ETV Bharat / bharat

PM CARES for Children scheme: ଅସହାୟ ଛାତ୍ରଛାତ୍ରୀଙ୍କୁ ଛାତ୍ର ବୃତ୍ତି ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ - ପ୍ରଧାନମନ୍ତ୍ରୀ ମୋଦି

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ରିଲିଜ କରିବେ ଶିଶୁଙ୍କ ପାଇଁ ପିଏମ କେୟାର ଫଣ୍ଡ । ଲାଭାନ୍ବିତ ହେବେ କୋଭିଡରେ ମାତାପିତା ହରାଇଥିବା ଶିଶୁ । ଅଧିକ ପଢନ୍ତୁ

PM CARES for Children scheme :ଆସନ୍ତାକାଲି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

author img

By

Published : May 29, 2022, 4:38 PM IST

ନୂଆଦିଲ୍ଲୀ: ଆସନ୍ତାକାଲି (ମେ’ 30 ) ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କେୟାର ( PM CARES for Children Scheme ) ଯୋଜନାରେ ଲାଭାଶଂ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ । କୋରୋନା ମହାମାରୀରେ ପିତାମାତାଙ୍କୁ ଅକାଳରେ ହରାଇ ଅସହାୟ ହୋଇ ପଡିଥିବା ଛାତ୍ରାଛାତ୍ରୀଙ୍କୁ ଛାତ୍ରବୃତ୍ତି ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ । ସେହିପରି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଶିଶୁଙ୍କୁ ପାସବୁକ ମଧ୍ୟ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଥିବା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଏହି ଯୋଜନା ଅଧୀନରେ ଅସହାୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଓ ଅନ୍ୟ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ପାଇଁ 23 ବର୍ଷ ବୟସ ହେବା ଯାଏଁ ଆର୍ଥିକ ସହାୟତା ପ୍ରଦାନ କରିବେ କେନ୍ଦ୍ର ସରକାର । ମହିଳା ଓ ବାଳ ବିକାଶ ମନ୍ତ୍ରଣାଳୟ, ଡାକ ବିଭାଗ, ସାମାଜିକ ନ୍ୟାୟ, ସ୍ବାସ୍ଥ୍ୟ, ଶିକ୍ଷା ଆଦି ବିଭାଗର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ କାର୍ଯ୍ୟକାରୀ କରିବା ନେଇ ବ୍ୟବସ୍ଥା କରାଯାଇଛି ।

ଯୋଜନା ଅଧୀନରେ ଲାଭ ପାଇବାକୁ ଥବା ଛାତ୍ରଛାତ୍ରୀଙ୍କ ଖାତାରେ 10 ଲକ୍ଷର ସହାୟତା ରାଶି ପର୍ଯ୍ୟାୟକ୍ରମେ ଜମା କରିବେ କେନ୍ଦ୍ର ସରକାର । 18 ବର୍ଷ ବୟସ ପର୍ଯ୍ୟନ୍ତ ଏହି ରାଶି ଜମା ହେବା ସହ ଏହା ପରେ ଛାତ୍ରଛାତ୍ରୀଙ୍କ ନାମରେ ଏହି ରାଶିକୁ ନିବେଶ କରାଯିବ । ଏହାସହ 23 ବର୍ଷ ହେବା ପର୍ଯ୍ୟନ୍ତ ମାସିକ ସହାୟତା ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । କୋରୋନା ସଂକ୍ରମଣର ଦ୍ବିତୀୟ ଲହର ସମୟରେ ଗତବର୍ଷ 29 ମେ’ରେ ଏହି ଯୋଜନା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.