ETV Bharat / bharat

କେରଳ ଯିବେ ପ୍ରଧାନମନ୍ତ୍ରୀ: କୋଚିରେ ସୁରକ୍ଷା କଡାକଡି, ଧମକପୂର୍ଣ୍ଣ ଚିଠି ଦେଇଥିବା ଅଭିଯୁକ୍ତ ଗିରଫ - ପ୍ରଧାନମନ୍ତ୍ରୀଙ୍କ କେରଳ ଗସ୍ତ

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କୋଚିରେ ସୁରକ୍ଷା ବଢିଲା । ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ସହ କରିବେ ରୋଡ ସୋ' । ପ୍ରଧାନମନ୍ତ୍ରୀଙ୍କୁ ଧମକପୂର୍ଣ୍ଣ ଚିଠି ଦେଇଥିବା ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କୋଚିରେ ସୁରକ୍ଷା ବଢିଲା, ଧମକପୂର୍ଣ୍ଣ ଚିଠି ଦେଇଥିବା ଅଭିଯୁକ୍ତ ଗିରଫ

author img

By

Published : Apr 23, 2023, 4:28 PM IST

ଥିରୁଅନନ୍ତପୁରମ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା କାଲି (ସୋମବାର) କେରଳ ଗସ୍ତ କରିବେ । ସେଥିପାଇଁ କୋଚିରେ ସୁରକ୍ଷା ବ୍ୟବସ୍ଥାକୁ ବଢାଯାଇଛି । ପ୍ରଧାନମନ୍ତ୍ରୀଙ୍କୁ ଚିଠିରେ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ ମଧ୍ୟ ଗିରଫ କରାଯାଇଥିବା କେରଳ ପୋଲିସ ସ୍ପଷ୍ଟ କରିଛି । କେରଳ ବିଜେପି ସଭାପତି କେ.ସୁରେନ୍ଦ୍ରନ ଏହି ଧମକପୂର୍ଣ୍ଣ ଚିଠି ପାଇଥିଲେ । ପ୍ରଧାନମନ୍ତ୍ରୀଙ୍କୁ କେରଳ ଗସ୍ତ ସମୟରେ ଆତ୍ମଘାତୀ ବିସ୍ପରୋଣରେ ଉଡାଇ ଦିଆଯିବା ନେଇ ଚିଠିରେ ଧମକ ମିଳିଥିଲା । ବିଜେପି ପ୍ରଦେଶ କମିଟି ପକ୍ଷରୁ ଏନେଇ ପୋଲିସରେ ଅଭିଯୋଗ କରାଯିବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଅଭିଯୁକ୍ତକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି ।

ଜାଭିଅର ନାମକ ଏହି ଅଭିଯୁକ୍ତ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଏହି ଧମକପୂର୍ଣ୍ଣ ଚିଠି ଲେଖିଥିବା ପୋଲିସ ସ୍ପଷ୍ଟ କରିଛି । ପୋଲିସ କହିଛି, ଗତକାଲି ଅଭିଯୁକ୍ତକୁ ଗିରଫ କରାଯିବା ପରେ ଭିନ୍ନ ତଥ୍ୟ ସାମ୍ନାକୁ ଆସିଛି । ପଡୋଶୀ ସହ ଶତୃତା କାରଣରୁ ଅଭିଯୁକ୍ତଜଣଙ୍କ ଏପରି କରିଛି । ନିଜ ନାମ ନୁହେଁ, ବରଂ ପଡୋଶୀଙ୍କ ନାମରେ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଚିଠି ଲେଖିଥିଲା ଏହି ଅଭିଯୁକ୍ତ । ପୋଲିସ ଫେରନସିକ ଟିମ ସହାୟତାରେ ହସ୍ତାକ୍ଷର ଯାଞ୍ଚ କରି ଘଟଣାର ଖୁଲାସା କରିଛି । ଅଭିଯୁକ୍ତକୁ କଷ୍ଟଡିରେ ଅଧିକ ଜେରା କରାଯାଉଛି । ଆଜି ସଂଧ୍ୟା ସୁଦ୍ଧା ପୋଲିସ ତାକୁ କୋର୍ଟରେ ହାଜର କରିପାରେ ।

କାଲି ପ୍ରଧାନମନ୍ତ୍ରୀ ପ୍ରଥମେ କୋଚିରେ ପହଞ୍ଚିବେ । ସେଥିପାଇଁ ସହରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । କେବଳ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓ ତାଙ୍କର ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ 2,060 ପୋଲିସ କର୍ମୀ ନିୟୋଜିତ ହେବେ । ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’ କାର୍ଯ୍ୟକ୍ରମ ପାଇଁ ମଧ୍ୟ ଟ୍ରାଫିକ ନିୟମାବଳୀ ଲାଗୁ କରାଯାଇଛି । ରୋଡ ସୋ' ପାଇଁ ନିର୍ଦ୍ଧାରିତ ହୋଇଥିବା ରାସ୍ତାରେ କିଛି ସମୟ ପାଇଁ ସାଧାରଣ ଯାତାୟତ ବନ୍ଦ ରଖାଯିବ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କେରଳ ପୋଲିସ ପକ୍ଷରୁ ଆଜି ମକଡ୍ରିଲ ମଧ୍ୟ କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି କୋଚି କାର୍ଯ୍ୟକ୍ରମ ସାରିବା ପରେ ରାଜଧାନୀ ଥିରୁଅନନ୍ତପୁରମରେ ପହଞ୍ଚିବେ । ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ । ଏହି ଟ୍ରେନ ଥିରୁଅନନ୍ତପୁରମରୁ କାସରଗଡରୁକୁ ଯାତାୟତ କରିବା ସହ 11ଟି ପ୍ରମୁଖ ଜିଲ୍ଲାକୁ ସଂଯୋଗ କରିବ । ସେହିପରି ପ୍ରାୟ 3,200 କୋଟିର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ । ଥିରୁଅନନ୍ତପୁରମରେ ହେବାକୁ ଥିବା ଡିଜାଟାଲ ସାଇନ୍ସ ପାର୍କର ଶିଳାନ୍ୟାସ କରିବେ । ବହୁ ପ୍ରତୀକ୍ଷିତ କୋଚି ଓ୍ବାଟର ମେଟ୍ରୋକୁ ମଧ୍ୟ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ । ଏହା ବ୍ୟତୀତ ଦିନ୍ଦିଗୁଲ-ପାଲାନୀ-ପାଲକ୍କଡକୁ ସଂଯୋଗ କରୁଥିବା ବୈଦ୍ୟୁତିକ ଲାଇନରେ ମଧ୍ୟ ରେଳ ଚଳାଚଳକୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.