ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିଲ୍ଲୀ ମେଟ୍ରୋର ମ୍ୟାଜେଣ୍ଟା ଲାଇନରେ ଭାରତର ପ୍ରଥମ ଚାଳକ ବିହୀନ ଟ୍ରେନ୍ ଚଳାଚଳର ଉଦଘାଟନ କରିବେ। ଏହାସହ ବିମାନବନ୍ଦର ଏକ୍ସପ୍ରେସ ଲାଇନରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନ୍ୟାସନାଲ କମନ ମୋବିଲିଟି କାର୍ଡ (ଏନସିଏମସି) ସେବାକୁ ଆଜି (ସୋମବାର)ସକାଳ 11 ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଭାରମ୍ଭ କରିବେ ।
ଏହି ଟ୍ରେନ ସେବା ଜାତୀୟ ରାଜଧାନୀ ଅଞ୍ଚଳ ବାସୀଙ୍କ ପାଇଁ ସୁବିଧାଜନକ ପରିବହନ ଏବଂ ଅନୁକୂଳ ଯାତାୟାତର ଏକ ନୂତନ ଯୁଗର ଆରମ୍ଭ ହେବ । ଏହି ସେବା ଆଗାମୀ ପିଢି ପାଇଁ ବ୍ୟବସାୟ ଆରମ୍ଭର ଏକ ପ୍ରମୁଖ ସଫଳତା ହେବା ସହ ଉଦଘାଟନର ପରଦିନଠାରୁ ଏହି ସେବା ଆରମ୍ଭ ହେବ ବୋଲି ଦିଲ୍ଲୀ ମେଟ୍ରୋର ଜମେ ବରିଷ୍ଠ ନାଗରିକ କହିଛନ୍ତି ।
37କିଲୋମିଟର ଲମ୍ବ ମ୍ୟାଜେଣ୍ଟା ଲାଇନରେ ଡ୍ରାଇଭର ବିହୀନ ସେବା ଆରମ୍ଭ ପରେ 2021ମଧ୍ୟ ଭାଗକୁ 57କିଲୋମିଟର ବିଶିଷ୍ଟ ମଜଲିସ୍ ପାର୍କ - ଶିବ ବିହାରରୁ ଅନ୍ୟ ଏକ ସେବା ଆରମ୍ଭ ହେବ । ଏହା ପରେ, ଦିଲ୍ଲୀ ମେଟ୍ରୋରେ ଡ୍ରାଇଭର ବିହୀନ ନେଟୱାର୍କର ଲମ୍ବ ପ୍ରାୟ 94 କିଲୋମିଟର ହେବ, ଯାହା ବିଶ୍ବର ମୋଟ ଡ୍ରାଇଭ ବିହୀନ ମେଟ୍ରୋ ନେଟୱାର୍କର ପ୍ରାୟ ନଅ ପ୍ରତିଶତ ହେବ ।
ଦିଲ୍ଲୀ ମେଟ୍ରୋ ବର୍ତ୍ତମାନ ପ୍ରାୟ 390 କିଲୋମିଟର ନେଟୱାର୍କରେ କାର୍ଯ୍ୟ କରୁଛି ଯେଉଁଥିରେ 285 ଟି ଷ୍ଟେସନ୍ 11 ଟି କରିଡର ରହିଛି । କୋଭିଡ ପୂର୍ବରୁ ଦିଲ୍ଲୀ ମେଟ୍ରୋରେ ପ୍ରାୟ 60ଲକ୍ଷରୁ ଅଧିକ ଲୋକ ଯାତ୍ରା କରୁଥିଲେ ଯାହା ଜାତୀୟ ରାଜଧାନୀ ଅଞ୍ଚଳରେ ପରିବହନର ମେରୁଦଣ୍ଡ ଭାବରେ ପରିଣତ କରିଥିଲା ।
ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, 2014ରେ ପାଞ୍ଚଟି ସହରରେ କେବଳ 248କିଲୋମିଟରର ମେଟ୍ରୋ ଲାଇନ କାର୍ଯ୍ୟକ୍ଷମ ହେଉଥିଲା । ବର୍ତ୍ତମାନ ଏହା 18ଟି ସହରରେ 702 କିଲୋମିଟରରେ ପହଞ୍ଚିଛି । ଆଗାମୀ ଦିନରେ, ଏକ ହଜାର କିଲୋମିଟରରୁ ଅଧିକ ନୂତନ ଲାଇନ ଯୋଗ କରାଯିବ ଏବଂ ଦେଶର ପ୍ରାୟ 27 ଟି ସହରରେ ମେଟ୍ରୋ ସଂଯୋଗ ରହିବ । 2022 ସୁଦ୍ଧା 75 ତମ ସ୍ବାଧୀନତା ଦିବସ ଅବସରରେ ଭାରତରେ ଏକ ହଜାର କିଲୋମିଟରରୁ ଅଧିକ ମିଳିତ ମେଟ୍ରୋ ନେଟୱାର୍କ ରହିବ ଯାହା ପ୍ରତିଦିନ ଏକ କୋଟିରୁ ଅଧିକ ଯାତ୍ରୀ ପରିବହନ କରିବ ବୋଲି କୁହାଯାଇଛି।
ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ