ETV Bharat / bharat

ମାନସିକ ରୋଗୀଙ୍କୁ ପୋଲିସର ନିର୍ଯାତନା, ହାତଗୋଡ ବାନ୍ଧି ନିର୍ଯାତନାର ଭିଡିଓ ଭାଇରାଲ - ପୋଲିସର ଅମାନୁଷିକତା

ଉତ୍ତର ପ୍ରଦେଶ ଆଗ୍ରାରେ ସାମ୍ନାକୁ ଆସିଲା ପୋଲିସର ଅମାନୁଷିକତା । ମାନସିକ ଭିନ୍ନକ୍ଷମଙ୍କୁ ପୋଲିସର ହାତଗୋଡ଼ ବାନ୍ଧି ନିର୍ଯାତନା । ଭିଡିଓ ଭାଇରାଲ ହେବା ପରେ ସମାଲୋଚନା । ଅଧିକ ପଢନ୍ତୁ

ମାନସିକ ଭିନ୍ନକ୍ଷମଙ୍କୁ ପୋଲିସର ହାତ ଗୋଡ ବାନ୍ଧି ଲାତ, ଭିଡିଓ ଭାଇରାଲ ହେବା ପରେ ଅସନ୍ତୋଷ

author img

By

Published : Aug 1, 2023, 6:46 AM IST

Updated : Aug 1, 2023, 7:48 AM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି ପୋଲିସର ଏକ ଅମାନୁଷିକ ଆଚରଣ । ଜଣେ ମାନସିକ ଭିନ୍ନକ୍ଷମଙ୍କୁ କାବୁ କରିବାକୁ ଯାଇ, ପୋଲିସ ତାର ହାତ-ଗୋଡ ବାନ୍ଧି ଚଟାଣରେ ପକାଇ ନିର୍ଯାତନା ଦେଇଥିବା ଦେଖିବାକୁ ମିଳିଛି । ଉତ୍ତର ପ୍ରଦେଶ ଆଗ୍ରାରେ ଏହି ଘଟଣା ଘଟିଥିବା ବେଳେ ଭିଡିଓ ଭାଇରାଲ ହେବା ପରେ ପୋଲିସର କାର୍ଯ୍ୟାନୁଷ୍ଠାନ ଆଳରେ ଏପରି ଅମାନୁଷିକତାକୁ ନେଇ ପ୍ରଶ୍ନ ଉଠିଛି ।

ସୂଚନା ଅନୁସାରେ, ଘଟଣାଟି ତାଜଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳରେ ଫତେହାବାଦ ରୋଡରେ ଥିବା ମୟୂର କମ୍ପ୍ଲେକ୍ସ ନିକଟରେ ଘଟିଛି । ପୋଲିସ ନିର୍ଯାତନାର ଶିକାର ହୋଇଥିବା ଯୁବକ ଜଣେ ମାନସିକ ରୋଗୀ । ତାର ତିକିତ୍ସା ପାଇଁ ତାର ଭଉଣୀ ଓ ଭିଣୋଇ ଏକ ବାଇକରେ ତାକୁ ହସ୍ପିଟାଲକୁ ଆଣୁଥିଲେ । ଏହି ସମୟରେ ଯୁବକଜଣଙ୍କ ବାଇକରୁ ଡେଇଁପଡି ଦୌଡିବାକୁ ଲାଗିଥିଲା । ନିକଟରେ ଥିବା ଏକ ଟ୍ରାନ୍ସଫର୍ମ ଉପରେ ଚଢିବାକୁ ମଧ୍ୟ ଉଦ୍ୟମ କରିଥିଲା । ଏହା ଦେଖି ତାର ଭଉଣୀ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ତାକୁ କାବୁ କରିବା ପାଇଁ ପ୍ରୟାସ କରିଥିଲେ । ତାକୁ ଟ୍ରାନ୍ସଫର ବାରିକେଡିଂ ମଧ୍ୟରେ ପ୍ରବେଶ କରିବାରୁ ଲୋକେ ରୋକିଥିଲେ । ପରେ ନିକଟରେ ଥିବା ପୋଲିସ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା ।

ଏହା ମଧ୍ଯ ପଢନ୍ତୁ:-Haryana clash: ହିନ୍ଦୁ ସଂଗଠନର ଶୋଭାଯାତ୍ରାରେ ପଥରମାଡ, ଜଣେ ହୋମଗାର୍ଡଙ୍କୁ ଗୁଳି କରି ହତ୍ୟା

ନିକଟରେ ଥିବା ପୋଲିସ କର୍ମଚାରୀ ଯୁବକଙ୍କ ହାତଗୋଡ ବାନ୍ଧିଥିଲେ । ପରେ ତାଙ୍କୁ ଚଟାଣରେ ପକାଇ ଜଣେ ପୋଲିସ କର୍ମଚାରୀ ନିଜ ଜୋତାରେ ଯୁବକଙ୍କ ପିଠିକୁ ବାରମ୍ବାର ଲାତ ମାରିଥିଲେ । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ମାନସିକ ଭାବେ ଭିନ୍ନକ୍ଷମ ଓ ଚିକିତ୍ସା ପାଇଁ ଯାଇଥିବା ଜଣେ ଯୁବକଙ୍କୁ ନିୟନ୍ତ୍ରଣ କରିବା ପରେ ମଧ୍ୟ ତାଙ୍କୁ ତଳେ ପକାଇ ନିର୍ଯାତନା ଦେବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ଏପରି ଅମାନୁଷିକ କାର୍ଯ୍ୟକଳାପ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ଉଠିଛି । ଏହି ଭିଡିଓ ଭାଇରାଲ ହେବା ପରେ ଆଗ୍ରା ପୋଲିସ କମିଶନର ଡ.ପ୍ରୀତିନ୍ଦର ସିଂ କହିଛନ୍ତି ଭିଡିଓକୁ ତର୍ଜମା କରାଯିବା ପରେ ସମ୍ପୃକ୍ତ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି । ଭିଡିଓରେ ଦେଖାଯାଉଥିବା ପୋଲିସ କନଷ୍ଟେବଳଙ୍କ ନାମ କିମ୍ବା ଅନ୍ୟ ସୂଚନା ପୋଲିସ ପ୍ରଶାସନ ପକ୍ଷରୁ ପ୍ରଘଟ କରାଯାଇନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 1, 2023, 7:48 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.