ETV Bharat / bharat

ଆନ୍ଦୋଳନବେଳେ ପୋଲିସର ବର୍ବରତା, ମହିଳା ଓ ବୟସ୍କଙ୍କୁ ହାତ ବାନ୍ଧି ମାଡ - ମହିଳାଙ୍କୁ ହାତବାନ୍ଧି ପିଟିଲା ପୋଲିସ

ନଦୀରୁ ବାଲି ଉଠାଣକୁ ବିରୋଧ ବେଳେ ହିଂସ୍ର ହେଲା ପୋଲିସ । ମହିଳାଙ୍କ ସମେତ ଶିଶୁ ଓ ବୟସ୍କଙ୍କୁ ହାତବାନ୍ଧି ମାଡ ଅଭିଯୋଗ । ଭାଇରାଲ ହେଉଛି ବର୍ବରତା ବେଳର ଭିଡିଓ । ଅଧିକ ପଢନ୍ତୁ

ଆନ୍ଦଳୋନ ବେଳେ ପୋଲିସର ବର୍ବରତା, ମହିଳାଙ୍କୁ ହାତବାନ୍ଧି ମାଡ
ଆନ୍ଦଳୋନ ବେଳେ ପୋଲିସର ବର୍ବରତା, ମହିଳାଙ୍କୁ ହାତବାନ୍ଧି ମାଡଆନ୍ଦଳୋନ ବେଳେ ପୋଲିସର ବର୍ବରତା, ମହିଳାଙ୍କୁ ହାତବାନ୍ଧି ମାଡ
author img

By

Published : Feb 17, 2022, 5:38 PM IST

ପାଟନା: ନଦୀରୁ ବାଲି ଉଠାଣକୁ ବିରୋଧ କରି ଆନ୍ଦୋଳନ କରୁଥିଲେ ସ୍ଥାନୀୟ ବାସିନ୍ଦା । ତେବେ ଏହି ସମୟରେ ପୋଲିସ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଯିବା ଫଳରେ ବର୍ରରତା ଦେଖାଇଛି ପୋଲିସ । ମହିଳାଙ୍କ ସମେତ ଶିଶୁ ଓ ବୟସ୍କ ଆନ୍ଦୋଳନକାରୀଙ୍କୁ ପଛରୁ ହାତବାନ୍ଧି ପୋଲିସ ମାଡ ମାରିବା ସହ ଦୀର୍ଘ ସମୟ ଧରି ଅଟକ ରଖିଥିବା ଅଭିଯୋଗ ହୋଇଛି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବିହାରର ଗୟା ଜିଲ୍ଲାର ବେଲଗଞ୍ଜ ଥାନା ଅଧୀନ ଆହତପୁର ଅଞ୍ଚଳରେ । ଯାହାର ଭିଡିଓ ଓ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।

ସ୍ଥାନୀୟ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ନଦୀ ପଠାରୁ ବାଲି ଉଠାଣ ପାଇଁ କ୍ରଣ୍ଟାକ୍ଟରଙ୍କୁ ଅନୁମତି ଦେଇଛି ସ୍ଥାନୀୟ ପ୍ରଶାସନ । ତେବେ ସେଠାରୁ ବାଲି ଖନନ ଦ୍ବାରା ବନ୍ୟାସ୍ଥିତି ସୃଷ୍ଟି ହେଉଛି । ଯାହାକୁ ବନ୍ଦ କରିବା ପାଇଁ ଗ୍ରାମବାସୀମାନେ ଧାରଣା ଦେଇଥିଲେ । ତେବେ କଣ୍ଟ୍ରାକ୍ଟର ଓ ପୋଲିସ ପକ୍ଷରୁ ସେମାନଙ୍କୁ ବଳପୂର୍ବକ ଉକ୍ତ ସ୍ଥାନରୁ ଘଉଡାଇବା ପାଇଁ ଉଦ୍ୟମ କରାଯାଇଥିଲା । ପୋଲିସ ସେମାନଙ୍କ ଉପରେ ଲାଠିଚାର୍ଜ କରିବା ସହ ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରିଥିଲା । ଫଳରେ ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା ।

ତେବେ ପୋଲିସ ଉତ୍ତେଜିତ ହୋଇ ବର୍ବରତା ଦେଖାଇଥିଲା । ଆନ୍ଦୋଳନ କରୁଥିବା ମହିଳାଙ୍କ ସମେତ, ଶିଶୁ ଓ ବୟସ୍କ ମଧ୍ୟ ପୋଲିସ ଆକ୍ରୋଶରୁ ରକ୍ଷା ପାଇନଥିଲେ । ସେମାନଙ୍କୁ ପଛକୁ ହାତବାନ୍ଧି ମାଡ ମାରିବା ସହ ଏକ ପଡିଆରେ ଦୀର୍ଘ ସମୟ ଧରି ଅଟକ ରଖିଥିଲା ପୋଲିସ । ତେବେ ଏପରି କିଛି ଭିଡିଓ ଓ ଫଟୋ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ପୋଲିସର ବର୍ବରତା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି ।

ଏପରି ଅଭାବନୀୟ ଘଟଣା ପରେ ଜିଲ୍ଲା ପୋଲିସ ପ୍ରଶାସନ ଉପରେ ଚାପ ବଢିଥିବା ବେଳେ ସ୍ଥାନୀୟ ଏସ.ପି ଘଟଣାକୁ ନେଇ ସଫେଇ ରଖିଛନ୍ତି । ଆନ୍ଦୋଳନକାରୀମାନେ ଉତ୍ତେଜିତ ହୋଇପଡିବା ସହ ପୋଲିସ ଉପରକୁ ଆକ୍ରମଣ କରିଥିଲେ । ଏଥିରେ କିଛି ପୋଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି । ତେବେ ଏହି ଘଟଣାରେ କେତେକ ଆନ୍ଦୋଳନକାରୀଙ୍କ ନାମରେ ମାମଲା ପଞ୍ଜୀକରଣ ହେବା ସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ ହୋଇଥିବା ଜିଲ୍ଲା ଏସ.ପି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.