ETV Bharat / bharat

ତୈଳ ଦର ବୃଦ୍ଧି ନେଇ ମୋଦିଙ୍କ ଆହ୍ୱାନ, VAT ହ୍ରାସ କରନ୍ତୁ ରାଜ୍ୟ - ଇନ୍ଧନରେ ଭ୍ୟାଟ ହ୍ରାସ ପ୍ରସଙ୍ଗ

ଦେଶରେ କ୍ରମାଗତ ବଢି ଚାଲିଥିବା ତୈଳ ଓ ଇନ୍ଧନ ଦର ବୃଦ୍ଧିକୁ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ । କହିଲେ ସଂଘୀୟ ବ୍ୟବସ୍ଥାରେ ସହଯୋଗ ଦିଅନ୍ତୁ ରାଜ୍ୟ । ଇନ୍ଧନରେ VAT ହ୍ରାସ କରି ଲୋକଙ୍କୁ ଦିଅନ୍ତୁ ସୁବିଧା । ଅଧିକ ପଢନ୍ତୁ

ରାଜ୍ୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ, ଇନ୍ଧନରେ VAT ହ୍ରାସ କରି ଲୋକଙ୍କୁ ଦିଅ ସୁବିଧା

author img

By

Published : Apr 27, 2022, 3:15 PM IST

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ବଢି ଚାଲିଥିବା ତୈଳ ଓ ଇନ୍ଧନ ଦର ବୃଦ୍ଧିକୁ ନେଇ ଦେଶବ୍ୟାପୀ ବିରୋଧୀ ମୋଦି ସରକାରଙ୍କୁ ସମାଲୋଚନା ଓ ପ୍ରତିବାଦ କରି ଆସୁଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ମୋଦି ନିଜେ ଏହି ପ୍ରସଙ୍ଗରେ ରାଜ୍ୟମାନଙ୍କ ଭୂମିକାକୁ ସାମ୍ନାକୁ ଆଣିଛନ୍ତି । ଇନ୍ଧନ ଦର ଉପରେ ରାଜ୍ୟମାନେ Value Added Tax (VAT) ପରିମାଣରେ ହ୍ରାସ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ରାଜ୍ୟ-କେନ୍ଦ୍ର ସଙ୍ଗୀୟ ବ୍ୟବସ୍ଥାର ସହଯୋଗର ଉଦାହରଣ ଦେଇ ମୋଦି କହିଛନ୍ତି, ଯେଉଁ ରାଜ୍ୟମାନଙ୍କରେ VAT ହାରରେ ହ୍ରାସ କରାଯାଇଛି, ସେଠାରେ ଇନ୍ଧନ ଦର ମଧ୍ୟ ଅପେକ୍ଷାକୃତ କମ ରହିଛି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, କୋଭିଡ ସଙ୍କଟ ସମୟରେ କେନ୍ଦ୍ର-ରାଜ୍ୟ ସହଯୋଗପୂର୍ଣ୍ଣ ଭାବେ ମୁକାବିଲା କରିଛନ୍ତି । ବର୍ତ୍ତମାନ ଦେଖାଯାଇଥିବା ଯୁଦ୍ଧ ପରିସ୍ଥିତି ବିଶ୍ବ ଅର୍ଥନୀତିକୁ ପ୍ରଭାବିତ କରିଛି । ଦରଦାମ ଓ ବିଶ୍ବ ବଜାରକୁ ମଧ୍ୟ ପ୍ରଭାବିତ କରିଛି । ତେଣୁ ବର୍ତ୍ତମାନ ସମୟରେ ମଧ୍ୟ ଏହାର ମୁକାବିଲା ପାଇଁ ରାଜ୍ୟମାନେ ମିଳିତ ସହଯୋଗ ପ୍ରଦାନ କରନ୍ତୁ ।

ପେଟ୍ରୋଲ ଡିଜେଲ ଦର ହ୍ରାସ କରି ଲୋକଙ୍କୁ ସୁବିଧା ଯୋଗାଇବା ପାଇଁ କେନ୍ଦ୍ର ସରକାର ଗତବର୍ଷ ନଭେମ୍ବରରେ ଏକ୍ସସାଇଜ ଡ୍ୟୁଟି ହ୍ରାସ କରିଥିଲେ । ରାଜ୍ୟମାନେ ମଧ୍ୟ ଟ୍ୟାକ୍ସ ହ୍ରାସ କରି ଲୋକଙ୍କୁ ସୁବିଧା ଦିଅନ୍ତୁ ବୋଲି ମଧ୍ୟ କେନ୍ଦ୍ର ଅନୁରୋଧ କରିଥିଲା । କିଛି ରାଜ୍ୟ ଏ ଦିଗରେ କାର୍ଯ୍ୟ କରିବା ସହ କିଛି ରାଜ୍ୟ ନିରବ ରହିଥିଲେ । ଯାହା ଫଳରେ ଟ୍ୟାକ୍ସରେ ହ୍ରାସ କରି ନଥିବା ରାଜ୍ୟଗୁଡିକରେ ଇନ୍ଧନ ଦର ବଢିଲା । ଏପରି ଫଳରେ କେବଳ ସେହି ରାଜ୍ୟରେ ପ୍ରଭାବ ପଡୁଛି, ତାହା ନୁହେଁ ବରଂ ପଡୋଶୀ ରାଜ୍ୟମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତେଣୁ ରାଜ୍ୟମାନେ VAT ହ୍ରାସ କରି ଲୋକଙ୍କୁ ସୁବିଧା ଦେବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.