ETV Bharat / bharat

ସ୍ବାମୀକୁ ମାରି ସେଫ୍ଟିକ ଟାଙ୍କିରେ ଫିଙ୍ଗିଥିଲା ସ୍ତ୍ରୀ, 8ବର୍ଷ ପରେ ହେଲା ଗିରଫ

author img

By ETV Bharat Odisha Team

Published : Sep 12, 2023, 10:17 PM IST

ସ୍ବାମୀକୁ ମାରି ସେଫ୍ଟିକ ଟାଙ୍କିରେ ଫିଙ୍ଗି ଦେଇଥିଲା ସ୍ତ୍ରୀ । 8ବର୍ଷ ପରେ ମିଳିଲା ନରକଙ୍କାଳ । ମହିଳା ଗିରଫ । ଅଧିକ ପଢନ୍ତୁ

ସ୍ବାମୀକୁ ମାରି ସେଫ୍ଟିକ ଟାଙ୍କିରେ ଫିଙ୍ଗିଥିଲା ସ୍ତ୍ରୀ, 8 ବର୍ଷ ଗିରଫ

ଚେନ୍ନାଇ: ସ୍ବାମୀକୁ ହତ୍ୟା କରି ସେଫ୍ଟିକ ଟାଙ୍କିରେ ଫିଙ୍ଗି ଦେଇଥିଲା ସ୍ତ୍ରୀ । 8 ବର୍ଷ ପରେ ଟାଙ୍କି ସଫେଇ ବେଳେ ମିଳିଲା ନରକଙ୍କାଳ ଓ କପଡା । ଭଡା ଘର ମାଲିକଙ୍କ ଅଭିଯୋଗ କ୍ରମେ ପୋଲିସ ଏହି ମାମଲାରେ ତଦନ୍ତ କରି ଅଭିଯୁକ୍ତ ସ୍ତ୍ରୀକୁ ଗିରଫ କରିଛି । ତାମିଲନାଡୁ ଶିବଗଙ୍ଗାଇରେ ଏପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି ।

ଶିବଗଙ୍ଗାଇର ଦେବକୋଟାଇ ପୋଲିସ ଷ୍ଟେସନ ଅନ୍ତର୍ଗତ ଗାମବାରରେ ଶ୍ରବଣନ ନାମକ ଜଣେ ଭଡାଘର ମାଲିକ ନିଜ ସେଫ୍ଟିକ ଟାଙ୍କି ସଫା କରୁଥିବା ବେଳେ ସେଥିରୁ ଏକ ନରକଙ୍କାଳ ଓ କପଡା ଠାବ ହୋଇଥିଲା । ସେ ତୁରନ୍ତ ଏ ସମ୍ପର୍କରେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ତାଙ୍କ ଘରେ 8 ବର୍ଷ ପୂର୍ବରୁ ପାଣ୍ଡିଆନ ଓ ସୁଗାନ୍ତି ନାମକ ଦମ୍ପତି ରହୁଥିବା ମଧ୍ୟ ସେ ପୋଲିସକୁ କହିଥିଲେ ।

ତେବେ ଘର ମାଲିକଙ୍କ ସୂଚନା ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ସୁଗାନ୍ତି ନାମ୍ନୀ ଏହି ମହିଳାଙ୍କୁ ତଦନ୍ତ ପରିସରକୁ ଆଣିଥିଲା । ଜଣାପଡିଥିଲା ଯେ, ମହିଳାଙ୍କ ସ୍ବାମୀଙ୍କ ମୃତ୍ୟୁ ନେଇ ପୂର୍ବରୁ ମଧ୍ୟ ଏକ ମାମଲା ରୁଜୁ ହୋଇଥିଲା । ମୃତ ଯୁବକଙ୍କ ଦିବଙ୍ଗତ ପିତା ଏହି ଏତଲା ଦାଏର କରିଥିଲେ । ହେଲେ ସେତେବେଳେ ପତ୍ନୀ ସୁଗାନ୍ତି, ସ୍ବାମୀ ପାଣ୍ଡିଆନ କୋଇମ୍ବାଟୁରରେ ଅନ୍ୟ ଜଣେ ମହିଳାଙ୍କ ସହ ରହୁଥିବା ଓ କେବଳ ପ୍ରତିମାସ ଟଙ୍କା ପଠାଉଥିବା ପୋଲିସକୁ କହିଥିଲେ । ତା’ ପରେ ସ୍ବାମୀ ପାଣ୍ଡିଆନଙ୍କ ସହ ତାଙ୍କର କୌଣସି ଯୋଗାଯୋଗ ହୋଇନଥିବା ସୁଗାନ୍ତି ପୋଲିସକୁ କହିବା ପରେ ମାମଲାର ତଦନ୍ତରେ ଶିଥିଳତା ଆସିଥିଲା ।

ଏହା ମଧ୍ୟ ପଢନ୍ତୁ :- ୬ବର୍ଷର ପୁଅକୁ ଛାଡି କୁଆଡେ ଗଲେ ସୀତା ? ସ୍ତ୍ରୀକୁ ଖୋଜି ଆଣିବାକୁ ସ୍ବାମୀର ନିବେଦନ

ତଦନ୍ତ କ୍ରମେ, ଉଦ୍ଧାର ହୋଇଥିବା କଙ୍କାଳ ସୁଗାନ୍ତିଙ୍କ ସ୍ବାମୀ ପାଣ୍ଡିଆନଙ୍କର ବୋଲି ଜାଣିବା ପରେ ପୁଣି ଥରେ ଏହି ମହିଳାଙ୍କୁ ଅଟକ ରଖି ଜେରା କରିଥିଲା । ଏହା ପରେ ମହିଳା ହତ୍ୟା ସମ୍ପର୍କରେ ସ୍ବୀକାର କରିଥିଲେ । ପତ୍ନୀ ସୁଗାନ୍ତି ହିଁ ସ୍ବାମୀ ପାଣ୍ଡିଆନଙ୍କୁ ହତ୍ୟା କରି ରହୁଥିବା ଭଡାଘରର ଟାଙ୍କିରେ ଫିଙ୍ଗି ଦେଇଥିଲା । ପରେ ନିଜର ଦୁଇ ପିଲାଙ୍କ ସହ ଘର ବଦଳାଇ ଅନ୍ୟତ୍ର ରହିବାକୁ ଆରମ୍ଭ କରିଥିଲା । ହେଲେ 8ବର୍ଷ ପରେ ସେ ରହୁଥିବା ପୁରୁଣା ଭଡା ଘରର ଟାଙ୍କିରୁ ନରକଙ୍କାଳ ଉଦ୍ଧାର ହେବା ପରେ ଏହି ହତ୍ୟା ଘଟଣା ଏବେ ଲୋକଲୋଚନକୁ ଆସିଛି । ପୋଲିସ ଅଭିଯୁକ୍ତ ପତ୍ନୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.