ETV Bharat / bharat

ତୈଳଦର ବୃଦ୍ଧି ଓ ଚୀନ ପ୍ରସଙ୍ଗ ଉପରେ କହିବାକୁ ଡରୁଛନ୍ତି ମୋଦି: ଓୱେସୀ

author img

By

Published : Oct 19, 2021, 12:55 PM IST

ପୁଣି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କଲେ AIMIM ସଭାପତି ତଥା ସାଂସଦ ଅସଦୁଦ୍ଦିନ ଓୱେସୀ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହାଇଦ୍ରାବାଦରେ କଡା ସମାଲୋଚନା କରି କହିଛନ୍ତି ଯେ, ମୋଦି ଦୁଇଟି କଥା କେବେବି ଉଠାନ୍ତି ନାହିଁ । ପ୍ରଥମତଃ ପେଟ୍ରୋଲ,ଡିଜେଲ ଦର ବୃଦ୍ଧି ଏବଂ ଦ୍ବିତୀୟତଃ ଚୀନ ପ୍ରସଙ୍ଗ । ଅଧିକ ପଢନ୍ତୁ...

ତୈଳ ଦର ବୃଦ୍ଧି ଓ ଚୀନ ପ୍ରସଙ୍ଗ ଉପରେ କହିବାକୁ ଡରୁଛନ୍ତି ମୋଦି: ଓୱାଇସି

ହାଇଦ୍ରାବାଦ: ପୁଣି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି AIMIM ସଭାପତି ତଥା ସାଂସଦ ଅସଦୁଦ୍ଦିନ ଓୱେସୀ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହାଇଦ୍ରାବାଦରେ କଡା ସମାଲୋଚନା କରି କହିଛନ୍ତି ଯେ, ମୋଦି ଦୁଇଟି କଥା କେବେବି ଉଠାନ୍ତି ନାହିଁ । ପ୍ରଥମତଃ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଏବଂ ଦ୍ବିତୀୟତଃ ଚୀନ ପ୍ରସଙ୍ଗ । ଚୀନ, ଆମ କ୍ଷେତ୍ର ଲଦାଖକୁ କବଜା କରିବାକୁ ବସିଲାଣି । ହେଲେ ମୋଦି ଚୀନ ଉପରେ କହିବାକୁ ଡରୁଛନ୍ତି ବୋଲି କହିଛନ୍ତି ଓୱେସୀ । ଏହାସହିତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଟି -20 ବିଶ୍ବକପ ମ୍ୟାଚ ଉପରେ ମଧ୍ୟ ଓୱେସୀ ପ୍ରଶ୍ନ କରିଛନ୍ତି ।

ସେ ମୋଦିଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, ଜମ୍ମୁ-କାଶ୍ମୀରରେ ଆମର 9 ଜଣ ଯବାନ ଶହୀଦ ହେବା ପରେ ମଧ୍ୟ ଅକ୍ଟୋବର 24 ରେ ଭାରତ-ପାକିସ୍ତାନ ଟି -20 ମ୍ୟାଚ୍ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ପୁରୁଣା ବୟାନକୁ ମନେ ପକାଇ ଓୱେସୀ କହିଛନ୍ତି ଯେ, ‘କଣ ମୋଦିଜୀ କହିନଥିଲେ କି ସେନା ମରୁଛନ୍ତି, ଆଉ ମନମୋହନ ସିଂ ସରକାର ବିରିୟାନୀ ବାଣ୍ଟୁଛନ୍ତି। କିନ୍ତୁ ଏବେ 9 ଯବାନ ଶହୀଦ ହୋଇଗଲେ, ଆଉ ଆପଣ ଟି -20 ଖେଳିବେ ? ଏପଟେ କାଶ୍ମୀରରେ ପାକିସ୍ତାନ, ଭାରତୀୟଙ୍କ ଜୀବନ ସହିତ ଟି -20 ଖେଳୁଛି ।’

ଏହାସହ ଜାମ୍ମୁ କାଶ୍ମୀରରେ ହୋଇଥିବା ହତ୍ୟାକାଣ୍ଡ ଉପରେ ଓୱେସୀ କହିଛନ୍ତି ଯେ, କାଶ୍ମୀରରେ ଟାର୍ଗେଟ କିଲିଙ୍ଗ୍ ହେଉଛି, ଅସ୍ତ୍ରଶସ୍ତ୍ର ବି ଆସୁଛି। ତେବେ ଇଣ୍ଟେଲିଜେନ୍ସ କଣ କରୁଛି ? ଏଭଳି କଡ଼ା କଥା କହି ମୋଦିଙ୍କୁ ନିନ୍ଦା କରିଛନ୍ତି ଓୱାଇସି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ବିହାରର ଗରିବ ଶ୍ରମିକଙ୍କୁ ହତ୍ୟା କରାଯାଉଛି, ଟାର୍ଗେଟ କିଲିଙ୍ଗ୍ କରାଯାଉଛି । ହେଲେ ଇଣ୍ଟେଲିଜେନ୍ସ ବ୍ୟୁରୋ ଏବଂ (କେନ୍ଦ୍ର ଗୃହମନ୍ତ୍ରୀ) ଅମିତ ଶାହା କଣ କରୁଛନ୍ତି ? ଏହା କେନ୍ଦ୍ରର ବିଫଳତା ବୋଲି ଓୱେସୀ କହିଛନ୍ତି ।

ଶନିବାର, ଜମ୍ମୁ କାଶ୍ମୀରର ଶ୍ରୀନଗର ଏବଂ ପୁଲୱାମା ଜିଲ୍ଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ବିହାରର ଜଣେ ବୁଲାବିକାଳି ଏବଂ ଉତ୍ତରପ୍ରଦେଶର ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ନିକଟରେ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀମାନେ ଅନେକ ସାଧାରଣ ନାଗରିକଙ୍କୁ ହତ୍ୟା କରି ଘାଟିରେ ଭୟର ବାତାବରଣ ସୃଷ୍ଟି କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.