ETV Bharat / bharat

Jharkhand Panchayat election: କର୍ତ୍ତବ୍ୟନିଷ୍ଠା ସର୍ବୋପରି, ପତ୍ନୀଙ୍କ ପିଠିରେ ଆସିଲେ ପୋଲିଂ ଅଫିସର

କର୍ତ୍ତବ୍ୟ ଆଗରେ ହାର ମାନିଛି ଶରୀରର ଯନ୍ତ୍ରଣା । ଚାଲିବାକୁ ଅସମର୍ଥ ଥାଇ ମଧ୍ୟ ନିର୍ବାଚନ ସମୟରେ ଡ୍ୟୁଟି କରିବା ପାଇଁ ସ୍ତ୍ରୀ କାନ୍ଧରେ ପୋଲିଂ ବୁଥ ନିକଟରେ ପହଞ୍ଚିଛନ୍ତି ସେ । ଆଉ ତାଙ୍କ କର୍ତ୍ତବ୍ୟ ନିଷ୍ଠାକୁ ଦେଖି ସମସ୍ତେ ଏହି ଦମ୍ପତିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି । ଅଧିକ ପଢନ୍ତୁ

author img

By

Published : May 14, 2022, 8:09 PM IST

Jharkhand Panchayat election: କର୍ତ୍ତବ୍ୟନିଷ୍ଠା ସର୍ବୋପରି, ପତ୍ନୀଙ୍କ ପିଠିରେ କାଖେଇ ହୋଇ ପହଞ୍ଚିଲେ ପୋଲିଂ ଅଫିସର

ରାଞ୍ଚି: କର୍ତ୍ତବ୍ୟନିଷ୍ଠା ସର୍ବୋପରି । ଯେତେବେଳେ କର୍ତ୍ତବ୍ୟର କଥା ଆସେ ସେତେବେଳେ ରୋଗ ଯନ୍ତ୍ରଣା ସବୁକିଛିକୁ ଭୁଲିବାକୁ ପଡେ । ଯନ୍ତ୍ରଣା ଉପରେ କର୍ତ୍ତବ୍ୟ ଭାରି ପଡ଼ିବା ପରେ ଶେଷରେ ପତ୍ନୀଙ୍କ କାନ୍ଧରେ ଆସି ବୁଥ ନିକଟରେ ପହଞ୍ଚିଛନ୍ତି ପୋଲିଂ ଅଧିକାରୀ । ଝାଡ଼ଖଣ୍ଡରେ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ଜଣେ କର୍ମଚାରୀଙ୍କୁ ଏପରି ଢଙ୍ଗରେ ବୁଥ ନିକଟରେ ପହଞ୍ଚିଥିବା ଦେଖିବାକୁ ମିଳିଛି । କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠା ଦେଖି ଉପସ୍ଥିତ ସମସ୍ତେ ତାଙ୍କୁ କରିଛନ୍ତି ବାଃ ବାଃ । ତେବେ ସେ ଅସୁସ୍ଥତା ଯୋଗୁଁ ଛୁଟି ଆବେଦନ କରିଥିଲେ । ମାତ୍ର ଛୁଟି ନ ମିଳିବା ପରେ ସେ ଏପରି ଅବସ୍ଥାରେ ବୁଥ ନିକଟରେ ପହଞ୍ଚିଥିଲେ ।

କର୍ତ୍ତବ୍ୟନିଷ୍ଠା ସର୍ବୋପରି, ପତ୍ନୀଙ୍କ ପିଠିରେ କାଖେଇ ହୋଇ ପହଞ୍ଚିଲେ ପୋଲିଂ ଅଫିସର

ଚତରା ଜିଲ୍ଲାର ୩ଟି ବ୍ଲକରେ ମତଦାନ ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିଲା । ଯେତେବେଳେ ମନୋଜ ଓରାଁୱ ତାଙ୍କ ପତ୍ନୀଙ୍କ ପିଠିରେ କାନ୍ଧେଇ ହୋଇ କଲେଜ ପରିସରରେ ପହଞ୍ଚିଲେ, ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଆଖି ତାଙ୍କ ଉପରେ ଲାଖି ଯାଇଥିଲା । ମନୋଜ ଓରାଁୱ CCL ର ଅଶୋକା ଓସିପି (ପିପାରୱାର ୟୁନିଟ୍) ରେ ହେଲପର ଭାବରେ କାର୍ଯ୍ୟ କରୁଛନ୍ତି । ନିକଟରେ ତାଙ୍କ ପାଦରେ କୌଣସି କାରଣ ଯୋଗୁଁ ଆଘାତ ଲାଗିବା ପରେ ସେ ଚାଲିବାକୁ ଅସମର୍ଥ ହୋଇପଡ଼ିଥିଲେ । ଏ ନେଇ ସେ ଛୁଟି ଆବେଦନ ମଧ୍ୟ କରିଥିଲେ । ମାତ୍ର ଏହା ସତ୍ତ୍ବେ ତାଙ୍କୁ ପଞ୍ଚାୟତ ନିର୍ବାଚନରେ ​​ଡ୍ୟୁଟି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ଯେତେବେଳେ ନିର୍ବାଚନରେ ​​ଡ୍ୟୁଟି ପାଇଁ ନିର୍ଦ୍ଦେଶ ଆସିଲା, ମନୋଜ ଏଥିଲାଗି ମନା କରିପାରିଲେ ନାହିଁ । କିନ୍ତୁ ସେ ଡ୍ୟୁଟି ସ୍ଥାନରେ ପହଞ୍ଚିବେ କିପରି ସେ ଚିନ୍ତା ତାଙ୍କୁ ଘାରିଥିଲା । କାରଣ ସେ ଚାଲିବାକୁ ଅସମର୍ଥ ଥିଲେ । ଏପରି ସ୍ଥିତିରେ ପତ୍ନୀ ତାଙ୍କୁ ସହଯୋଗ କରିଥିଲେ । ମନୋଜଙ୍କ ପତ୍ନୀ ତାଙ୍କୁ ପ୍ରଥମେ ଗାଡ଼ିରେ ଆଣିଥିଲେ । ଏହାପରେ ଗାଡିରୁ କାନ୍ଧରେ ନେଇ କଲେଜ ପରିସରରେ ପହଞ୍ଚିଥିଲେ । ଏହି ଦୃଶ୍ୟ ଯିଏ ଦେଖିଥିଲେ ସେ ମନୋଜଙ୍କ କର୍ତ୍ତବ୍ୟନିଷ୍ଠାର ପ୍ରଶଂସାରେ ଶତମୁଖ ହୋଇଥିବା ଦେଖିବାକୁ ମିଳିଥିଲା ।

ମାତ୍ର ପରେ ମନୋଜଙ୍କୁ ମତଦାନ ଡ୍ୟୁଟିରେ ପଠାଯାଇ ନଥିଲା । ମେଡିକାଲ ଟିମ ତାଙ୍କୁ କାମ ନ କରିବାକୁ କହି ଶଯ୍ୟାରେ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ । ତେବେ ମନୋଜ ଏବଂ ତାଙ୍କ ପତ୍ନୀଙ୍କ କର୍ତ୍ତବ୍ୟ ପ୍ରତି ଥିବା ନିଷ୍ଠା ସମସ୍ତଙ୍କ ଦ୍ବାରା ପ୍ରଶଂସିତ ହୋଇଛି ଏବଂ ଏହି ଦମ୍ପତି ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.