ETV Bharat / bharat

7 ବର୍ଷ ପରେ ନିଖୋଜ ଯୁବକ ଉଦ୍ଧାର, ଆଧାର କାର୍ଡରୁ ଖୋଜି ପାଇଲା ପୋଲିସ - 7 ବର୍ଷ ପରେ ପୋରବନ୍ଦରରେ ନିଖୋଜ ଯୁବକ ଠାବ

7 ବର୍ଷ ପରେ ନିଖୋଜ ଯୁବକ ଉଦ୍ଧାର । ଆଧାର କାର୍ଡରୁ ପତ୍ତା ଲଗାଇଲା ପୋଲିସ । ଜଣାପଡିଲା ଅପହରଣ ନୁହେଁ ବରଂ ପ୍ରେମ ବ୍ୟାପାର । ଅଧିକ ପଢନ୍ତୁ

7 ବର୍ଷ ପରେ ନିଖୋଜ ଯୁବକ ଉଦ୍ଧାର, ଆଧାର କାର୍ଡରୁ ପାଇଲା ପୋଲିସ

author img

By ETV Bharat Odisha Team

Published : Sep 29, 2023, 6:48 AM IST

ଅହମ୍ମଦାବାଦ: 16 ବର୍ଷ ବୟସରେ ସ୍କୁଲରୁ ନିଖୋଜ ହୋଇଥିଲା ଜଣେ ଛାତ୍ର । ପରିବାର ସଦସ୍ୟ ଥାନାରେ ଅପହରଣ ଅଭିଯୋଗ ମଧ୍ୟ କରିଥିଲେ । ହେଲେ ପୋଲିସ ଓ ପରିବାର ସଦସ୍ୟ ସେତେବେଳେ ଖୋଜାଖୋଜି କରିବା ପରେ ମଧ୍ୟ ମିଳନଥିଲେ ଛାତ୍ର । ଅନେକ ବର୍ଷ ବିତିଗଲା । ଏବେ ପ୍ରାୟ 7 ବର୍ଷ ପରେ ଯୁବକଙ୍କୁ ପୋଲିସ ଠାବ କରିଛି । ତାଙ୍କୁ ଘର ଲୋକଙ୍କୁ ହସ୍ତାନ୍ତର କରିଛି । ଯୁବକଙ୍କ ନାମରେ ପରିବାର ନିକଟରେ ଥିବା ଆଧାର କାର୍ଡ ମାଧ୍ୟମରେ ପୋଲିସ ତାଙ୍କୁ ଠାବ କରିବାରେ ସଫଳ ହୋଇଛି । ଗୁଜୁରାଟ ପୋରବନ୍ଦରରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ।

2017ରେ ସମ୍ପୃକ୍ତ ପୋରବନ୍ଦର ବୋଖୀରା ଅଞ୍ଚଳର ଏକ ସ୍କୁଲରେ ଜଣେ ଛାତ୍ର ନିଖୋଜ ହୋଇଯାଇଥିଲେ । ତାଙ୍କୁ ଅପହରଣ କରାଯାଇଥିବା ପରିବାର ସଦସ୍ୟ ଥାନାରେ ଅଭିଯୋଗ କରିଥିଲେ । ହେଲେ ସେତେବେଳେ ଅଭିଯୋଗ ପରେ ମଧ୍ୟ ତାଙ୍କୁ ଠାବ କରାଯାଇ ପାରିନଥିଲା । ଇତି ମଧ୍ୟରେ 7 ବର୍ଷ ବିତି ଯାଇଥିଲେ ସୁଦ୍ଧା ନିକଟରେ ପ୍ରାୟ ଏକ ସପ୍ତାହ ତଳେ ଯୁବକଙ୍କ ଆଧାର କାର୍ଡ ପରିବାର ସଦସ୍ୟଙ୍କୁ ଡାକ ଯୋଗେ ମିଳିଥିଲା । ଏହି କାର୍ଡକୁ ପରିବାର ସଦସ୍ୟ ଥାନାରେ ଦାଖଲ କରି ପୂର୍ବ ଅଭିଯୋଗ ସମ୍ପର୍କରେ ପଚାରି ବୁଝିଥିଲେ । ପୋଲିସ ପୁରୁଣା ମାମଲାର ତଦନ୍ତ ଆରମ୍ଭ କରିଥିଲା । ଆଧାର କାର୍ଡରେ ମୋବାଇଲ ନମ୍ବର ସହ ପ୍ରାୟ ଅନ୍ୟ ସମସ୍ତ ଠିକଣା ରହୁଥିବାରୁ ପୋଲିସ ଏହି ସୂଚନା ମାଧ୍ୟମରେ ନମ୍ବରକୁ ଖୋଜାଖୋଜି କରିଥିଲା ।

ଏହା ମଧ୍ୟ ପଢନ୍ତୁ:-Danish Ali-Ramesh Bidhuri Row: ଡାନିଶ ଓ ରମେଶ ବିଧୁରୀଙ୍କ ବିରୋଧରେ ସଂସଦ ସ୍ବାଧିକାର କମିଟି କରିବ ତଦନ୍ତ

2017ରେ ଏହି ଯୁବକଙ୍କୁ କେହି ଅପହରଣ କରିନଥିଲେ । ବରଂ ପ୍ରେମିକାକୁ ସାଙ୍ଗରେ ନେଇ ଫେରାର ହୋଇଯିବା ପାଇଁ ଯୋଜନାରୁ ଏପରି ହୋଇଥିବା ପୋଲିସ ପ୍ରାଥମିକ ଭାବେ କହିଛି । ପ୍ରେମିକାକୁ ନେଇ ରାଜସ୍ଥାନ ଯିବା ପାଇଁ ପ୍ରୟାସ କରିଥିଲେ ଯୁବକ । ହେଲେ ଯୁବତୀଜଣକ ରାଜି ନହେବାକୁ ସେ ଏକା ରାଜସ୍ଥାନ ଯାଇଥିଲେ । ସେଠାରେ କିଛିବର୍ଷ କାମ କରିଥିଲେ । ନିକଟରେ ପୁଣି ସେ ଅହମ୍ମଦାବାଦ ଫେରିଥିଲେ । ଏବେ ପୋଲିସ ଆଧାର କାର୍ଡରୁ ତାଙ୍କୁ ଚିହ୍ନଟ କରିବା ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଛି । 7 ବର୍ଷ ପରେ ପୁଅକୁ ଫେରିପାଇ ପରିବାର ବେଶ ଖୁସିର ମାହୋଲ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.