ETV Bharat / bharat

ଲକ୍ଷ୍ନୌରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କରିବେ ଶିଳାନ୍ୟାସ - ଲକ୍ଷ୍ନୌ ଗସ୍ତରେ ପ୍ରଧାନମନ୍ତ୍ରୀ

ଉତ୍ତରପ୍ରଦେଶ ଲଖୀମପୁର ଖେରୀରେ ଚାଷୀଙ୍କ ଉପରେ କାର୍ ମାଡିଯିବାକୁ ନେଇ ସରଗରମ ହେଉଛି ରାଜନୀତି । ଏପରି ସ୍ଥିତିରେ ଆଜି 'ଆଜାଦୀ କା ଅମୃତ ମହୋତ୍ସବ' କାର୍ଯ୍ୟକ୍ରମ ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ପାଇଁ ଲକ୍ଷ୍ନୌରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ଚାଷୀ ମୃତ୍ୟୁକୁ ନେଇ ରାଜନୀତି ସରଗରମ, ଲକ୍ଷ୍ନୌ ଗସ୍ତରେ ପ୍ରଧାନମନ୍ତ୍ରୀ

author img

By

Published : Oct 5, 2021, 10:41 AM IST

Updated : Oct 5, 2021, 11:07 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲଖୀମପୁର ଖେରୀରେ ଚାଷୀ ମୃତ୍ୟୁ ପରେ ରାଜନୀତି ସରଗରମ ହୋଇଉଠିଛି । ଚାଷୀଙ୍କୁ ଭେଟିବା ପାଇଁ ଖେରୀ ଆସୁଥିବା ଅନେକ ବିରୋଧୀ ନେତାଙ୍କୁ ହେପାଜତକୁ ନେଇଛି ପୋଲିସ । ଏପରି ସ୍ଥିତିରେ ଆଜି(ମଙ୍ଗଳବାର) ଲକ୍ଷ୍ନୌ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଲକ୍ଷ୍ନୌରେ ଆୟୋଜିତ 'ଆଜାଦୀ କା ଅମୃତ ମହୋତ୍ସବ' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେବେ ବୋଲି ଜଣାପଡିଛି । ଏଥିସହ 44 ହଜାର କୋଟିର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିବେ । ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଜାରିରହିବ । ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ମଧ୍ୟ ଉପରସ୍ଥିତ ଅଛନ୍ତି ।

ଲକ୍ଷ୍ନୌରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କରିବେ ଶିଳାନ୍ୟାସ

ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟର ସହରାଞ୍ଚଳ ମିଶନ ଅମୃତ, ସ୍ମାର୍ଟ ସିଟି, ସ୍ବଚ୍ଛ ଭାରତ ମିଶନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କରାଯାଇଥିବା କାର୍ଯ୍ୟକ୍ରମର ଭିଡିଓ ସ୍କ୍ରିନିଂ କରାଯିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି 75 ଜିଲ୍ଲାର 75000 ହିତାଧିକାରୀଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୂକ୍ତ କରିବେ । ଏଥିସହ 5 ହିତାଧିକାରୀଙ୍କ ସହ କଥାବାର୍ତ୍ତା ମଧ୍ୟ କରିବେ ପ୍ରଧାନମନ୍ତ୍ରୀ । ଏହା ସହିତ ସ୍ମାର୍ଟ ସିଟି ମିଶନ୍ ଅଧୀନରେ ଉତ୍ତରପ୍ରଦେଶର 10 ଟି ସ୍ମାର୍ଟ ସିଟିର 75 ଟି ସଫଳ ପ୍ରକଳ୍ପର ଟେବୁଲ୍ ବୁକ୍ ଉନ୍ମୋଚନ କରିବେ । ତେବେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ମୋଦି ଏହି ଗସ୍ତ କରୁଥିବା କୁହାଯାଉ ଥିବାବେଳେ ଏବେ କିନ୍ତୁ ପରିସ୍ଥିତି କିଛି ଭିନ୍ନ ବୟାନ କରୁଛି ।

କାରଣ ଗତକାଲି(ସୋମବାର) ଉତ୍ତରପ୍ରଦେଶ ଖେରୀରେ ଚାଷୀ ଆନ୍ଦୋଳନ ଚାଲିଥିବା ସମୟରେ ଏକ କାର୍‌ ସେମାନଙ୍କ ଉପରେ ମାଡି ଯାଇଥିଲା । ଏଥିରେ ୮ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଆନ୍ଦୋଳନରତ ଚାଷୀଙ୍କ ଉପରେ କେନ୍ଦ୍ର କେନ୍ଦ୍ର ସ୍ବରାଷ୍ଟର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା କାର୍‌ ଚଢାଇ ଦେଇଥିବା ଅଭିଯୋଗ ସହ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୪୫ ଲକ୍ଷ, ସରକାରୀ ଚାକିରି ଏବଂ ଆହତଙ୍କୁ ୧୦ ଲକ୍ଷ ଘୋଷଣା କରିବା ପରେ ଆନ୍ଦୋଳନ ହଟିଥିଲା ।

ମାତ୍ର ଚାଷୀଙ୍କୁ ଭେଟିବାକୁ ଯାଇଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ପୋଲିସ ହେପାଜତକୁ ନେଇଛି । ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ବଳବତ୍ତର ସହ ଇଣ୍ଟରନେଟ ସେବା ବନ୍ଦ ରହିଛି । ଏପରିସ୍ଥିତିରେ ମୋଦିଙ୍କ ଲକ୍ଷ୍ନୌ ଗସ୍ତ ଉପରେ ସମସ୍ତଙ୍କ ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 5, 2021, 11:07 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.