କୋଲକାତା: ଆଜି(ରବିବାର) ସକାଳ ୭ ଟାରୁ କୋଲକାତାରେ 144 ୱାର୍ଡ ପାଇଁ ମତଦାନ ଆରମ୍ଭ ହୋଇଛି । ୧୪୪ ଟି ୱାର୍ଡରେ ଶାନ୍ତି ଶୃଙ୍ଖଳାର ସହ ଭୋଟ ଦେଇଛନ୍ତି ମତଦାତା । କୋଭିଡ-୧୯ ର ସମସ୍ତ ପ୍ରୋଟକଲ ଅନୁସାରେ ନିର୍ବାଚନ ହେଉଥିବା ସୂଚନା । ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଥିବା ରାଜ୍ୟ ନିର୍ବାଚନ କମିଶନ ସଚିବ(West Bengal Election Commission Secretary) କହିଛନ୍ତି ।
ଆଜି ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ମତଦାନ କରାଯିବ । ୧୪୪ ଟି ୱାର୍ଡର ୪ ହଜାର ୯୫୯ ପୋଲିଂ ବୁଥରେ ମତଦାନ ଚାଲିଛି । ଶାନ୍ତି ଶୃଙ୍ଖଳା ପାଇଁ ସହରରେ ପ୍ରାୟ 23,000 ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ବୋଲି ଫୋର୍ସର ଜଣେ ଅଧିକାରୀ କହିଛନ୍ତି । ସେହିପରି ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ 200 ରୁ ଅଧିକ ପୋଲିସ ପିକେଟିଂ ମଧ୍ୟ କରାଯାଇଛି ।
କ୍ରମାଗତ ତୃତୀୟ ଥର ପାଇଁ ନାଗରିକ ବୋର୍ଡ ବଜାୟ ରଖିବା ପାଇଁ ଶାସକ ତୃଣମୂଳ କଂଗ୍ରେସ(TMC) ଲଢେଇ କରୁଥିବାବେଳେ ଦ୍ୱିତୀୟ ସ୍ଥାନ ସୁରକ୍ଷିତ ରଖିବା ପାଇଁ ବିଜେପି CPI(M) ପ୍ରତିଦ୍ୱନ୍ଦ୍ୱିତା କରିବ । ଚଳିତ ବର୍ଷର ବିଧାନସଭା ନିର୍ବାଚନରେ ଟିଏମସି ମହାନଗରର 16 ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜୟ ଲାଭ କରିଛି । ତେବେ ଆସନ୍ତା ୨୧ରେ ଭୋଟ ଗଣତି ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ