ETV Bharat / bharat

Himachal Pradesh: ଦୁର୍ଘଟଣାକୁ ସପ୍ତାହେ ବିତିଲାଣି, ଉଦ୍ଧାର ହୋଇପାରୁନି ପୋଲାଣ୍ଡ ପାରାଗ୍ଲାଇଡରଙ୍କ ମୃତଦେହ - ହିମାଚଳ ପ୍ରଦେଶ ପୋଲିସ

ହିମାଚଳ ପ୍ରଦେଶରେ ପାରାଚୁଟ ଦୁର୍ଘଟଣାକୁ ସପ୍ତାହେ ବିତିଲାଣି । ମାତ୍ର ଉଦ୍ଧାର ହୋଇପାରୁନି ପୋଲାଣ୍ଡ ପାରାଗ୍ଲାଇଡରଙ୍କ ମୃତଦେହ । 4 ଜଣ ସୋଲୋ-ପାରାଗ୍ଲାଇଡିଂରେ ଉଡାଣ ଭରିଥିବା ବେଳେ ଘଟିଥିଲା ଦୁର୍ଘଟଣା । ଅଧିକ ପଢନ୍ତୁ

Himachal Pradesh: ଉଦ୍ଧାର ହୋଇପାରୁନି ପୋଲାଣ୍ଡ ପାରାଗ୍ଲାଇଡରଙ୍କ ମୃତଦେହ

author img

By ETV Bharat Odisha Team

Published : Oct 31, 2023, 9:26 PM IST

Himachal Pradesh: ଉଦ୍ଧାର ହୋଇପାରୁନି ପୋଲାଣ୍ଡ ପାରାଗ୍ଲାଇଡରଙ୍କ ମୃତଦେହ

ଶିମଲା: ହିମାଚଳ ପ୍ରଦେଶର ବିଶ୍ୱପ୍ରସିଦ୍ଧ ପାରାଗ୍ଲାଇଡିଂ ସାଇଟ୍ ବିର୍ ବିଲିଂରେ ଉଡାଣ ଭରି ସପ୍ତାହେ ପୂର୍ବରୁ ଦୁର୍ଘଟଣାର ଶିକାର ହୋଇଥିବା ପୋଲାଣ୍ଡ ନାଗିରକଙ୍କ ମୃତଦେହ ବର୍ତ୍ତମାନ ସୁଦ୍ଧା ମଧ୍ୟ ଉଦ୍ଧାର କରାଯାଇପାରିନି । ଏହି ବିଦେଶୀ ପର୍ଯ୍ୟଟକଙ୍କ ନାମ ଆଣ୍ଡ୍ରଜେ କୁଲାୱି ଓ ତାଙ୍କ ବୟସ ପ୍ରାୟ 74 ହେବା ନେଇ ସୂଚନା ମିଳିଛି । ଗତ 23 ତାରିଖରେ ସେ ସୋଲୋ-ପାରାଚୁଟ ମାଧ୍ୟମରେ ଅନ୍ୟ କିଛି ସହଯୋଗୀଙ୍କ ସହ ଉଡାଣ ଭରିବା ସମୟରେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିଲେ । ଅନ୍ୟ 3 ଜଣ ପାରାଗ୍ଲାଇଡରଙ୍କୁ ହେଲିକପ୍ଟର ସହାୟତାରେ ସୁରକ୍ଷିତ ଉଦ୍ଧାର କରିବାରେ ସଫଳତା ମିଳିଥିଲା । ମାତ୍ର ଏହି ବିଦେଶୀ ନାଗରିକଙ୍କ ପାରାଚୁଟ ଦୁର୍ଘଟଣାରେ ମୃତ୍ୟୁ ହେବା ସହ ମୃତଦେହ ଏକ ଖାଇରେ ଖସିପଡିଛି ।

ସ୍ଥାନୀୟ ଜିଲ୍ଲାଧିକାରୀଙ୍କ ସୂଚନା ଅନୁସାରେ, ଆଣ୍ଡ୍ରଜେ କୁଲାୱିଙ୍କ ସମେତ ମୋଟ 4 ଜଣ ସୋଲୋ ପାରାଗ୍ଲାଇଡର ଏହି ଉଡାଣରେ ଅଂଶଗ୍ରହଣ କରିଥିଲେ । କୌଣସି କାରଣରୁ ଦୁର୍ଘଟଣାର ଶିକାର ହୋଇ ଏମାନେ ବିଭିନ୍ନ ସ୍ଥାନରେ ଖସିପଡିଥିବା ବେଳେ 3 ଜଣଙ୍କୁ ସୁରକ୍ଷିତ କରାଯାଇଛି । ଆଣ୍ଡ୍ରଜେ କୁଲାୱିଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତାଙ୍କ ମୃତଦେହ ପାରାଚୁଟ ସହ ପାର୍ବ୍ୟତାଞ୍ଚଳର ଗଭୀର ଖାଇରେ ପଡିଛି । ଘରୋଇ ହେଲିକପ୍ଟର ମାଧ୍ୟମରେ ମୃତଦେହ ପଡିଥିବା ସ୍ଥାନ ଚିହ୍ନଟ ମଧ୍ୟ କରାଯାଇ ସାରିଛି । ହେଲେ ଦୁର୍ଗମ ଅଞ୍ଚଳରେ ଘରୋଇ ହେଲିକପ୍ଟର ମୃତଦେହ ଉଦ୍ଧାର କରିବାରେ ଅକ୍ଷମତା ପ୍ରକାଶ କରିବା ପରେ ବାୟୁସନାର ସହଯୋଗ ମଧ୍ୟ ନିଆଯାଇଛି । ବାୟୁସେନାର ଦୁଇଟି ‘ଚିତା’ ହେଲିକପ୍ଟର ଦୁର୍ଗମ ଖାଇ ମଧ୍ୟରୁ ମୃତଦେହ ଉଦ୍ଧାର କରିବା ପାଇଁ ରବିବାରଠାରୁ ପ୍ରୟାସ ଜାରି ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Sachin-Sara Divorced: ଆଉ ଏକାଠି ନାହାନ୍ତି ସଚିନ-ସାରା, ଖୁଲାସା କଲା ନାମାଙ୍କନ ପତ୍ର

ବାୟୁସେନା ବ୍ୟତୀତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆରଏଫ)ର ଟିମ ମଧ୍ୟ ସ୍ଥଳଭାଗରେ ମୃତଦେହ ଉଦ୍ଧାର କରିବା କାର୍ଯ୍ୟରେ ନିୟୋଜିତ ହୋଇଛି । ଏହାର କିଛି ଦୂରରେ ଏକ ଅସ୍ଥାୟୀ ରେସ୍କ୍ୟୁ ବେସକ୍ୟାମ୍ପ ମଧ୍ୟ ପ୍ରତିଷ୍ଠା କରାଯାଇଛି । ଦୁର୍ଗମ ପାର୍ବତ୍ୟଞ୍ଚଳ ଓ ଗଭୀର ଖାଇରେ ମୃତଦେହଟି ପଡିଥିବାରୁ ଉଦ୍ଧାରକାରୀ ଦଳକୁ ଅନେକ ଆହ୍ବାନର ସାମ୍ନା କରିବାକୁ ପଡୁଛି । ତେବେ ଆସନ୍ତାକାଲି ମଧ୍ୟରେ ମୃତଦେହ ଉଦ୍ଧାର କରାଯାଇ ବେସ କ୍ୟାମ୍ପକୁ ଅଣାଯିବାର ବ୍ୟବସ୍ଥା କରାଯିବା ନେଇ ସ୍ଥାନୀୟ ପ୍ରଶାସନ କହିଛି । ଏହା ପରେ ଦୁର୍ଘଟଣାର ପ୍ରକୃତ କାରଣ ସମ୍ପର୍କରେ ସ୍ପଷ୍ଟ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.