମଧ୍ୟ ରାଜ୍ୟରେ ହିଂସାକାଣ୍ଡ ଜାରି ରହିଥିବା ଦେଖିବାକୁ ମିଳୁଛି । ରାଜ୍ୟ ସରକାର ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ହିଂସାକାଣ୍ଡ ଜାରି ରହିଥିବା ସ୍ପଷ୍ଟ ହେଉଛି ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି ।

ରାଜ୍ୟରେ ନିର୍ବାଚନ ପରେ ହିଂସାକାଣ୍ଡ ଘଟିବା ଦ୍ବାରା 6 ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଟିଏମସି ଦଳର ଗୁଣ୍ଡାମାନେ ଏହି ବିଜେପି କର୍ମୀଙ୍କୁ ହତ୍ୟା କରିଛନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି । ଏହାସହିତ ବିଜେପି କର୍ମୀଙ୍କ ଘର, କାର୍ଯ୍ୟାଳୟ ଆଦି ଭଙ୍ଗାରୁଜା କରିଥିବା ମଧ୍ୟ ବିଜେପି ଅଭିଯୋଗ ଆଣିଛି । ସେପଟେ ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଯେଉଁ ସ୍ଥାନରେ ବିଜେପି ପ୍ରାର୍ଥୀ ଜିତିଛନ୍ତି ସେହିଠାରେ ହିଁ ହିଂସାକାଣ୍ଡ ଘଟିଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.