ETV Bharat / bharat

ୟସ କ୍ଷୟକ୍ଷତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି, ଶୁକ୍ରବାର ବଙ୍ଗ-ଓଡିଶା ଗସ୍ତ - ପ୍ରଧାନମନ୍ତ୍ରୀ ମୋଦି

ଗୁରୁବାର ବାତ୍ୟା ମୁକାବିଲାରେ ଲାଗିଥିବା ଅଧିକାରୀଙ୍କୁ ଜନସାଧାରଣଙ୍କ ଜୀବନର ସୁରକ୍ଷା ସହିତ ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ୟସ କ୍ଷୟକ୍ଷତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି, ଶୁକ୍ରବାର ବଙ୍ଗ-ଓଡିଶା ଗସ୍ତ

author img

By

Published : May 27, 2021, 9:36 PM IST

ନୂଆଦିଲ୍ଲୀ: ଦୀର୍ଘ ଘଣ୍ଟାର ତାଣ୍ଡବ ରଚିବା ପରେ ବିପର୍ଯ୍ୟୟର ଚିହ୍ନ ଛାଡି ଦେଇଯାଇଛି ବାତ୍ୟା ୟସ । ବାତ୍ୟା ପ୍ରଭାବରେ ଓଡିଶା ଓ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଗୁରୁବାର ବାତ୍ୟା ମୁକାବିଲାରେ ଲାଗିଥିବା ଅଧିକାରୀମାନଙ୍କୁ ଜନସାଧାରଣଙ୍କ ଜୀବନର ସୁରକ୍ଷା ସହିତ ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସୂଚନା ଅନୁଯାୟୀ, ଏକ ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ବାତ୍ୟା ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାରରେ ଲାଗିଥିବା ଉଭୟ ରାଜ୍ୟ ଓ କେନ୍ଦ୍ର ଏଜେନ୍ସିଗୁଡିକୁ ସଠିକ ଭାବରେ ରିଲିଫ ବଣ୍ଟାଯାଉଛି କି ନାହିଁ ଏହା ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି ।

ବୈଠକରେ ଉପସ୍ଥିତ ଅଧିକାରୀମାନେ ବାତ୍ୟା ମୁକାବିଲା, କ୍ଷୟକ୍ଷତି ଓ ଏହା ସହିତ ଜଡିତ ବିଷୟ ଉପରେ ଏକ ବିସ୍ତୃତ ପ୍ରେଜେଣ୍ଟେସନ ଦେଇଥିବା ଜଣାପଡିଛି । ଏହି ବୈଠକରେ ଆଲୋଚନା କରାଯାଇଛି ଯେ ଏନଡିଆରଏଫର 106 ଟିମ ମୁତୟନ ହୋଇଛନ୍ତି । ଏହି ଟମଗୁଡିକ ଉଭୟ ଓଡିଶା ଓ ପଶ୍ଚିମବଙ୍ଗରୁ ବାତ୍ୟା ପରେ 1000 ଜଣଙ୍କୁ ଉଦ୍ଧାର କରିଛନ୍ତି । ଏହା ସହ ଉପୁଡିପଡିଥିବା 2500ରୁ ଊର୍ଦ୍ଧ୍ବ ଗଛ ଓ ବିଦ୍ୟୁତ ଖୁଣ୍ଟକୁ କାଟି ରାସ୍ତା ସଫା କରିଛନ୍ତି ।

ସୂଚନା ଅନୁଯାୟୀ, ବାତ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଉଛି । ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ଓ ଟେଲିକମ ସେବା ପୁନଃଆରମ୍ଭ କରାଯାଇସାରିଛି ।

ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ, କ୍ୟାବିନେଟ ସଚିବ, ଗୃହ ସଚିବ, ଶକ୍ତି ସଚିବ, ଟେଲିକମ ସଚିବ ଓ ଆଇଏମଡି ଡିଜି ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.