ETV Bharat / bharat

The Kashmir Files: ଏହି ରାଜ୍ୟରେ ମୁଭି ଦେଖିବାକୁ ପୋଲିସ ବିଭାଗକୁ ମିଳିଲା ଛୁଟି - ଚଳଚିତ୍ର କାଶ୍ମୀର ଫାଇଲ

କାଶ୍ମୀର ଫାଇଲ ମୁଭି ଦେଖିବାକୁ ପୋଲିସ ବିଭାଗକୁ ମିଳିବ ଛୁଟି । ଘୋଷଣା କଲେ ମଧ୍ୟପ୍ରଦେଶ ସରକାର । ଏକାଧିକ ବିଜେପି ଶାସିତ ରାଜ୍ୟ ମଧ୍ୟ ଚଳଚିତ୍ରକୁ ଘୋଷଣା କରିଛନ୍ତି କର ମୁକ୍ତ । ଅଧିକ ପଢନ୍ତୁ

The Kashmir Files: ସିନେମା ଦେଖିବା ପାଇଁ ପୋଲିସ ବିଭାଗକୁ ଛୁଟି ପ୍ରଦାନ କଲା ମଧ୍ୟପ୍ରଦେଶ ସରକାର

author img

By

Published : Mar 14, 2022, 5:16 PM IST

ଭୋପାଳ: କାଶ୍ମୀର ପଣ୍ଡିତଙ୍କ ଘାଟିରୁ ପଳାୟନ ଘଟଣାକୁ ନେଇ ନିର୍ମିତ ଚର୍ଚ୍ଚିତ ଚଳଚିତ୍ର ‘ଦ କାଶ୍ମୀର ଫାଇଲ’କୁ ନେଇ ଭିନ୍ନଭିନ୍ନ ନୀତି ଆପଣାଇବାରେ ଲାଗିଛନ୍ତି ବିଭିନ୍ନ ସରକାର । ମଧ୍ୟପ୍ରଦେଶର ଶିବରାଜ ସିଂ ଚୌହାନ ସରକାର ଚଳଚିତ୍ର ଦେଖିବା ପାଇଁ ପୋଲସ ବିଭାଗକୁ ଗୋଟିଏ ଦିନ ସରକାରୀ ଭାବେ ଛୁଟି ପ୍ରଦାନ କରିଛନ୍ତି ।

ଚଳିତମାସ ୧୧ ତାରିଖରେ ମୁକ୍ତିଲାଭ କରିଥିବା ଏହି ସିନେମା ମାତ୍ର ୩ଦିନରେ ବେଶ୍ ଦର୍ଶକୀୟ ସଫଳତା ମଧ୍ୟ ପାଇସାରିଲାଣି । ସେହିପରି ୯୦ ଦଶକରେ କାଶ୍ମୀର ପଣ୍ଡିତ ଉତ୍ପୀଡନ ଓ ପଳାୟନ ସଙ୍ଗଟ ଉପରେ ଆଧାରିତ ଏହି ସିନେମାକୁ ଏକାଧିକ ରାଜ୍ୟ କରମୁକ୍ତ(ଟାକ୍ସ ଫ୍ରି) ମଧ୍ୟ ଘୋଷଣା କରିସାରିଛନ୍ତି । ଏହି ତାଲିକାରେ ବିଜେପି ଶାସିତ ମଧ୍ୟପ୍ରଦେଶ ମଧ୍ୟ ରହିଛି ।

ପୂର୍ବରୁ ଟ୍ୟାକ୍ସ ଫ୍ରୀ ଘୋଷଣା କରିସାରିଥିବା ମଧ୍ୟପ୍ରଦେଶ ସରକାର ଆଜି ରଜ୍ୟ ପୋଲିସରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କୁ ମୁଭି ଦେଖିବା ପାଇଁ ସରକାରୀ ଭାବେ ଗୋଟିଏ ଦିନ ଛୁଟି ଘୋଷଣା କରିଛନ୍ତି । ଏହି ଚଳଚିତ୍ର ତତ୍କାଳୀନ ସମୟର ଏକ ସମ୍ବେଦନଶୀଳ ସଙ୍କଟ ଉପରେ ଆଧାରିତ ଏବଂ ଏହାକୁ ସମସ୍ତେ ଦେଖିବାର ଆବଶ୍ୟକତା ରହିଥିବା ବିଜେପିି ନେତାମାନେ ଦାବି କରିଆସୁଛନ୍ତି ।

  • 'The Kashmir Files' movie will be declared tax-free in Goa, says former CM & BJP leader Pramod Sawant after watching the film based on the life of Kashmiri Pandits in 1990 in J&K pic.twitter.com/x7ihBAR78v

    — ANI (@ANI) March 14, 2022 " class="align-text-top noRightClick twitterSection" data=" ">

ଅନ୍ୟପଟେ କିଛି ବିଜେପି ଶାସିତ ରାଜ୍ୟମାନେ ମଧ୍ୟ ଏହି ଚଳଚିତ୍ରକୁ ସେମାନଙ୍କ ରାଜ୍ୟରେ ଟ୍ଯାକ୍ସ ଫ୍ରୀ (କମ ମୁକ୍ତ) ଘୋଷଣା କରିଛନ୍ତି । ଆଜି ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଏହାକୁ ରାଜ୍ୟରେ ମଧ୍ୟ ଟ୍ୟାକ୍ସ ଫ୍ରୀ ଘୋଷଣା କରାଯିବା ନେଇ ସୂଚନା ଦେଇଛନ୍ତି । ସେହିପରି ଅନ୍ୟତମ ଦକ୍ଷିଣ ରଜ୍ୟ କର୍ଣ୍ଣାଟକ ମଧ୍ୟ ଏହି ଚଳଚିତ୍ରକୁ ରାଜ୍ୟରେ ଟ୍ୟାକ୍ସ ଫ୍ରୀ କରିବ ବୋଲି ମୁଖ୍ୟମନ୍ତ୍ରୀ ବାଶବରାଜ ବୋମାଇ ସୂଚନା ଦେଇଛନ୍ତି ।

  • The Kashmir Files movie brings the truth about what happened in Kashmir during the 80s & 90s. I hope all Kashmiri Pandits will get back their land, property & settled down there. Declared movie tax-free in the state: Karnataka CM Basavaraj Bommai pic.twitter.com/Q1CgXTyPtd

ଚଳଚିତ୍ର ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ବୋମାଇ କହିଛନ୍ତି ୮୦ ଓ ୯୦ ଦଶକରେ ଘାଟିରେ କାଶ୍ମୀର ପଣ୍ଡିତଙ୍କ ପ୍ରତି ଘଟିଥିବା ଅତ୍ୟାଚାର ଘଟଣା ସମ୍ପର୍କିତ ସତ୍ୟକୁ ଏହି ଚଳଚିତ୍ର ଉନ୍ମୋଚନ କରିବ । ପ୍ରତାଡିତ କାଶ୍ମୀର ପଣ୍ଡିତମାନେ ନିଜ ଜନ୍ମସ୍ଥାନକୁ ଫେରିବା ସହ ସେମାନଙ୍କ ଅଧିକାର ଫେରିପାଇବାରେ ସଫଳ ହେବା ନେଇ ବୋମାଇ ଆଶା ମଧ୍ୟ ରଖିଥିବା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.