ETV Bharat / bharat

Haridwar Murder, ଝିଅ ରକ୍ତରେ ହୋଲି ଖେଳିଲା ଜନ୍ମକଲା ବାପା - ଉତ୍ତରାଖଣ୍ଡ ଖବର

ଉତ୍ତରାଖଣ୍ଡ ହରିଦ୍ବାରରେ ୨ ବର୍ଷୀୟା ଶିଶୁକନ୍ୟାର ଗଳାକାଟି ହତ୍ୟା ଘଟଣା । ହତ୍ୟା କରିଥିଲା ଜନ୍ମକଲା ବାପା । ଅଧିକ ପଢନ୍ତୁ

Haridwar Murder, ଝିଅ ରକ୍ତରେ ହୋଲି ଖେଳିଥିବା ଜନ୍ମକଲା ବାପା

author img

By

Published : Aug 25, 2022, 1:21 PM IST

ଡେରାଡୁନ: ମଙ୍ଗଳବାର ଅପରାହ୍ନରେ ଉତ୍ତରାଖଣ୍ଡ ହରିଦ୍ବାରରେ ଜଣେ ୨ ବର୍ଷୀୟା ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଥିଲା । କେହି ଜଣେ ଧାରୁଆ ଅସ୍ତ୍ରରେ କୁନି ଝିଅଟିର ବେକ କାଟି ନିର୍ମମ ଭାବେ ହତ୍ୟା କରିଥିଲା । ପିଲାଟିର କ୍ଷତାକ୍ତ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ପଛରେ କିଏ ? କାହିଁକି କେହି ପିଲାଟିକୁ ମାରିଲା ?

ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜିବାକୁ ପୋଲିସ ଜୋରଦାର ତଦନ୍ତ ଚଳାଇଥିଲା । ଏବେ ତଦନ୍ତରୁ ଯେଉଁ ଚାଞ୍ଚଲ୍ୟକର ସତ ସାମ୍ନାକୁ ଆସିଛି, ତାହା ସମସ୍ତଙ୍କୁ ଚକିତ କଲାଭଳି । ଆଉ କେହି ନୁହେଁ, ବରଂ ନିଜେ ଜନ୍ମକଲା ବାପା ହିଁ ଝିଅର ରକ୍ତରେ ହୋଲି ଖେଳିଛି । ପତ୍ନୀଙ୍କ ସହ ବିବାଦରୁ ବାପା ଝିଅର ଗଳା କାଟି ବୀଭତ୍ସ ଭାବେ ହତ୍ୟା କରିବା ପରେ ଫିଙ୍ଗି ଦେଇଥିବା ପୋଲିସ୍ ଜାଣିବାକୁ ପାଇଛି ।

ଏହାମଧ୍ୟ ପଢନ୍ତୁ: ରାସ୍ତାକଡରେ ଦୁଇ ଜଣଙ୍କୁ ଧକ୍କା ଦେଲା କାର୍, CCTVରେ କଏଦ ଦୁର୍ଘଟଣାର ଛାତିଥରା ଦୃଶ୍ୟ

ପୋଲିସ୍ ହତ୍ୟାକାରୀ ବାପା କୁଲଦୀପକୁ ଗିରଫ କରିଛି । ଅଭିଯୁକ୍ତ ବେକରେ ମଧ୍ୟ ବ୍ଲେଡର ଗଭୀର କ୍ଷତ ରହିଥିବାରୁ ବର୍ତ୍ତମାନ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ସୁସ୍ଥ ହେବା ପରେ ପୋଲିସ ତାକୁ ଗିରଫ କରି ପଚରାଉଚରା କରିବା ବୋଲି ସୂଚନା ମିଳିଛି । ପ୍ରକାଶଥାଉ କି, ମଙ୍ଗଳବାର ଅପରାହ୍ନ ସମୟରେ କିଛି ଲୋକେ ରୋଶାନାବାଦ ଅଞ୍ଚଳର ଏକ ବୁଦା ମଧ୍ୟରେ ଝିଅଟିର ମୃତଦେହ ଦେଖିବାକୁ ପାଇଥିଲେ । ଏନେଇ ଖବର ପାଇବା ପରେ ପୋଲିସ ସେଠାରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ତେବେ ମୃତଦେହ ଠାବ ହେବା ଦିନ ଜଣେ ବ୍ୟକ୍ତି ସେହି ବୁଦାଳିଆ ସ୍ଥାନରୁ ଲହୁଲୁହାଣ ଅବସ୍ଥାରେ ବାହାରୁ ଥିବାର କିଛି ଲୋକେ ଦେଖିଥିଲେ । ଏ କଥା ପୋଲିସ ଜାଣିବା ପରେ ମୃତ ଝିଅଟିର ବାପା ସନ୍ଦେହ ଘେରରେ ରହିଥିଲା । ଯାହାକି ଏବେ ସତ ପ୍ରମାଣିତ ହୋଇଛି ।

କାହିଁକି ମାରିଲା ବାପା ?

ଅଭିଯୁକ୍ତ ଉତ୍ତରପ୍ରଦେଶ ଟିକରୀ ଗାଁ ନିବାସୀ କୁଲଦୀପ ଉତ୍ତରାଖଣ୍ଡ ସିଡକୁଲ ଅଞ୍ଚଳର ଏକ ଫ୍ୟାକ୍ଟ୍ରିରେ କାମ କରୁଥିଲା । ସେଠାରେ କାମ କରୁଥିବା ବିଜନୌରର ଜଣେ ଯୁବତୀଙ୍କ ସହ ସେ ପ୍ରେମ ବିବାହ କରିଥିଲା । କିନ୍ତୁ ଦୁହେଁ ଅଲଗା ଅଲଗା ଧର୍ମର ଥିଲେ । ଯାହାକୁ ନେଇ ସ୍ବାମୀ-ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପତ୍ନୀ ଜନ୍ମକଲା ଝିଅକୁ ନିଜ ଧର୍ମରେ ପରିବର୍ତ୍ତନ କରିବାକୁ ଚାହୁଁଥିଲେ । ହେଲେ କୁଲଦୀପ ଏଥିପାଇଁ ରାଜି ନଥିଲେ । ଏଥିପାଇଁ କୁଲଦୀପ ନିଜର ଦୁଇ ବର୍ଷର ଝିଅକୁ ନେଇ ଅନ୍ୟତ୍ର ପଳାଇଥିଲା । ଏହିସବୁ ବିବାଦ ଯୋଗୁଁ ସେ ନିଜ ଝିଅକୁ ହତ୍ୟା କରିଥିବାର ପୋଲିସ ସନ୍ଦେହ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.