ETV Bharat / bharat

COVID Situation Review: ଆଜି ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା - ଆସନ୍ତାକାଲି ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକ

ଦେଶରେ ବଢୁଛି କୋଭିଡ ସଂକ୍ରମଣ । ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

COVID19 situation review:  ଆସନ୍ତାକାଲି ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକ

author img

By

Published : Apr 26, 2022, 8:51 PM IST

Updated : Apr 27, 2022, 7:40 AM IST

ନୂଆଦିଲ୍ଲୀ: ଦେଶରେ ବଢିବାରେ ଲାଗିଛି କୋଭିଡ ସଂକ୍ରମଣ । ତେବେ ଆଜି (27 ଏପ୍ରିଲରେ) ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଦେଶର କୋଭିଡ ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ମୋଦି । ମଧ୍ୟାହ୍ନ 12ରେ ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବା ନେଇ ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ଓ ତାଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ବ୍ୟତୀତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଓ ଉକ୍ତ ଦୁଇ ମନ୍ତ୍ରଣାଳୟର କିଛି ବରିଷ୍ଠ ଅଧିକାରୀ ମଧ୍ୟ ସମୀକ୍ଷା ବୈଠକରେ ମଧ୍ୟ ଅଂଶଗ୍ରହଣ କରିବେ । ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ କୋରୋନାର ଶୀର୍ଷ ସଂକ୍ରମଣ ସମୟରେ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିସାରିଛନ୍ତି ।

ତେବେ କିଛି ଦିନ ଧରି ସଂକ୍ରମଣ ନିୟନ୍ତ୍ରଣରେ ଥିବାବେଳେ ପୁଣି କୋଭିଡ ଗ୍ରାଫ ଉପର ମୁହାଁ ହେବା ସମସ୍ତଙ୍କ ଚିନ୍ତା ବଢାଇଛି । ପୁଣି ଥରେ ସମ୍ଭାବ୍ୟ ଲହରକୁ ଦେଖି ପ୍ରାକ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଲାଣି । ଦିଲ୍ଲୀର ସଂକ୍ରମଣ ସର୍ବାଧିକ ଥିବାବେଳେ ଅନ୍ୟ କିଛି ସ୍ଥାନରେ ମଧ୍ୟ କୋଭିଡ ସଂକ୍ରମଣ ଚିନ୍ତା ବଢାଇବାରେ ଲାଗିଲାଣି । ଆଜିର ସମୀକ୍ଷା ବୈଠକ ପରେ କିଛି ନୂଆ ନିଷ୍ପତ୍ତି ହେବା ନେଇ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 27, 2022, 7:40 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.