ETV Bharat / bharat

PM Security Breach: ଆଜି ତଦନ୍ତ କମିଟି ନେତୃତ୍ବଙ୍କ ନାଁ ଘୋଷଣା କରିବେ ସୁପ୍ରିମକୋର୍ଟ

author img

By

Published : Jan 12, 2022, 8:43 AM IST

ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାଜନିତ ତ୍ରୁଟି ପ୍ରସଙ୍ଗ(PM Security Breach) । ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବାଧୀନ କମିଟି କରିବ ଯାଞ୍ଚ । ଆଜି ସମ୍ପୃକ୍ତ ଅବସରପ୍ରାପ୍ତ ଜଜ୍‌ଙ୍କ ନାଁ ଘୋଷଣା କରିବେ ସୁପ୍ରିମକୋର୍ଟ ।ଅଧିକ ପଢନ୍ତୁ

PM Security Breach: ଆଜି ତଦନ୍ତ କମିଟି ନେତୃତ୍ବଙ୍କ ନାଁ ଘୋଷଣା କରିବ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାଜନିତ ତ୍ରୁଟି ପ୍ରସଙ୍ଗ(PM Security Breach) । ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ କମିଟି ଏହି ଘଟଣାର ତଦନ୍ତ କରିବେ । ଉଚ୍ଚତମ ନ୍ୟାୟଳୟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ କମିଟି ଗଠନ କରାଯିବ । ତେବେ କିଏ ସେହି ଅବସରପ୍ରାପ୍ତ ଜଜ୍‌ ଆଜି ତାହା ଜଣାପଡିବ । ସୁପ୍ରିମକୋର୍ଟ ଆଜି(ବୁଧବାର) ଉକ୍ତ ବିଚାରପତିଙ୍କ ନାମ ଘୋଷଣା କରିବେ ।

ସୋମବାର ପ୍ରମୁଖ ବିଚାରପତି ଏନଭି ରମଣା(N. V. Ramana)ଙ୍କ ଅଧକ୍ଷତାରେ ଗଠିତ ଖଣ୍ଡପୀଠ ପିଏମ୍‌ଙ୍କ ସୁରକ୍ଷାରେ ତ୍ରୁଟି ମାମଲାର ଶୁଣାଣି କରିଥିଲେ । ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ଜଜ୍‌ଙ୍କ ନେତୃତ୍ବରେ ନୂଆକରି କମିଟି ଗଠନ କରାଯାଇ ତଦନ୍ତ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ଏବଂ କେନ୍ଦ୍ର ସରକାର ଗଠିତ କରିଥିବା ତଦନ୍ତ କମିଟି ଉପରେ କୋର୍ଟ ରୋକ୍ ଲଗାଇଥିଲେ । ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ୪ ଜଣିଆ ପାନେଲରେ ଚଣ୍ଡୀଗଡର ପୋଲିସ ଡିଜି, ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ଆଇଜି, ପଞ୍ଜାବ ଓ ହରିୟାଣଆ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଏବଂ ପଞ୍ଜାବ ପୋଲିସର ଅତିରିକ୍ତ ଡିଜି ସଦସ୍ୟ ରହିବେ ।

ଶୁଣାଣି ସମୟରେ ଖଣ୍ଡପୀଠ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡ ଧରଣର ବିଭ୍ରାଟ ମାମଲାକୁ ଆମେ ଗମ୍ଭୀରତାର ସହ ନେଇଛୁ । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସ୍ବଳ୍ପ ସମୟ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନବଗଠିତ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି । ଉଲ୍ଲେଖଯୋଗ୍ୟ, ଏହି ଘଟଣାରେ ତଦନ୍ତ ପାଇଁ ଏକ ସ୍ବାଧୀନ କମିଟି ଗଠନ କରିବାକୁ ପଞ୍ଜାବ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟକୁ ନିବେଦନ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.