ETV Bharat / bharat

୩ ଉତ୍ତର-ପୂର୍ବ ରାଜ୍ୟର ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ

author img

By

Published : Mar 4, 2023, 8:20 PM IST

ଉତ୍ତର-ପୂର୍ବ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ ଶପଥ ଗ୍ରହଣ ସମାରୋହରେ ହେବେ ସାମିଲ । ଅଧିକ ପଢନ୍ତୁ

୩ ଉତ୍ତର ପୂର୍ବ ରାଜ୍ୟର ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦ: 3 ଉତ୍ତର-ପୂର୍ବ ରାଜ୍ୟର ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଭଲ ପ୍ରଦର୍ଶନ କରିଛି । ଦୁଇ ରାଜ୍ୟରେ ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ ସରକାର ଗଠନ ହେବାକୁ ଯାଉଥିବା ବେଳେ ମେଘାଳୟରେ ବିଜେପି ସରକାରୀ ମେଣ୍ଟରେ ସହଯୋଗୀ ଦଳ ଭାବେ ରହିବ । ଏହି ସମସ୍ତ ତିନି ରାଜ୍ୟର ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବା ପାଇଁ ଦୁଇ ଦିନିଆ ଉତ୍ତର-ପୂର୍ବ ଗସ୍ତ କରିବେ ।

ମାର୍ଚ୍ଚ ୭ ତାରିଖରେ ନାଗାଲାଣ୍ଡ ଓ ମେଘାଳୟରେ ଶପଥ ଗ୍ରହଣ ଉତ୍ସବ ହେବାକୁ ଯାଉଛି । ଏଥିରେ ପ୍ରଧାନମନ୍ତ୍ରୀ ଯୋଗଦାନ କରିବା ପରେ ପରଦିନ ଅର୍ଥାତ ୮ ତାରିଖରେ ହେବାକୁ ଥିବା ଶପଥ ଗ୍ରହଣ ସମାରୋହ ପାଇଁ ସେ ଅନ୍ୟତମ ରାଜ୍ୟ ତ୍ରିପୁରା ଗସ୍ତ କରିବେ । ଜନାଦେଶ ସଂଧ୍ୟାରେ ରାଜଧାନୀ ଦିଲ୍ଲୀରେ ଥିବା ଦଳୀୟ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଥିଲେ । ଏହି ଫଳାଫଳ ଉତ୍ତର-ପୂର୍ବ ରାଜ୍ୟର ଲୋକଙ୍କ ମଧ୍ୟରେ ଗଣତନ୍ତ୍ର ପ୍ରତି ବିଶ୍ବାସକୁ ପ୍ରତିଫଳିତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେହିପରି ଭଲ ପ୍ରଦର୍ଶନ ପାଇଁ ସେ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ସହ ଶ୍ରେୟ ଦେଇଥିଲେ ।

ଉତ୍ତର-ପୂର୍ବ ଏବେ ପୃଥକ ନୁହେଁ ବରଂ ଦିଲ୍ଲୀ ଓ ହୃଦୟରୁ ଖୁବ ନିକଟତର ହୋଇଛି ବୋଲି କହିବା ସହ ଜନାଦେଶ ପାଇଁ ସେ ଉତ୍ତର-ପୂର୍ବ ଅଧିବାସୀଙ୍କୁ ଧନ୍ୟବାଦ ଦେଇଥିଲେ । ଉତ୍ତର-ପୂର୍ବବାସୀଙ୍କ ମୋବାଇଲ ଟର୍ଟ୍ଟ ଅନ କରି ଧନ୍ୟବାଦ ଦେବାକୁ ନେତା ଓ କର୍ମୀଙ୍କୁ କହିଥିଲେ ପ୍ରଧାନମନ୍ତ୍ରୀ । ସେହିପରି ବିଜେପି ଶାସନରେ ଉତ୍ତର-ପୂର୍ବ ଦେଶର ଅନ୍ୟଭାଗ ପରି ସମାନ ଗୁରୁତ୍ବର ଅଧିକାରୀ ହୋଇପାରିଛି, ସେମାନଙ୍କ ହୃଦୟରେ ଏବେ ବିଜେପି ସ୍ଥାନ ସୃଷ୍ଟି କରିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ତ୍ରିପୁରାରେ ଗତଥର ଦଳ କ୍ଷମତାରେ ଥିବା ବେଳେ ଚଳିତଥର ମଧ୍ୟ କ୍ଷମତା ବଜାୟ ରଖିବ । ସେହିପରି ନାଗାଲାଣ୍ଡରେ ଦଳ ଏନଡିପିପି ସହଯୋଗରେ ସରକାର ଗଠନ କରିବା ସହ ମେଘାଳୟରେ ମଧ୍ୟ ଦଳ ଏତେ ଭଲ ପ୍ରଦର୍ଶନ କରିନଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ତଥା ଏନପିପି ମୁଖ୍ୟ କନରାଡ ସାଙ୍ଗମାଙ୍କ ସରକାରରେ ସହଯୋଗୀ ଦଳ ଭାବେ ରହିବ । ଉତ୍ତର ପୂର୍ବରେ ଦଳର ପ୍ରଦର୍ଶନ ଏତେ ଭଲ ନଥିଲା । ଆସାମ ପରେ ଦୀର୍ଘ ଦଶନ୍ଧିର ପ୍ରଚଳିତ ଧାରାକୁ ଭାଙ୍ଗି ଭାରତୀୟ ଜନତା ପାର୍ଟି ତ୍ରିପୁରାରେ ବାମଦଳକୁ କ୍ଷମତାରୁ ବେଦଖଲ କରି ବିପ୍ଳବ ଦେବଙ୍କ ନେତୃତ୍ବରେ ସରକାର ଗଠନ କରିବାରେ ସଫଳ ହୋଇଥିଲା । ଏହି ତିନି ରାଜ୍ୟରେ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ସାମିଲ ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.