ETV Bharat / bharat

ଏନକାଉଣ୍ଟରେ ୨ ସାଧାରଣ ନାଗରିକ ମୃତ, ସେନା କହିଲା ଆତଙ୍କୀଙ୍କୁ କରୁଥିଲେ ସହଯୋଗ

author img

By

Published : Nov 16, 2021, 9:42 PM IST

ଶ୍ରୀନଗର ଉପକଣ୍ଠରେ ହୋଇଥିବା ଏନକାଉଣ୍ଟରରେ ୨ ଆତଙ୍କୀଙ୍କ ସହ ଦୁଇ ସ୍ଥାନୀୟ ନାଗରିକ ମଧ୍ୟ ପ୍ରାଣ ହରାଇଥିବା ସୂଚନା । ସେନା କହିଲା ଆତଙ୍କୀଙ୍କୁ କରୁଥିଲେ ସହଯୋଗ । ତଦନ୍ତ ଦାବି କଲେ ମେହେବୁବା ମୁଫତି । ଅଧିକ ପଢନ୍ତୁ

ଗତକାଲିର ଏନକାଉଣ୍ଟରେ ପ୍ରାଣ ହରାଇଛନ୍ତି ୨ ସାଧାରଣ ନାଗରିକ, ସେନା କହିଲେ ଆତଙ୍କୀଙ୍କୁ କରୁଥିଲେ ସହଯୋଗ

ଶ୍ରୀନଗର: ଗତକାଲି (ସୋମବାର) ଶ୍ରୀନଗର ଉପକଣ୍ଠ ହାଇଦ୍ରାପୋରାରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ଓ ଦୁଇ ସାଧାରଣ ନାଗରିକଙ୍କୁ ମିଶାଇ ମୋଟ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ଆଜି ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଗତକାଲି ଦୁଇ ଆତଙ୍କୀ ସଫା ହୋଇଥିବା ନେଇ ସୂଚନା ମିଳିଥିବାବେଳେ ଆଜି ଉକ୍ତ ଗୁଳି ବିନିମୟରେ ଆତଙ୍କୀଙ୍କୁ ସହଯୋଗ କରୁଥିବା ଦୁଇ ସାଧାରଣ ଲୋକ ମଧ୍ୟ ପ୍ରାଣ ହରାଇଥିବା ସୂଚନା ଦେଇଛି ସେନା ।

ମୃତ ଦୁଇ ସ୍ଥାନୀୟ ନାଗରିକ ହୋଇଥିବାବେଳେ ଉଭୟ ବ୍ୟବସାୟିକ ଶ୍ରେଣୀର ଓ ସେମାନେ ଗୁଳି ବିନିମୟ ସମୟରେ ଆତଙ୍କୀଙ୍କୁ ସହଯୋଗ କରୁଥିବା କହିଛି ସେନା । ପ୍ରାଣ ହରାଇଥିବା ଏହି ଦୁଇ ବ୍ୟକ୍ତି ମୁଦାସିର ଗୁଲ ଏବଂ ଆଲତାଫ ଭଟ୍ଟ ବୋଲି ଜଣାପଡିଛି । ଗତକାଲିି ଏନକାଉଣ୍ଟର ହୋଇଥିବା ହାଇଦ୍ରାପୋରାରେ ଏମାନେ ବ୍ୟବସାୟ କରନ୍ତି ବୋଲି ପୋଲିସ କହିଛି । ତେବେ ଉକ୍ତ କମ୍ପେକ୍ସରେ ଆତଙ୍କୀ ଲୁଚିଥିବା ସୂଚନା ପାଇବା ପରେ ଅପରେସନ ଆରମ୍ଭ କିରଥିଲା ସୁରକ୍ଷା ବଳ । ସେମାନେ ଆତଙ୍କୀଙ୍କ ସମ୍ପର୍କରେ ମଧ୍ୟ ସେନାକୁ କିଛି ସୂଚନା ନଦେବା ସହ ସେମାନଙ୍କୁ ସହଯୋଗ କରିଥିବା କହିଛନ୍ତି କାଶ୍ମୀର IGP ବିଜୟ କୁମାର ।

ତେବେ ଦୁଇ ମୃତ ସ୍ଥାନୀୟ ବ୍ୟକ୍ତିଙ୍କ ଆତଙ୍କୀ ଲିଙ୍କକୁ ଉଭୟଙ୍କ ପରିବାର ପକ୍ଷରୁ ଖଣ୍ଡନ କରାଯାଇଛି । ସେହିପରି ଏହି ଘଟଣା ପରେ ସେନା ଓ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତି । ମୁଫତି ଘଟଣାର ତଦନ୍ତ ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.