ETV Bharat / bharat

ବିଜାପୁରରେ ସୁରକ୍ଷା ବଳ-ନକ୍ସଲ ଏନକାଉଣ୍ଟର, ଜଣେ ପୋଲିସ କର୍ମୀ ଆହତ

author img

By

Published : Apr 19, 2022, 4:15 PM IST

ଛତିଶଗଡର ବିଜାପୁରରେ ସୁରକ୍ଷା ବଳ-ନକ୍ସଲ ଏନକାଉଣ୍ଟର । ଜଣେ ହେଡ କନେଷ୍ଟବଳ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ସୂଚନା । ଏବେବି ଜାରି ରହିଛି କୁମ୍ବିଂ । ଅଧିକ ପଢନ୍ତୁ

ବିଜାପୁରରେ ପୋଲିସ- ନକ୍ସଲ ଏନକାଉଣ୍ଟର, ଜଣେ ପୋଲିସ କର୍ମୀ ଆହତ

ରାୟପୁର: ଛତିଶଗଡ ସର୍ବାଧିକ ମାଓ ପ୍ରଭାବିତ ଅଞ୍ଚଳ ବିଜାପୁରେ ଆଜି ସୁରକ୍ଷା ବଳ ଓ ନକ୍ସଲ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଛି । ତରେରମର ପେଗଡାପଲ୍ଲୀ ଜଙ୍ଗଲରେ ଏହି ଗୁଳି ବିନିମୟ ଜାରି ରହିଥିବା ବେଳେ ଏବେ ସୁଦ୍ଧା ଜଣେ ହେଡ କନେଷ୍ଟବଳ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ତାଙ୍କ ଅବସ୍ଥା ସାମାନ୍ୟ ଥିବା ମଧ୍ୟ ସୂଚନା ମିଳିଛି ।

ଉକ୍ତ ଜଙ୍ଗଲରେ ନକ୍ସଲ ଗତିବିଧି ନେଇ ସୂଚନା ମିଳିବା ପରେ ଆଜି ପୂର୍ବାହ୍ନରୁ ମିଳିତ କୁମ୍ବିଂ ଆରମ୍ଭ କରିଥିଲେ ସ୍ଥାନୀୟ ପୋଲିସ ଓ ଅର୍ଦ୍ଧ୍ବ ସାମରିକ ବଳର ଏକାଧିକ ଟିମ । କୋବ୍ରା, STF, CRPF ଓ DRG ର ମିଳିତ ବାଟାଲିୟନ ସର୍ଚ୍ଚ ଅପରେସନ ଜାରି ରଖିଥିବା ବେଳେ ନକ୍ସଲବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲା । ଏବେ ମଧ୍ୟ ଗୁଳି ବିନିମୟ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.