ETV Bharat / bharat

PM Security Breach: ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, କୋବିନ୍ଦଙ୍କ ଉଦବେଗ - ମୋଦି-କୋବିନ୍ଦ ଆଲୋଚନା

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ଉଦବେଗ । ରାଷ୍ଟ୍ରପତି ଭବନରେ କୋବିନ୍ଦଙ୍କୁ ଭେଟିଲେ ମୋଦି । ଅଧିକ ପଢନ୍ତୁ

PM security breach: ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, କୋବିନ୍ଦଙ୍କ ଉଦବେଗ

author img

By

Published : Jan 6, 2022, 3:41 PM IST

ନୂଆଦିଲ୍ଲୀ: ଗତକାଲି (ବୁଧବାର) ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ ସମୟରେ ଦେଖାଯାଇଥିବା ସୁରକ୍ଷା ସମ୍ପର୍କିତ ଚରମ ତ୍ରୁଟି ପାଇଁ ଉଦବେଗ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମାନାଥ କୋବିନ୍ଦ । ଆଜି ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ମଧ୍ୟରେ ସାକ୍ଷାତ ହେବା ସହ ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ରାଷ୍ଟ୍ରପତି କୋବିନ୍ଦ ଅବଗତ ମଧ୍ୟ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଗତକାଲି ପଞ୍ଜାବର ଫିରୋଜପୁରରେ 42,750 କୋଟି ଟଙ୍କାର ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ଏପରି ଅବ୍ୟବସ୍ଥା ସମ୍ନାକୁ ଆସିଥିଲା । ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଯୋଗୁ ଏକ ଫ୍ଲାଏଓଭରରେ ପ୍ରାୟ ୨୦ ମିନିଟରୁ ଉର୍ଦ୍ଧ୍ବ ସମୟ ଧରି ଫସି ରହିଥିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ । ପରେ କାର୍ଯ୍ୟକ୍ରମ ବାତିଲ କରିବା ସହ ପୁନର୍ବାର ଭଟିଣ୍ଡା ବିମାନବନ୍ଦର ଓ ପରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଥିଲେ ।

ଏନେଇ କେନ୍ଦ୍ର ସରକାର ଆକ୍ସନ ମୋଡକୁ ଆସିଥିବା ଦେଖିବାକୁ ମିଳିଛି । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦି ଗତକାଲି (ବୁଧବାର) ସକାଳେ ହେଲିକପ୍ଟର ଯୋଗେ ପଞ୍ଜାବର ହୁସେନାୱାଲା ସ୍ଥିତ ଜାତୀୟ ଶହୀଦ ମେମୋରିଆଲ ଗସ୍ତ କାର୍ଯ୍ୟକ୍ରମ ପାଇଁ ଭଟିଣ୍ଡା ବିମାନବନ୍ଦରରେ ଅବତରଣ କରିଥିଲେ । ସେଠାରୁ ସେ ଉକ୍ତସ୍ଥାନକୁ ହେଲିକପ୍ଟରରେ ଯିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଖରାପ ପାଗ ଯୋଗୁ ସଡକ ପଥରେ ଯିବା ପାଇଁ ନିଷ୍ପତ୍ତି ହୋଇଥିଲା ।

ଏଥିପାଇଁ ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକଙ୍କୁ ଅବଗତ ମଧ୍ୟ କରାଯାଇଥିଲା । ପଞ୍ଜାବ ପୋଲିସର ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ ହେବା ପରେ ପ୍ରଧାନମନ୍ତ୍ରୀ ଉକ୍ତ ମାର୍ଗରେ ଆଗକୁ ବଢିଥିଲେ । ମାତ୍ର ସଭାସ୍ଥଳର ୩୦ କିମି ପୂର୍ବରୁ ପ୍ରଦର୍ଶନ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ ଏକ ଫ୍ଲାଏଓଭରରେ ପ୍ରାୟ ୨୦ ମିିନିଟ ଧରି ଅଟକି ରହିବା ସହ ପୁଣି ଭାଟିଣ୍ଡା ବିମାନ ବନ୍ଦର ଅଭିମୁଖେ ଫେରିବାକୁ ପଡିଥିଲା । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କ୍ଷେତ୍ରରେ ଏହା ଏକ ବଡ ତ୍ରୁଟି ବୋଲି କହିିଛି ଗୃହ ମନ୍ତ୍ରାଣାଳୟ ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟସୂଚୀ ଏବଂ ଯାତ୍ରା ଯୋଜନା ପଞ୍ଜାବ ସରକାରଙ୍କୁ ପୂର୍ବରୁ ଭଲ ଭାବରେ ଅବଗତ କରାଯାଇଥିଲେ ସୁଦ୍ଧା ଏପରି ଚରମ ଅବହେଳା ପାଇଁ ପଞ୍ଜାବ ସରକାରଙ୍କ ଠାରୁ ବିସ୍ତୃତ ରିପୋର୍ଟ ମାଗିବା ସହ ଉଚିତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବାକୁ କହିଛି ଗୃହ ମନ୍ତ୍ରଣାଳୟ । ଆଜି ରାଷ୍ଟ୍ରପତି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିବା ପରେ ଉଦବେଗ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.