ETV Bharat / bharat

Exclusive interview: ୟୁକ୍ରେନ ସହ ଭାରତ ଛିଡା ହେବା ଉଚିତ କହିଲେ ବିଜେପି ନେତା ସୁବ୍ରମଣ୍ୟମ - ୟୁକ୍ରେନ ସଙ୍କଟ ନେଇ ସୁବ୍ରମଣ୍ୟମ ସ୍ବାମୀଙ୍କ ପ୍ରତିକ୍ରିୟା

ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ଋଷ୍ । ଯୁଦ୍ଧରେ ଅନେକଙ୍କ ପ୍ରାଣ ଯାଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ବାସହରା ହୋଇଯାଇଛନ୍ତି । ଏପରି ସ୍ଥିତିରେ ଭାରତ ଋଷ୍ ଆକ୍ରମଣକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁନାହିଁ । ତେଣୁ ଭାରତ କାହାକୁ ସମର୍ଥନ କରୁଛି ଏବଂ କଣ କରିବା ଉଚିତ୍ ? ଜାଣନ୍ତୁ ଏ ସମ୍ପର୍କରେ କ'ଣ କହୁଛନ୍ତି ବରିଷ୍ଠ ବିଜେପି ନେତା ତଥା ସାଂସଦ ସୁବ୍ରମଣ୍ୟମ ସ୍ବାମୀ ।

ୟୁକ୍ରେନ ସହ ଭାରତ ଛିଡା ହେବା ଉଚିତ୍, କହିଲେ ବିଜେପି ସାଂସଦ

author img

By

Published : Mar 30, 2022, 11:49 AM IST

Updated : Mar 31, 2022, 6:20 AM IST

ନୂଆଦିଲ୍ଲୀ: ୟୁକ୍ରେନ ଏବଂ ଋଷ ମଧ୍ୟରେ ୩୪ ଦିନ ହେଲା ଯୁଦ୍ଧ ଜାରି ରହିଛି । ଦୀର୍ଘ ଏକ ମାସର ସଂଘର୍ଷ ମଧ୍ୟରେ ୟୁକ୍ରେନ ଭଗ୍ନସ୍ତୁପରେ ପରିଣତ ହୋଇଛି । ହଜାର ହଜାର ଲୋକେ ପ୍ରାଣ ହରାଇଛନ୍ତି । ପ୍ରାୟ ୪ ମିଲିୟନ ଲୋକେ ୟୁକ୍ରେନ ଛାଡି ପଡୋଶୀ ରାଷ୍ଟ୍ରରେ ଶରଣ ନେଇଛନ୍ତି । ଏହି ଅନ୍ତରାଷ୍ଟ୍ରୀୟ ବିବାଦ ଉପରେ ଭାରତ ଜଗିରଖି କାର୍ଯ୍ୟ କରୁଛି । ପାଶ୍ଚତ୍ୟ ରାଷ୍ଟ୍ରଗୁଡିକ ମଧ୍ୟ ବାରମ୍ବାର ଭାରତର ଆଭିମୁଖ୍ୟ ନେଇ ପ୍ରଶ୍ନ କରୁଛନ୍ତି । ତେଣୁ ସଭିଁଙ୍କ ମନରେ ପ୍ରଶ୍ନ ଯେ, ବିଜେପି ଶାସିତ ଭାରତ ସରକାର ଶିକାର(ୟୁକ୍ରେନ) ସହ ଚାଲୁଛନ୍ତି ନା ଶିକାରୀ(ଋଷ୍) ସହ ? ଇଟିଭି ଭାରତ ପ୍ରତିନିଧି ସୌରଭ ଶର୍ମା ବିଜେପିର ବରିଷ୍ଠ ନେତା ତଥା ସାଂସଦ ସୁବ୍ରମଣ୍ୟମ ସ୍ବାମୀଙ୍କ ସହ ଏକ ସ୍ବତନ୍ତ୍ର ସାକ୍ଷାତକାର ଜରିଆରେ ସମାନ ଘଟଣା ବୁଝିବାକୁ ଚେଷ୍ଟା କରିଛନ୍ତି ।

ଇଟିଭି ଭାରତ ସହ ଏହି ସାକ୍ଷାତକାର ସମୟରେ ନିଜର ରୋକଠୋକ୍ ଜବାବ ପାଇଁ ଜଣାଶୁଣା ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ(Subramanian Swamy) ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏକଛତ୍ରବାଦୀ ଶାସକ କହିବାକୁ ଆଦୌ ଦ୍ବିଧାବୋଧ କରିନାହାନ୍ତି । ୟୁକ୍ରେନ ଉପରେ ଆକ୍ରମଣ ନେଇ ବିଜେପି ସାଂସଦ କହିଛନ୍ତି, ଏହି ଆକ୍ରମଣ ଏପରି ଦେଶ ଦ୍ବାରା କରାଯାଉଛି ଯାହାକୁ ସୋଭିଏତ୍ ସଂଘ କାଳରେ ଏକ ମହାଶକ୍ତି ବୋଲି କୁହାଯାଉଥିଲା । ୟୁନିଅନ ଅଫ୍ ସୋଭିଏତ ସୋସିଆଲିଷ୍ଟ ରିପବ୍ଲିକ(USSR)ର ପତନ ପରେ ଋଷ୍ ସୋଭିଏତ ସଂଘର ଏକ ଅଂଶ ମାତ୍ର । ଏପରି ସାମରିକ କାର୍ଯ୍ୟାନୁଷ୍ଠାନ ଦ୍ବାରା ଋଷ୍ ରାଷ୍ଟ୍ରପତି ପୁଟିନ ସବୁଠୁ ଅଗଣତାନ୍ତ୍ରିକ ନେତାର ପରିଚୟ ପାଇଛନ୍ତି ।

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଅନୁରୋଧ କ୍ରମେ ପାଶ୍ଚତ୍ୟ ରାଷ୍ଟ୍ରଗୁଡିକ ଯୁଦ୍ଧଗ୍ରସ୍ତ ଦେଶକୁ ଅସ୍ତ୍ରଶସ୍ତ୍ର ଯୋଗାଇ ସହୟତା କରୁଛନ୍ତି । ପୁଟିନ ୟୁକ୍ରେନ ଭୂଖଣ୍ଡକୁ ଦଖଲ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ସବୁ ଅନ୍ତରାଷ୍ଟ୍ରୀୟ ନିୟମ ତଥା କଟକଣାକୁ ଫୁ କରି ଉଡାଇ ଦେଉଛନ୍ତି ବୋଲି କହି ଋଷର ଆକ୍ରମଣକୁ ନିନ୍ଦା କରିଛନ୍ତି ଏହି ବିଜେପି ନେତା ।

ବର୍ତ୍ତମାନର ଘଡିସନ୍ଧି ମୁହୂର୍ତ୍ତରେ ଜାତିସଂଘର ଭୂମିକା ନେଇ ସୁବ୍ରମଣ୍ୟମ କହିଛନ୍ତି, ଜାତିସଂଘ କେବଳ ବିତର୍କର ମଞ୍ଚ, ନିଷ୍ପତ୍ତି ଗ୍ରହଣର ନୁହେଁ । ଜାତିସଂଘ କୌଣସି ଗୁରୁତର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସକ୍ଷମ ବୋଲି ମୁଁ ଭାବୁନାହିଁ । ଏହା କେବଳ ଛୋଟ ଛୋଟ ରାଷ୍ଟ୍ରର କିଛି ସମସ୍ୟା ହେଲେ ଶାନ୍ତି ସେନା ପଠାଇଥାଏ । ହେଲେ ଯେତେବେଳେ ଏହାର ସ୍ଥାୟୀ ସଦସ୍ୟ ରାଷ୍ଟ୍ରଗୁଡିକର କଥା ଆସେ, ସେତେବେଳେ ଏହା କୌଣସି କାମକୁ ନୁହେଁ ବୋଲି କହିଛନ୍ତି ବିଜେପି ସାଂସଦ । ଏପରିକି ସେ ଜାତିସଂଘରେ ଋଷ ସଦସ୍ୟତାକୁ ବେଆଇନ ବୋଲି ମଧ୍ୟ କହିଛନ୍ତି । ଏହା ପଛରେ ତାଙ୍କର ଯୁକ୍ତି ଯେ, ଜାତିସଂଘରେ USSR ସଦସ୍ୟ ଥିଲା । ଏବେ USSR ନାହିଁ । ଜାତିସଂଘରେ ଏହି ରାଷ୍ଟ୍ର ଋଷ୍ ଭାବେ ନୁହେଁ ବରଂ USSR ଭାବେ ତାଲିକାଭୁକ୍ତ ହୋଇଛି । ତେଣୁ ତାହାର ସଦସ୍ୟତା ବେଆଇନ ।

ଜାତିସଂଘରେ ଋଷ୍ ବିରୋଧି ଭୋଟରୁ ଭାରତ ବାରମ୍ବାର ବିରତ ରହିବା ନେଇ ସାଂସଦ କହିଛନ୍ତି, ଆମେ ଋଷ୍ ଠାରୁ ଅସ୍ତ୍ରଶସ୍ତ୍ର ଆଣୁଛୁ ଏବଂ ସେ ସବୁବେଳେ ଭାରତ ସହ ଅଛି ବୋଲି କହୁଛି । ହେଲେ ବାସ୍ତବରେ ଋଷ୍ କେବେହେଲେ ଆମ ସହ ଛିଡା ହୋଇନଥିଲା । କାରଣ ସୋଭିଏତ ସଂଘ ଭାଙ୍ଗିବା ପରେ ହିଁ ଋଷ୍ ସୃଷ୍ଟି ହେଲା । ୟୁକ୍ରେନ ଉପରେ ଋଷ ଆକ୍ରମଣ ମାନବିକ ଅଧିକାରର ଉଲ୍ଲଙ୍ଘନ କରୁଛି । ଏହି ଆକ୍ରମଣର କୌଣସି ଯଥାର୍ଥତା ନାହିଁ । ଏହି ଦୃଷ୍ଟିରୁ ଭାରତ ୟୁକ୍ରେନ ସପକ୍ଷରେ ଛିଡା ହେବା ଉଚିତ୍ ବୋଲି ବିଜେପି ନେତା କହିଛନ୍ତି ।

ନିକଟରେ ଚୀନ ବୈଦେଶିକ ମନ୍ତ୍ରୀ ୟାଙ୍ଗ୍ ଇ ଭାରତ ଆସିଥିଲେ । ଭାରତ ଗ୍ରସ୍ତ ପୂର୍ବରୁ ସେ ପ୍ରଥମେ ପାକିସ୍ତାନରେ ଆୟୋଜିତ ଇସଲାମିକ କନଫରେନ୍ସ ସମ୍ମିଳନୀରେ ଭାଗ ନେଇଥିଲେ ଏବଂ ସେଠାରେ ସେ କାଶ୍ମୀରକୁ ନେଇ ଏକ ଆପତ୍ତିଜନକ ବୟାନ ଦେଇଥିଲେ । ଯାହାକୁ ଦିଲ୍ଲୀ ନିନ୍ଦା କରିଥିଲା । ଏଥିସହ ସେ ୟୁଏନ ଦ୍ବାରା ଘୋଷିତ ଆତଙ୍କବାଦୀ ସିରାଜାଉଦ୍ଦିନ ହକ୍କାନିଙ୍କୁ ଭେଟିବା ପରେ ଯାଇ ଭାରତ ଆସିଥିଲେ । ତେଣୁ ସରକାର କାହିଁକି ଚୀନ ବୈଦେଶିକ ମନ୍ତ୍ରୀଙ୍କୁ ଭାରତ ଆସିବା ପାଇଁ ଅନୁମତି ଦେଲେ ସୁବ୍ରମଣ୍ୟମ ପ୍ରଶ୍ନ କରିଛନ୍ତି । ୟାଙ୍ଗ ହକ୍କାନିକୁ କହିଥିଲେ ଯେ ସେ ପାକିସ୍ତାନ ଅଧିକୃତ କାଶ୍ମୀରରେ ବେଲ୍ଟ ଏବଂ ରୋଡ୍ ପ୍ରକଳ୍ପ ନିର୍ମାଣ କରିବେ । କିନ୍ତୁ ସମଗ୍ର କାଶ୍ମୀର ଆମର । ଭାରତ ପକ୍ଷରୁ ଚୀନ ମନ୍ତ୍ରୀଙ୍କୁ କୌଣସି ନିମନ୍ତ୍ରଣ ନଥିଲା । କେବଳ ତାଙ୍କୁ ଭେଟିବା ପାଇଁ ଏନଏସଏ ଅଜିତ ଡୋଭାଲ ଏବଂ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ହିଁ ବ୍ୟାକୁଳ ହେଉଥିଲେ ବୋଲି କଟାକ୍ଷ କରିଛନ୍ତି ବିଜେପି ନେତା ।

ସେହିପରି ଜୁନରେ ଆୟୋଜିତ ହେବାକୁ ଥିବା ବ୍ରିକ୍ସ(BRICS) ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଂଶଗ୍ରହଣ ନେଇ ସୁବ୍ରମଣ୍ୟମ କହିଛନ୍ତି କି, ଯଦି ମୋଦିଙ୍କ ଟିକେ ବି ଆତ୍ମସମ୍ମାନ ଥିବ, ତେବେ ସେ ଏହି ସମ୍ମିଳନୀରେ ଆଦୌ ସାମିଲ ହେବେ ନାହିଁ । ଯଦି ତମେ କ୍ବାଡ୍(QUAD)ରେ ଅଛ, ତେବେ BRICSରେ ହୋଇପାରିବ ନାହିଁ । କେମିତି ଦୁଇଟି ଯାକରେ ତୁମେ ରହିପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି । ତାଲିବାନ ଅଧିଗ୍ରହଣ ପରେ ଆଫଗାନିସ୍ତାନରେ ଭାରତର ଷ୍ଟାଣ୍ଡ ଏବଂ ପଲିସି ଉପରେ ପ୍ରଶ୍ନ ଉଠାଇ ବିଜେପି ନେତା କହିଛନ୍ତି, ଆମେ ସେଠାକୁ ଗଲୁ, ସେଠାରେ ନିବେଶ କରିଲୁ, ଭିତ୍ତିଭୂମି ନିର୍ମାଣ କଲୁ । ହେଲେ ଯେତେବେଳେ ଆମେରିକା ପଛକୁ ହଟିବାକୁ ନିଷ୍ପତ୍ତି ନେଲା, ସେତେବେଳେ ସମସ୍ତେ ପଛକୁ ଫେରିଆସିଲୁ ।

ୟୁକ୍ରେନ ସଙ୍କଟ ମଧ୍ୟରେ ଋଷ୍ ବୈଦେଶିକ ମନ୍ତ୍ରୀ ଏବଂ ୟୁକେ ବୈଦେଶିକ ସଚିବ ମାର୍ଚ୍ଚ ୩୧ରେ ଭାରତ ଆସିବାର ଆଶା କରାଯାଉଛି । ଯୁଦ୍ଧ ମଧ୍ୟରେ ସେମାନଙ୍କର ଗସ୍ତ ଏବଂ ଏଥିରେ ଭାରତର ଭୂମିକାକୁ କିପରି ଦେଖୁଛନ୍ତି ବୋଲି ପ୍ରଶ୍ନରେ ସାଂସଦ କହିଛନ୍ତି, ଭାରତ ଅବା କଣ କରିପାରିବ । ଏଠାରେ ଆମ ଦେଶରେ କୌଣସି ଭୂମିକା ନାହିଁ । ଆମେ ୟୁକ୍ରେନକୁ ସହାୟତା କରିପାରୁନାହିଁ ଏବଂ ୟୁକ୍ରେନରେ ଋଷର କାର୍ଯ୍ୟାନୁଷ୍ଠାନକୁ ବୈଧତା ପ୍ରଦାନ କରିବା ଛଡା ଆମେ ଋଷକୁ ମଧ୍ୟ କିଛି ଦେଉନାହୁଁ ବୋଲି ଭାରତର ଋଷ୍ ପ୍ରତି ସମର୍ଥନକୁ ପରୋକ୍ଷରେ କଟାକ୍ଷ କରିଛନ୍ତି ସୁବ୍ରମଣ୍ୟମ । ଆହୁରିମଧ୍ୟ ବିଜେପି ଆରଏସଏସ ବିନା କିଛି ନୁହେଁ ବୋଲି ସାଂସଦ ସୁବ୍ରମଣ୍ୟମ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 31, 2022, 6:20 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.