ETV Bharat / bharat

ପୋଲିସ ରୂପରେ ପୂଜା ପାଇଲେ ଗଣପତି ବାପ୍ପା - ଆଜି ବିଘ୍ନ ବିନାଶଙ୍କ ପୂଜା

ମୁମ୍ବାଇର ଭିଲେ ପାର୍ଲ ପୋଲିସ ଷ୍ଟେସନରେ ନିଆରା ଢ଼ଙ୍ଗରେ ଅଗ୍ରପୂଜ୍ୟ ଗଜାନନ । ପୋଲିସ ବାପ୍ପା ରୂପରେ ପୂଜା ପାଉଛନ୍ତି ଗଣେଶ । ଅଧିକ ପଢ଼ନ୍ତୁ

police bappa welcomed at vile parle police station in mumbai
ସମାଜର ରକ୍ଷକ ସାଜିବେ 'ପୋଲିସ ବାପ୍ପା'
author img

By

Published : Sep 1, 2022, 11:30 AM IST

ମୁମ୍ବାଇ: ମହାଆଡମ୍ବରରେ ଚାଲିଛି ବିଘ୍ନ ବିନାଶଙ୍କ ପୂଜା । ସର୍ବସିଦ୍ଧି ପ୍ରଦାୟକଙ୍କୁ ପୁଜୁଛି ସାରା ବିଶ୍ବ । ଦୀର୍ଘ ଦୁଇ ବର୍ଷ କୋରୋନା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ସୃଷ୍ଟି କରିଥିଲା । କିନ୍ତୁ ଚଳିତ ଥର କୌଣସି କଟକଣା ନଥିବାରୁ ଚାରିଆଡ଼େ ଉତ୍ସବ ମୁଖର । ବିଭିନ୍ନ ଅଞ୍ଚଳରେ ଅଗ୍ରପୂଜ୍ୟଙ୍କୁ ଭିନ୍ନ ଭିନ୍ନ ରୂପରେ ଦେଖିବାକୁ ମିଳିଛି । ବେଶ ନିଆରା ଢଙ୍ଗରେ ପ୍ରଭୁ ମଣ୍ଡପରେ ପୂଜା ପାଉଛନ୍ତି । ମହାରାଷ୍ଟ୍ର ମୁମ୍ବାଇ ସ୍ଥିତ ଭିଲେ ପାର୍ଲ ପୋଲିସ ଷ୍ଟେସନରେ 'ପୋଲିସ ବାପ୍ପା' ପୂଜା ପାଉଛନ୍ତି (police bappa welcomed at vile parle police station) ।

police bappa welcomed at vile parle police station in mumbai
ସମାଜର ରକ୍ଷକ ସାଜିବେ 'ପୋଲିସ ବାପ୍ପା'

ଏହା ମଧ୍ୟ ପଢ଼ନ୍ତୁ: ହୁବାଲ୍ଲି ଇଦ୍‌ଗା ମଇଦାନରେ ଗଣେଶ ପୂଜାକୁ ଅନୁମତି, ହାଇକୋର୍ଟ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

  • Maharashtra | 'Police Bappa' welcomed at Vile Parle Police Station in Mumbai for #Ganeshotsav

    The concept is to spread awareness related to crime, traffic rules & particularly, cyber fraud. A Marathi song is played alongside for awareness: Inspector Rajendra Kane, Vile Parle PS pic.twitter.com/uffWNhuq7g

    — ANI (@ANI) August 31, 2022 " class="align-text-top noRightClick twitterSection" data=" ">

ଭିଲେ ପାର୍ଲ ଥାନା ଅଧିକାରୀମାନେ ଏଭଳି ନିଆରା ଢଙ୍ଗରେ ଗଜାନନଙ୍କୁ ପୂଜା କରିଛନ୍ତି । ଗଣେଶ ପୋଲିସ ବେଶରେ ପୂଜା ପାଉଛନ୍ତି । ପୋଲିସ ପୋଷାକ, ଗୋଡ଼ରେ ଜୋତା, ପକେଟରେ ବନ୍ଧୁକ ଧରିଥିବା ବେଶରେ ପ୍ରଭୁଙ୍କୁ ଦେଖିବାକୁ ମିଳିଛି । ଏନେଇ ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି, "ଅପରାଧ, ଟ୍ରାଫିକ ନିୟମ ବିଶେଷ କରି ସାଇବର ଠକେଇ ସମ୍ବନ୍ଧୀୟ ସଚେତନତା ପ୍ରସାର କରିବା (spread awareness) ।" ସଚେତନ ବାର୍ତ୍ତା ପାଇଁ ମରାଠୀ ଗୀତ ବାଜୁଛି । ପୋଲିସଙ୍କୁ ସମାଜର ରକ୍ଷକ କୁହାଯାଏ । ଆଇନ କାନୁନ ମାନିବା ସହ ଜନସାଧାରଙ୍କ ରକ୍ଷା କରିବା ସେମାନଙ୍କ ମୂଳ ଦାୟିତ୍ବ । ତେଣୁ ସେମାନଙ୍କ ଉପରେ ଅଗ୍ରପୂଜ୍ୟ ଗଜାନନଙ୍କ ଆଶୀର୍ବାଦ ରହିଥାଉ ବୋଲି ଏହି ପ୍ରୟାସ କରିଥିବା ଥାନା ଅଧିକାରୀ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.