ETV Bharat / bharat

ସେନାକୁ ସଫଳତା, LoCରୁ ୪୪ କେଜି ନିଶାଦ୍ରବ୍ୟ ଜବତ

author img

By

Published : May 29, 2022, 7:36 AM IST

ସେନାକୁ ମିଳିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ସଫଳତା । LOC ସୀମା ପୁଞ୍ଚ ଜିଲ୍ଲାରୁ ବିପୁଳ ପରିମାଣର ନିଶାଦ୍ରବ୍ୟ (narcotics) ଜବତ କଲା ସେନା । ଅଧିକ ପଢନ୍ତୁ

ସେନାକୁ ସଫଳତା;LoCରୁ ଜବତ ହେଲା ୪୪ କେଜି ନିଶାଦ୍ରବ୍ୟ

ଶ୍ରୀନଗର: ସେନାକୁ ମିଳିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ସଫଳତା । LOC ସୀମା ପୁଞ୍ଚ ଜିଲ୍ଲାରୁ ବିପୁଳ ପରିମାଣର ନିଶାଦ୍ରବ୍ୟ (narcotics) ଜବତ କଲା ସେନା । ସେନା ଓ ଜମ୍ମୁ କାଶ୍ମୀରର ମିଳିତ ଉଦ୍ୟମରେ ପାଖାପାଖି ୪୪ କେଜି ନିଶାଦ୍ରବ୍ୟ ଜବତ କରାଯାଇଛି ।

ଏନେଇ ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ, LOC ସୀମାରେ ନିଶା କାରବାର ନେଇ ସେନାକୁ ମିଳିଥିଲା ସୂଚନା । ପରେ ମେ ୨୫ରୁ ସେନା ଓ ପୋଲିସ ପକ୍ଷରୁ ସ୍ପେଶାଲ ଅପରେସନ ଆରମ୍ଭ ହୋଇଥିଲା । LOC ସୀମା ପୁଞ୍ଚ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ସୁରକ୍ଷା ବାହିନୀ ।

ଦୀର୍ଘ ୪ ଦିନ ଧରି ଏ ମିଳିତ ଅପରେସନ ଜାରି ରହିଥିଲା । ତେବେ ରେଡ ବେଳେ ସେନାର ହାତରେ ଲାଗିଥିଲା ପାଖାପାଖି 44 କେଜି ନିଶାଦ୍ରବ୍ୟ । ତେବେ,ଏ ନିଶା ଦ୍ରବ୍ୟ ପାକିସ୍ତାନ ପଟୁ ଆସୁଥିବା ସନ୍ଦେହ କରାଯାଉଛି । ଏନେଇ ଏକ ମାମଲା ରୁଜୁ ହୋଇଥିବା ନେଇ ପ୍ରତିରକ୍ଷା ବିଭାଗର ପିଆରଓ (PRO Defence Davender Anand ) ସୂଚନା ଦେଇଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.