ETV Bharat / bharat

ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ଶଦୀଦ, ଜଣେ ଆହତ - ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ

ପୁଲଓ୍ବାମାର ପିଙ୍ଗଲାନା ଠାରେ ନାକା ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ, ଜଣେ ପୋଲିସ କର୍ମୀ ଶହୀଦ ହୋଇଥିବା ବେଳେ ଜଣେ ସିଆରପିଏଫ(CRPF) ଯବାନ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ଶଦୀଦ, ଜଣେ ଆହତ

author img

By

Published : Oct 2, 2022, 3:53 PM IST

ଶ୍ରୀନଗର: ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ(Militant Attack in Pulwama), ପୁଲଓ୍ବାମାର ପିଙ୍ଗଲାନା ଠାରେ ନାକା ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣରେ ଜଣେ ପୋଲିସ କର୍ମୀ ଶହୀଦ ହୋଇଥିବା ବେଳେ ଜଣେ ସିଆରପିଏଫ(CRPF) ଯବାନ ଆହତ ହୋଇଛନ୍ତି (Policeman killed CRPF trooper injured in militant attack )। ଏନେଇ କାଶ୍ମୀର ଜୋନ ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ପିଙ୍ଗଲାନାରେ CRPF ଏବଂ ପୋଲିସର ମିଳିତ ନାକା ପାର୍ଟି ଚାଲିଥିବାବେଳେ, ଆତଙ୍କବାଦୀ ଆକ୍ରମଣ କରିଥିଲେ ।

ଫଳରେ ଘଟଣାସ୍ଥଳରେ ଜଣେ ପୋଲିସ କର୍ମଚାରୀ ଶହୀଦ ହୋଇଥିବା ବେଳେ ଜଣେ ସିଆରପିଏଫ ଯବାନ ଆହତ ହୋଇଛନ୍ତି । ଏନେଇ ଖବର ପାଇ ଘଟଣାସ୍ଥଳରେ ସୁରକ୍ଷାବାହୀନୀ ପହଞ୍ଚି ସମଗ୍ର ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ସେହିପରି ଆଜି (ରବିବାର) ସକାଳ ସମୟରେ ଜମ୍ମୁ କାଶ୍ମୀରର ସୋପିଆନର ବାସକୁଚାନ ଇମାମସାହିବରେ ଏନକାଉଣ୍ଟର ହୋଇଥିଲା । ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରାୟ 3 ଘଣ୍ଟା ଗୁଳି ବିନିମୟ ହୋଇଥିବାବେଳେ, ଜଣେ ଆତଙ୍କୀକୁ ନିପାତ କରିଥିଲା ସୁରକ୍ଷାବଳ ।

ଏହାପରେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଚଳାଇଛି ସୁରକ୍ଷାବାହିନୀ । ନିପାତ ଆତଙ୍କୀ ହେଲା ନାଓପୋରାର ନାଶିର ଅହମ୍ମଦ ଭଟ୍ଟ । ସେ ଲସ୍କର ଆତଙ୍କୀ ସଂଗଠନର ହୋଇଥିବା ଜଣାପଡିଛି । ପୋଲିସ ଓ ସୁରକ୍ଷାବାହିନୀଙ୍କ ମିଳିତ ଅପରେସନ ଜାରି ରହିଛି । ଏନେଇ କାଶ୍ମୀର ଜୋନ ପୋଲିସ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-Shopian Encounter: ସେନା ଗୁଳିଲେ ଜଣେ ଆତଙ୍କୀ ସଫା, ଅପରେସନ ଜାରି

ଗତ କିଛି ଦିନ ମଧ୍ୟରେ ଘାଟିରେ ଆତଙ୍କୀ କାର୍ଯ୍ୟକଳାପ କ୍ରମାଗତ ବଢିବାରେ ଲାଗିଛି । ପୋଲିସ, ସୁରକ୍ଷାବଳର କ୍ୟାମ୍ପ ସହିତ ସାଧାରଣ ଜନତା ଓ ଅଣସ୍ଥାନୀୟଙ୍କୁ ଟାର୍ଗେଟ ହତ୍ୟା କରିବା ପାଇଁ ଆକ୍ରମଣ କରିବାରେ ଲାଗିଛନ୍ତି ଆତଙ୍କୀ । ସୁରକ୍ଷାବଳ ମଧ୍ୟ ସେମାନଙ୍କୁ ନିପାତ କରିବା ପାଇଁ ଆଣ୍ଟି ଟେରର ଅପରେସନକୁ ଜୋରଦାର କରିଛି । ନିକଟରେ ହୋଇଥିବା ଏକାଧିକ ଏନକାଉଣ୍ଟରରେ ମଧ୍ୟ ସୁରକ୍ଷାବଳକୁ କ୍ରମାଗତ ସଫଳତା ମିଳିଛି । ସେପ୍ଟେମ୍ବର 30 ତାରିଖରେ ଦକ୍ଷିଣ କାଶ୍ମୀରରେ ଡବଲ ଏନକାଉଣ୍ଟର ହୋଇଥିଲା ।

ସୋପିଆନ ଜିଲ୍ଲା ଚିତ୍ରାଗାମ ଓ ବାରମୁଲ୍ଲା ଜିଲ୍ଲା ପାଟ୍ଟନର ୟାଦିପୋରାରେ ଏନକାଉଣ୍ଟର ହୋଇଥିଲା । ବାରମୁଲ୍ଲାରେ ହୋଇଥିବା ଏନକାଉଣ୍ଟରରେ 2ଆତଙ୍କୀକୁ ସଫା କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ । ଆତଙ୍କୀଙ୍କ ଉପସ୍ଥିତି ନେଇ ସୁରକ୍ଷାବାହିନୀ ବିଶେଷ ସୁତ୍ରରୁ ଖବର ପାଇବା ପରେ ସର୍ଚ୍ଚ ଅପରେସନ ଚଳାଇଥିଲା । 2 ଆତଙ୍କୀକୁ ସଫା କରିବା ସହିତ ଏକ 47, ଅସ୍ତ୍ରଶସ୍ତ୍ର ଜବତ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.