ETV Bharat / bharat

Ludhiana Gas Leak Tragedy: ହାଇଡ୍ରୋଜେନ ସଲଫାଇଡ ଗ୍ୟାସ୍‌ ନିର୍ଗମନ ଯୋଗୁଁ ଯାଇଛି ଜୀବନ

author img

By

Published : May 1, 2023, 12:00 PM IST

ଲୁଧିଆନାରେ ବିଷାକ୍ତ ଗ୍ୟାସ ଲିକ୍‌ ହୋଇ 11 ଜଣଙ୍କର ମୃତ୍ୟୁ ହୋଇଥିଲା । ବିଷାକ୍ତ ହାଇଡ୍ରୋଜେନ୍ ସଲଫାଇଡ୍ ଗ୍ୟାସ୍ ଲିକ୍‌ ଯୋଗୁଁ ଏହି ଦୁଃଖଦ ଘଟଣା ଘଟିଛି । ଅଧିକ ପଢନ୍ତୁ

Ludhiana Gas Leak
Ludhiana Gas Leak

ଚଣ୍ଡିଗଡ: ପଞ୍ଜାବ ଲୁଧିଆନାରେ କ୍ଷୀର ଫ୍ୟାକ୍ଟ୍ରିରୁ ବିଷାକ୍ତ ଗ୍ୟାସ ଲିକ୍‌ ଘଟଣା । ଏହି ଦୁର୍ଘଟଣାରେ 11ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସାମ୍ନାକୁ ଆସିଲା ମୃତ୍ୟୁର ପ୍ରକୃତ କାରଣ। ହାଇଡ୍ରୋଜେନ୍ ସଲଫାଇଡ୍ ଗ୍ୟାସ୍ ଲିକ ଯୋଗୁଁ 11ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଗ୍ୟାସ୍‌ର ପ୍ରଭାବକୁ କମାଇବା ପାଇଁ କାଷ୍ଟିକ୍ ସୋଡା ବ୍ୟବହାର କରାଯାଉଛି ଏବଂ ସିୱେଜ୍‌ରେ ଗ୍ୟାସ୍ ମାତ୍ରାକୁ ପ୍ରତି ଘଣ୍ଟାରେ ମାପ କରାଯାଉଛି । ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-Punjab Gas Leak Case: ମୃତକଙ୍କ ମଧ୍ୟରେ ବିହାରର ଗୋଟିଏ ପରିବାରର 5 ସଦସ୍ୟ

ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି ଯେ, "ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ଗ୍ୟାସ୍‌ର ମାତ୍ରାକୁ ଯାଞ୍ଚ କରାଯିବ । କେତେବେଳେ ଗ୍ୟାସର ମାତ୍ରା ବୃଦ୍ଧି ହେଉଛି ଓ କେତେବଳେ ହ୍ରାସ ପାଉଛି ତାର ଯାଞ୍ଚ କରାଯାଉଛି । ପୁଣି ଥରେ ଯେପରି ଏପରି ଅଘଟଣର ପୁନରାବୃତ୍ତି ନହୁଏ ସେନେଇ ଚେଷ୍ଟା ଜାରି ରହିଛି । ଏନଡିଆରଏଫର 2ଟି ଟିମ୍‌ ଘଟଣାସ୍ଥଳରେ ନିୟୋଜିତ ରହିଛନ୍ତି । ଭଟିଣ୍ଡାରୁ ଆଉ ଏକ ସ୍ବତନ୍ତ୍ର ଟିମ୍‌ ଆସି ନିୟୋଜିତ ହେବେ ।"

ଏନଡିଆରଏଫର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଏପରି ଅଘଟଣ ଘଟିବାର ନଥିଲା । କିନ୍ତୁ କିପରି ଗ୍ୟାସ୍‌ ଲିକ୍‌ ହୋଇ ଅପରି ଅଘଟଣ ଘଟିଲା ତାହା ତଦନ୍ତ ପରେ ଜଣାପଡିବ । ଯେଉଁ ମାନେ ମୃତ୍ୟୁ ବରଣ କରିଛନ୍ତି ସେମାନଙ୍କ ଘରେ ଭେଣ୍ଟିଲେସନ ପାଇଁ ଝରକା ନଥିଲା । ତେଣୁ ଗ୍ୟାସ୍‌ ଲିକ ହେବା ପରେ ସେହି ସ୍ଥାନରେ ବହୁ ସମୟ ପର୍ଯ୍ୟନ୍ତ ରହି ଯାଇଥିଲା । ଏହି ଘଟଣାରେ ଆହୁରି ଅଧିକ ତଦନ୍ତ ଆବଶ୍ୟକ ରହିଛି ।

ଏହା ମଧ୍ୟ ପଢନ୍ତୁ-Ludhiana Gas Leak: କ୍ଷୀର ଫ୍ୟାକ୍ଟ୍ରିରୁ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇ ୧୧ ମୃତ

ହାଇଡ୍ରୋଜେନ୍ ସଲଫାଇଡ୍ କାରଣରୁ ମୃତ୍ୟୁ: ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ହାଇଡ୍ରୋଜେନ ସଲଫାଇଡ ଗ୍ୟାସ୍‌ ଯୋଗୁଁ 11 ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ହାଇଡ୍ରୋଜେନ୍‌ ସଲ୍‌ଫାଇଡ୍‌ ଗ୍ୟାସ୍‌ର ପରିମାଣ ହ୍ରାସ କରିବା ପାଇଁ ପ୍ରଶାସନ କାଷ୍ଟିକ୍ ସୋଡା ବ୍ୟବହାର କରୁଛି । ଅନ୍ୟପେଟ ଘରୁ ବାହାରକୁ ନଆସିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ତେବେ ଗ୍ୟାସ୍‌ କେଉଁଠାରୁ ଆସିଲା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଗତକାଲି ସକାଳ 10ଟା ସମୟରେ ଏପରି ଘଟଣା ଘଟିଥିବା ସାମ୍ନାକୁ ଆସିଥିଲା । ତେବେ 11 ମୃତକଙ୍କ ମଧ୍ୟରୁ 5ଜଣ ଗୋଟିଏ ପରିବାରର ସଦସ୍ୟ । ସେମାନ ବିବାହରର ଗୟା ଜିଲ୍ଲାର ବାସିନ୍ଦା । ମୃତକଙ୍କ ମଧ୍ୟରେ ରହିଛନ୍ତି ଦମ୍ପତି ଓ ସେମାନଙ୍କ 3 ସନ୍ତାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.