ETV Bharat / bharat

ରାମଦେବ ବାବାଙ୍କ ବିଭ୍ରାନ୍ତକାରୀ ମନ୍ତବ୍ୟକୁ ନେଇ ଥାନାରେ ଏତଲା ଦେଲା IMA

author img

By

Published : May 30, 2021, 10:24 AM IST

ରାମ ଦେବଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବେଙ୍ଗଲର ଭାରତୀୟ ମେଡିକାଲ ଆସୋସିଏସନ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛି ।

ରାମଦେବ ବାବାଙ୍କ ବିଭ୍ରାନ୍ତକାରୀ ମନ୍ତବ୍ୟକୁ ନେଇ ଥାନାରେ ଅଭିଯୋଗ କଲା IMA

କୋଲକାତା: ଯୋଗ ଗୁରୁ ରାମ ଦେବଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବେଙ୍ଗଲର ଭାରତୀୟ ମେଡିକାଲ ଆସୋସିଏସନ ତାଙ୍କ ବିରୋଧରେ ଅଭିଯୋଗ କରିଛି । ଏଲୋପାଥିକ୍ ମେଡିସିନ କୋରୋନା ରୋଗର ଚିକିତ୍ସା କରିପାରୁନଥିବାରୁ ଡାକ୍ତରଙ୍କ ସମେତ ଆନେକ ଲୋକ କୋରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି ବୋଲି ରାମଦେବ କହିଥିଲେ ।

ତେବେ ମହାମାରୀ ସମୟରେ ରାମଦେବ ବାବାଙ୍କ ଏଭଳି ମନ୍ତବ୍ୟ ଲୋକଙ୍କ ମନରେ ଦ୍ବନ୍ଦ ସୃଷ୍ଟି କରୁଥିବା ଅଭିଯୋଗ କରି କୋଲକାତାର ସିନ୍ଥୀ ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଛି । ରାମଦେବ କହିଛନ୍ତି ଯେ ଏଲୋପାଥିକ୍ ମେଡିସିନ କାରଣରୁ କୋଭିଡ ରୋଗୀ ମାନେ ଅଧିକ ଯନ୍ତ୍ରଣା ଭୋଗୁଛନ୍ତି ଏବଂ ମୃତ୍ୟୁବରଣ କରୁଛନ୍ତି । ଏହା କୋରୋନାର ଚିକିତ୍ସା କରିପାରୁନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ 2ଡୋଜ ଟିକା ନେଇ ସାରିବା ପରେ ବି 10 ହଜାରରୁ ଅଧିକ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ଯାହାକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ବେଙ୍ଗଲର ଭାରତୀୟ ମେଡିକାଲ ଆସୋସିଏସନ କହିଛି । ଏଭଳି ବିଭ୍ରାନ୍ତକାରୀ ଏବଂ ମିଥ୍ୟା ତଥ୍ୟ ପ୍ରଚାର କରି ଲୋକଙ୍କ ମନରେ ଦ୍ବନ୍ଦ ସୃଷ୍ଟି କରୁଛନ୍ତି । ଯାହା ସବୁଠାରୁ ବଡ ଅପରାଧ ଅଟେ ।

ରାମଦେବ ବାବାଙ୍କ ଏକ ଭାଇରାଲ ଭିଡିଓରେ ଏହି କଥା ଶୁଣିବାକୁ ମିଳିଥିଲା । ଏଥି ସହ କୋରୋନା ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା କେତେକ ଔଷଧକୁ ନେଇ ମଧ୍ୟ ସେ ପ୍ରଶ୍ନ କରିଥିଲେ । ଏହି ମନ୍ତବ୍ୟକୁ ନେଇ ଡାକ୍ତର ସଂଘ ବିରୋଧ ପ୍ରଦର୍ଶନ କରିଥିଲା । ଯାହାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.