ETV Bharat / bharat

Pak Woman in Greater Noida: ବୟଫ୍ରେଣ୍ତ ସନ୍ଧାନରେ 4 ସନ୍ତାନ ସହ ନୋଏଡାରେ ପାକ୍‌ ମହିଳା

author img

By

Published : Jul 3, 2023, 9:01 PM IST

ବୟଫ୍ରେଣ୍ଡ ପ୍ରେମରେ ବାୟା ପାକ୍‌ ମହିଳା । 4 ସନ୍ତାନ ସହ ନୂଆଦିଲ୍ଲୀରେ ପହଞ୍ଚିବା ପରେ ଗୁପ୍ତଚର ସନ୍ଦେହରେ ଖୋଜୁଛି ପୋଲିସ । ଅଧିକ ପଢନ୍ତୁ

Etv Bharat
Etv Bharat
Pak Woman in Greater Noida: ବୟଫ୍ରେଣ୍ତ ସନ୍ଧାନରେ 4 ସନ୍ତାନ ସହ ନୋଏଡାରେ ପାକ୍‌ ମହିଳା

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀ ନିକଟ ଗ୍ରେଟର ନୋଏଡାରେ ପହଞ୍ଚିଲେ ପାକିସ୍ତାନୀ ମହିଳା । ପ୍ରାଥମିକ ସୂଚନା ଅନୁସାରେ ନିଜ ବୟଫ୍ରେଣ୍ଡ ସନ୍ଧାନରେ ସେ ନିଜ 4 ସନ୍ତାନଙ୍କୁ ଧରି ହିନ୍ଦୁସ୍ତାନରେ ପହଞ୍ଚିଛନ୍ତି । ରିବୁପୁରା ଯୁବକଙ୍କ ସହିତ ଜଣେ ପାକିସ୍ତାନୀ ମହିଳା ରହୁଥିବା ଜାଣିବା ପରେ ପୋଲିସର ତନାଘନା ଆରମ୍ଭ ହୋଇଛି । ପୋଲିସ ନିକଟରେ ଖବର ପହଞ୍ଚିବା ପରେ ପାକିସ୍ତାନୀ ମହିଳା ଜଣକ ଫେରାର ଥିବା ବେଳେ ପୋଲିସ ଗୁପ୍ତଚର ସନ୍ଦେହରେ ମହିଳାଙ୍କୁ ଟ୍ରେସ କରିଛି । ଖୁବଶୀଘ୍ର ମହିଳାଙ୍କୁ ଗିରଫ କରାଯାଇ ପଚରାଉଚରା କରିବ ସୁରକ୍ଷା ଏଜେନ୍ସି ।

ଗ୍ରେଟର ନୋଏଡାର ଅତିରିକ୍ତ ଡିସିପି ଅଶୋକ କୁମାର ସିଂଙ୍କ କହିବା ଅନୁସାରେ, "ରବୁପୁରା ପୋଲିସ ନିକଟରୁ ସୂଚନା ମିଳିଥିଲା ଯେ ଉକ୍ତ ଅଞ୍ଚଳରେ ଜଣେ ପାକ୍‌ ମହିଳା ରହୁଛନ୍ତି । ସ୍ଥାନୀୟ ବାସିନ୍ଦା ସଚିନଙ୍କ ସହିତ ଏହି ମହିଳା ଜଣକ ତାଙ୍କ ପତ୍ନୀ ଭାବେ ରହୁଛନ୍ତି । ସୂଚନା ମିଳିବା ପରେ ସଙ୍ଗେ ସଙ୍ଗେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା । ସୋସିଆଲ ଇଣ୍ଟେଲିଜେନ୍ସ, ଇଲେକ୍ଟ୍ରୋନିକ ସର୍ଭିଲାନ୍ସ ସହାୟତାରେ ରିବୁପୁରା ପୋଲିସ ପାକିସ୍ତାନ ମହିଳାଙ୍କ ଠିକଣା ସମ୍ପର୍କରେ ଜାଣିବାକୁ ପାଇଛି । ଉକ୍ତ ମହିଳା ଜଣକ ନାମ ସୀମା ଗୁଲାମ । ସେ ପାକିସ୍ତାନ ଗୁପ୍ତଚର ହୋଇପାରନ୍ତି । ତୁରନ୍ତ ତାଙ୍କୁ ଗିରଫ କରାଯାଇ ପଚରାଉଚରା କରାଯିବା ପରେ ବିସ୍ତୃତ ସୂଚନା ଦିଆଯିବ ।"

PUBG ଗେମ ମାଧ୍ୟମରେ ଚିହ୍ନା ପରିଚୟ:- ସଚିନ ନାମକ ଯୁବକ ଜଣକ ପାକିସ୍ତାନ ମହିଳାଙ୍କ ସହିତ ଭଡ଼ା ଘରେ ରହୁଥିଲା । ଏହି 2 ଜଣ PUBG ଗେମ ମାଧ୍ୟମରେ ପରସ୍ପରର ସଂସ୍ପର୍ଶରେ ଆସିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା । ପୂର୍ବରୁ ଏହି 2 ଜଣ ନେପାଳରେ ପରସ୍ପରକୁ ଭେଟିଥିଲେ । ଏହାପରେ ମହିଳା ଜଣକ ଯୁବକଙ୍କ ସହିତ ରହିବା ଲାଗି ପୁଣି ଥରେ ନେପାଳ ଆସିଥିଲେ । ଏହାପରେ ସେଠାରୁ ବସ୍‌ ଯୋଗେ ଉତ୍ତରପ୍ରଦେଶ ଗୌତମବୁଦ୍ଧ ନଗର ଅଞ୍ଚଳରେ ପହଞ୍ଚିଥିଲେ । ସେ ନିଜ ସାଥୀରେ 4 ଜଣ ସନ୍ତାନଙ୍କୁ ଧରି ଆସିଥିବା ମଧ୍ୟ ଜଣାପଡ଼ିଛି । ଗତ ମେ' 13 ତାରିଖରେ ମହିଳା ଜଣକ ସଚିନଙ୍କ ଘରେ ପହଞ୍ଚିଥିଲେ । ଏହାପରେ ସଚିନ ଭଡ଼ା ଘର ନେବା ପରେ ଉଭୟ ସାଥୀରେ ରହି ଆସୁଥିଲେ । ସଚିନ ତାଙ୍କୁ ବିବାହ କରିବାକୁ ଯୋଜନା କରୁଥିବା ବେଳେ ଭାରତର ନାଗରିକତାର ମାନ୍ୟତା ପାଇଁ ପ୍ରଚେଷ୍ଟା କରୁଥିଲେ । ହେଲେ ଏହା ପୂର୍ବରୁ ପୋଲିସ ମହିଳାଙ୍କ ସମ୍ପର୍କରେ ଜାଣିବାକୁ ପାଇବା ପରେ ସଚିନ ଓ ମହିଳା ନିଜ 4 ସନ୍ତାନ ସହିତ ଫେରାର ହୋଇଯାଇଛନ୍ତି ।

ଏହା ବି ପଢନ୍ତୁ- ପାକିସ୍ତାନ ବେଲୁଚିସ୍ତାନକୁ ଲମ୍ବିଛି ଚେର, ରାଜ୍ୟ ବାହାରକୁ ଯିବ STF ଟିମ୍

ସଚିନଙ୍କ ପଡ଼ୋଶୀଙ୍କ କହିବା ଅନୁସାରେ ଏହି ମହିଳା ଜଣକ ଇଦ ପର୍ବ ମଧ୍ୟ ପାଳିଥିଲେ । ହେଲେ ଯେପରି କାହାର ସନ୍ଦେହ ଜାତ ନ ହେବ ସେଥିଲାଗି ହିନ୍ଦୁ ମହିଳାଙ୍କ ପରି ଶାଢୀ ପିନ୍ଧୁଥିଲେ । ସେ ନିଜ ସନ୍ତାନ ଓ ସଚିନଙ୍କ ସହିତ ଇଦ ପର୍ବ ପାଳନ କରିଥିଲେ । ଏହି ମହିଳାଙ୍କ ପୁରା ନାମ ସୀମା ଗୁଲାମ ହୈଦର । ତାଙ୍କ ପ୍ରଥମ ସ୍ବାମୀଙ୍କଠାରୁ ଗୋଟିଏ ପୁଅ ଓ 3 ଝିଅଙ୍କୁ ମିଶାଇ 4 ସନ୍ତାନ ହୋଇଥିବା ବେଳେ ସେମାନଙ୍କ ନାମ ଫରହାନ ଅଲ୍ଲି, ଫରବା, ଫରିହା ଓ ଫରାହ ବୋଲି ଜଣାପଡ଼ିଛି । ମହିଳାଙ୍କ ଜଣେ ଭାଇ ପାକିସ୍ତାନୀ ସେନାରେ ଥିବା ପୋଲିସ ଜାଣିବାକୁ ପାଇଛି । ଏଣୁ ସେ ପାକ ଗୁପ୍ତଚର ହୋଇପାରନ୍ତି ବୋଲି ସନ୍ଦେହ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.