ଅମରାବତୀ: ପର୍ଣ୍ଣ ଭିଡିଓ ଦେଖାଇ ନାବାଳକଙ୍କୁ ଅପହରଣ । ଅଭିଯୋଗ ପରେ ଅପହରଣକାରୀ ଜଣେ ମହିଳା ବୋଲି ଜଣାପଡିଛି । ଫଳରେ ଉକ୍ତ ମହିଳା ଅପହରଣକାରୀଙ୍କୁ ଗିରଫ କରିଛି ପୋଲିସ । ଏଭଳି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ । ଅପହୃତ ନାବାଳକକୁ ହାଇଦ୍ରାବାଦରୁ ଉଦ୍ଧାର କରିଛି ପୋଲିସ । ମିଳିଥିବା ସୂଚନା ଅନୁଯାୟୀ, ଗୁଡିଭଡା ଗୁଡମେନ ପେଟା ଗ୍ରାମର ୧୫ ବର୍ଷୀୟ ନାବାଳକ ଗତ ୧୯ ତାରିଖରେ କେଉଁ ଆଡେ ନିଖୋଜ ହୋଇଯାଇଥିଲା ।
ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପରେ ନାବାଳକକୁ ହାଇଦ୍ରାବାଦରୁ ଉଦ୍ଧାର କରିଛି ପୋଲିସ । ଅପହରଣକାରୀ ମହିଳାଙ୍କ ନାମ ସ୍ବପ୍ନା ବୋଲି ଜଣାପଡିଛି । ସେ ନାବାଳକ ଜଣଙ୍କର ପଡୋଶୀ ଘରେ ରହୁଥିଲେ । ମହିଳାଜଣଙ୍କ ନାବାଳକକୁ ଅଶ୍ଲିଳ ଭିଡିଓ ଦେଖାଇ ଅପହରଣ କରିଥିବା ପୋଲିସ ସୁତ୍ରରୁ ଜଣାପଡିଛି । ଏନେଇ ମହିଳାଙ୍କ ବିରୋଧରେ ପୋସ୍କୋ ଆକ୍ଟରେ ମାମଲା ରୁଜୁ ହୋଇଛି ।