ETV Bharat / bharat

ମାନବିକତା ଭୁଲିଗଲା ପୋଲିସ, ବୃଦ୍ଧାଙ୍କୁ ରାସ୍ତାରେ ଘୋଷାଡିଲା

author img

By

Published : Jan 9, 2023, 4:37 PM IST

ସାଧାରଣ ଲୋକର ସମସ୍ୟା ସମାଧାନ କରେ ପୋଲିସ । କୌଣସି ସମସ୍ୟା ହେଲେ ଲୋକଟିଏ ପୋଲିସ ପାଖକୁ ଯାଏ ମାତ୍ର ମଧ୍ୟପ୍ରଦେଶରେ ପୋଲିସ ଏକ ଚେହେରା ସାମ୍ନାକୁ ଆସିଛି । ବିଚ ରାସ୍ତାରେ ଜଣେ ବୃଦ୍ଧାଙ୍କୁ ପୋଲିସ ଘୋଷାଡୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ( police dragged elderly woman) । ଅଧିକ ପଢନ୍ତୁ

police dragged elderly woman
ମାନବିକତା ଭୁଲିଗଲା ପୋଲିସ, ବୃଦ୍ଧାଙ୍କୁ ରାସ୍ତାରେ ଘୋଷାଡିଲା

ଭୋପାଳ: ମାନବିକତା ଭୁଲିଗଲା ପୋଲିସ । ବୃଦ୍ଧାଙ୍କୁ ଘୋଷାଡି ଘୋଷାଡି ଗାଡିରେ ଭର୍ତ୍ତି କଲା । ମଧ୍ୟ ପ୍ରଦେଶ ମୁରେନ ଜିଲ୍ଲାରେ ଘଟିଛି ଏପରି ଘଟଣା । 100 ନମ୍ବରରେ ଫୋନ କରିଥିବା ଜଣେ ବୃଦ୍ଧାଙ୍କୁ ରାସ୍ତାରେ ପୋଲିସ ଘୋଷାଡି ନେଉଥିବା ଦେଖିବାକୁ ମିଳିଛି ( police dragged elderly woman) । ଖାକି ପିନ୍ଧିଥିବାରୁ କେହି ଘଟଣାର ପ୍ରତିବାଦ କରି ନଥିଲେ । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏ ଘଟଣା ପୋଲିସର ଛବି ବିଗାଡିଛି । ପୋଲିସର ପ୍ରତି ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି ।

ପୋଲିସର ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ହଲଚଲ ସୃଷ୍ଟି କରିଛି । ଜଣେ ବୃଦ୍ଧା ମହିଳାଙ୍କୁ ପୋଲିସ ରାସ୍ତାରେ ଘୋଷାଡି ଘୋଷାଡି ନେଉଥିବା ଦେଖିବାକୁ ମିଳିଛି । ଘଟଣାଟି ମାତା ବସୋୟା ଥାନା ସ୍ଥିତ ବରି ଗାଁର ହୋଇଥିବା ଜଣାପଡିଛି । ପୋଲିସ ଏଠାରେ କାହିଁକି ପହଞ୍ଚିଲା ଏବଂ ବୃଦ୍ଧାଙ୍କୁ କାହିଁକି ଏପରି ଘୋଷାଡି ନେଲା ଏହାର ଜବାବ ଥାନା ଅଧିକାରୀଙ୍କ ପାଖରେ ନାହିଁ । ପୋଲିସ ବୃଦ୍ଧାଙ୍କ ପୁଅ ଏବଂ ଅନ୍ୟ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ବାଧା ସୃଷ୍ଟି କରୁଥିବା ନେଇ ମାମଲା ଦାଖଲ କରିଛି ।

ଏହା ବି ପଢନ୍ତୁ...ଦେଶର ବିକାଶ ଯାତ୍ରାରେ ପ୍ରବାସୀ ଭାରତୀୟଙ୍କ ଭୂମିକା ରହିଛି: ପ୍ରଧାନମନ୍ତ୍ରୀ

ଘଟଣାକୁ ନେଇ ଥାନା ପ୍ରଭାରୀ ମନୋଜ ବର୍ଦିଆଙ୍କ ସହ କଥା ହେବାପରେ ସେ କହିଛନ୍ତି, "ବରି ଗାଁ ନିବାସୀ ସାହବ ସିଂଙ୍କ ବିରୋଧରେ ତାଙ୍କ ଉଭଣୀଙ୍କ ଟଙ୍କା ଲେଣଦେଣ ତଥା ମାଡପିଟ ନେଇ ଅଭିଯୋଗ ହୋଇଥିଲା । ଏହାସହ ସାହେବ ସିଂଙ୍କ ବିରୋଧରେ ଅନ୍ୟ ଅଭିଯୋଗ ମଧ୍ୟ ହୋଇଛି । ଏନେଇ ପୋଲିସ ଟିମ ବରି ଗାଁକୁ ଯାଇଥିଲା । ସାହେବ ସିଂ ଘରେ ବସିଥିଲା ଏହି ସମୟରେ ତାଙ୍କ ମାଆ ମଝିରେ ଆସିଥିଲେ । ପୋଲିସ କର୍ମୀଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ପୋଲିସ ସହିତ ସାହେବ ସିଂ ଓ ତାର ସହଯୋଗୀର ଠେଲାପେଲା ହୋଇଥିଲା । ତାଙ୍କ ମାଆ ଳେ ପଡିଗଲେ ଏବଂ ଅଭିଯୁକ୍ତକୁ ଫେରାର କରିଦେଲେ ।''

ଥାନା ପ୍ରଭାରୀ ଗୋଟିଏ କଥା କହୁଥିବାବେଳେ ଭିଡିଓରେ କିନ୍ତୁ ଅନ୍ୟ କିଛି ଦେଖିବାକୁ ମିଳିଛି । ଅଭିଯୁକ୍ତଙ୍କ ମାଆ ପୋଲିସଠୁ ତାଙ୍କ ପୁଅକୁ ବଞ୍ଚାଇବାକୁ ଚିତ୍କାର କରୁଥିଲେ । ସ୍ଥାନୀୟ ଲୋକ କହିଛନ୍ତି କି, ସାହେବ ସିଂ ଧରିବାକୁ ପୋଲିସ କାହିଁକି ଆସିଥିଲା ତାର କାରଣ ଜଣାପଡିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.