ETV Bharat / bharat

ହାଇଦ୍ରାବାଦରେ ମୋଦି, ଭେଟି ଦେଲେ ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ - ଏମ୍ସ ବିବିନଗରର

ଆଜି ତେଲେଙ୍ଗାନାରେ ସିକନ୍ଦରବାଦ-ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

Vande Bharat Express
Vande Bharat Express
author img

By

Published : Apr 8, 2023, 8:20 AM IST

Updated : Apr 8, 2023, 1:17 PM IST

ହାଇଦ୍ରାବାଦ: ତେଲେଙ୍ଗାନାକୁ ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଭେଟି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହାଇଦ୍ରାବାଦ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଆଜି ସିକନ୍ଦରାବାଦ-ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଅତ୍ୟାଧୁନିକ ଟ୍ରେନ୍ ଦୁଇ ସହର ମଧ୍ୟରେ ଯାତ୍ରା ସମୟକୁ ପ୍ରାୟ ସାଢେ 3 ଘଣ୍ଟା ହ୍ରାସ କରିବ । ଯାହା ତୀର୍ଥଯାତ୍ରୀମାନଙ୍କ ପାଇଁ ବିଶେଷ ଲାଭଦାୟକ ହେବ । ଗତ ତିନି ମାସ ପୂର୍ବେ ତେଲେଙ୍ଗାନାକୁ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଭେଟି ଦେଇଥିଲେ ମୋଦି ।

  • #WATCH | Telangana | PM Narendra Modi flags off Vande Bharat Express between Secunderabad and Tirupati.

    It will reduce the travel time between the two cities by almost three and a half hours. pic.twitter.com/UCMd6yuWqC

    — ANI (@ANI) April 8, 2023 " class="align-text-top noRightClick twitterSection" data=" ">

ଆଜି ହାଇଦ୍ରାବାଦ ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଟ 11ହଜାର 3ଶହ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ଆଜି ସିକନ୍ଦରାବାଦ ରେଳ ଷ୍ଟେସନର ପୁନଃବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏଥିସହ ହାଇଦ୍ରାବାଦର ପରେଡ ଗ୍ରାଉଣ୍ଡରେ ଏକ ସାଧାରଣ ସଭାରେ ଯୋଗ ଦେଇ ଏମ୍ସ ବିବିନଗରର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ପାଞ୍ଚଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବେ । ସେହିପରି ରେଳ ବିଭାଗ ସହ ଜଡିତ ଅନ୍ୟାନ୍ୟ ବିକାଶମୂଳକ ପ୍ରକଳ୍ପକୁ ଦେଶବାସୀଙ୍କ ପାଇଁ ଉତ୍ସର୍ଗ କରିବେ ମୋଦି ।

ଆଜି ଦିନ 11ଟା 45 ମିନିଟ ସମୟରେ ସିକନ୍ଦରାବାଦରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦି । ସେଠାରେ ସିକନ୍ଦରାବାଦ-ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇଥିଲେ । ଏହି ଟ୍ରେନ ତିରୁପତିକୁ ସଂଯୋଗ କରୁଥିବା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ଏହି ଅତ୍ୟାଧୁନିକ ଟ୍ରେନ୍ ଦୁଇ ସହର ମଧ୍ୟରେ ଯାତ୍ରା ସମୟକୁ ପ୍ରାୟ ସାଢେ 3 ଘଣ୍ଟା ହ୍ରାସ କରିବ । ଯାହା ତୀର୍ଥଯାତ୍ରୀମାନଙ୍କ ପାଇଁ ବିଶେଷ ଲାଭଦାୟକ ହେବ ।

ସେହିପରି ସିକନ୍ଦରାବାଦ ରେଲଓ୍ବେ ଷ୍ଟେସନକୁ ନୂଆ ରୂପ ଦିଆଯିବ । 720 କୋଟି ବ୍ୟୟରେ ରେଳ ଷ୍ଟେସନ ପୁନଃବିକାଶ କରାଯିବ । ଯାହାର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ । ତେବେ ରେଲଓ୍ବେ ଷ୍ଟେସନର ପୁନଃବିକାଶ ହେଲେ ତାହା କିପରି ଦୃଶ୍ୟମାନ ହେବ ତାହାର ଫଟୋ ମଧ୍ୟ ଏବେ ସାମ୍ନାକୁ ଆସିଛି । ଏନେଇ ପ୍ରଧାନମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି । ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ ଗୋଟିଏ ସ୍ଥାନରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ । ଏଥିପାଇଁ ଡବଲ ଲେବଲ ସ୍ପେସିଅସ ରୁଫ ପ୍ଲାଜା ରହିବ । ସେହିପରି ହାଇଦ୍ରାବାଦ-ସିକନ୍ଦରାବାଦ ଟୁଇନ ସିଟି ଅଞ୍ଚଳର ଉପାନ୍ତ ବିଭାଗରେ 13ଟି ନୂତନ ମଲ୍ଟି-ମୋଡାଲ ପରିବହନ ସେବାକୁ ସବୁଜ ପତାକା ଦେଖାଇବେ ପ୍ରଧାନମନ୍ତ୍ରୀ ।

ଏହାପରେ ମୋଦି ହାଇଦ୍ରାବଦାର ପରେଡ ଗ୍ରାଉଣ୍ଡରେ ଆୟୋଜିତ ଏକ ସାଧାରଣ ସଭାରେ ସାମିଲ ହେବେ । ଯେଉଁଠାରେ 1358 କୋଟି ଟଙ୍କାର ଏମ୍ସ ବିବିନଗରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏମ୍ସ ବିବିନଗର ପ୍ରତିଷ୍ଠା ହେବା ପରେ ଏହା ଲୋକମାନଙ୍କୁ ଗୁଣାତ୍ମକ ଚିକିତ୍ସା ଯୋଗାଇବ । ପରେ ପ୍ରଧାନମନ୍ତ୍ରୀ 7,850 କୋଟି ଟଙ୍କାରୁ ଅଧିକ ମୂଲ୍ୟର ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ସେହିପରି ଆଜି ତାମିଲନାଡୁ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ସେଠାରେ ପହଞ୍ଚିବା ପରେ ଚେନ୍ନାଇ ବିମାନବନ୍ଦରର ନୂତନ ଇଣ୍ଟିଗ୍ରେଟେଡ୍ ଟର୍ମିନାଲ୍ ବିଲ୍ଡିଂର ଉଦଘାଟନ କରିବେ । ଏଥିସହ ଚେନ୍ନାଇ-କୋଏମ୍ବାଟୁର ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇବେ ପ୍ରଧାନମନ୍ତ୍ରୀ । ଏହାପରେ ଶ୍ରୀ ରାମକୃଷ୍ଣ ମଠର 125 ତମ ବାର୍ଷିକୀ ଉତ୍ସବରେ ପ୍ରଧାନମନ୍ତ୍ରୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

Last Updated : Apr 8, 2023, 1:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.