ETV Bharat / bharat

ପଶ୍ଚିମବଙ୍ଗ ବିଜେପି ନେତା କୈଳାଶ ବିଜୟ ବର୍ଗୀୟ ଅଟକ

author img

By

Published : Nov 26, 2020, 6:40 PM IST

ପଶ୍ଚିମବଙ୍ଗ ତାରଟାଲାରେ ବିଜେପି କର୍ମୀ ଏବଂ କୋଲକାତା ପୋଲିସ ମୁହାଁମୁହିଁ । ପ୍ରାୟ 200 କର୍ମୀଙ୍କ ସହ ନେତା କୈଳାଶ ବିଜୟ ବର୍ଗୀୟ ଅଟକ। ପଢନ୍ତୁ ଅଧିକ.....

ପଶ୍ଚିମବଙ୍ଗ ବିଜେପି ନେତା କୈଳାଶ ବିଜୟ ବର୍ଗୀୟ ଅଟକ
ପଶ୍ଚିମବଙ୍ଗ ବିଜେପି ନେତା କୈଳାଶ ବିଜୟ ବର୍ଗୀୟ ଅଟକ

କୋଲକାତା: ପଶ୍ଚିମବଙ୍ଗ ତାରଟାଲାରେ ବିଜେପି କର୍ମୀ ଏବଂ କୋଲକାତା ପୋଲିସ ମଧ୍ୟରେ ସଂଘର୍ଷ । ଫଳରେ ପ୍ରାୟ 2 ଶହ ବିଜେପି କର୍ମୀଙ୍କ ସହ ବିଜେପି ନେତା କୈଳାଶ ବିଜୟ ବର୍ଗୀୟଙ୍କୁ ଅଟକ ରଖିଛି ପଶ୍ଚିମବଙ୍ଗ ପୋଲିସ ।

ସୂଚନା ଅନୁସାରେ ଆଜି ମଜିରହାଟ ବ୍ରିଜ ଖୋଲିବାକୁ ଦାବି କରି ବିଜେପି ପକ୍ଷରୁ ଏକ ଶୋଭାଯାତ୍ରାର ବାହାରିଥିଲା । ଯାହାର ନେତୃତ୍ବ ନେଇଥିଲେ ବିଜେପି ନେତା କୈଳାଶ ବିଜୟ ବର୍ଗୀୟ । କୋଲକାତା ପୋଲିସ ପହଞ୍ଚି ଶୋଭାଯାତ୍ରାକୁ ବାରଣ କରିବା ସହ ବିଜେପି କର୍ମିଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା । ଫଳରେ ଘଟଣାସ୍ଥଳରେ ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ପ୍ରାୟ 200ରୁ ଉର୍ଦ୍ଧ୍ବ ବିଜେପି କର୍ମୀଙ୍କୁ ଗିରଫ କରିବା ସହ ଶୋଭାଯାତ୍ରାର ନେତୃତ୍ବ ନେଇଥିବା ବିଜୟ ବର୍ଗୀୟଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.