ETV Bharat / bharat

ହାଇଦ୍ରାବାଦରେ PM ମୋଦି, ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜିନେସ୍‌ କାର୍ଯ୍ୟକ୍ରମରେ ଯୋଗଦେବେ

author img

By

Published : May 26, 2022, 1:18 PM IST

Updated : May 26, 2022, 1:27 PM IST

ହାଇଦ୍ରାବାଦରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି । ISBର ବିଂଶତମ ଉତ୍ସବରେ ଯୋଗଦେବାର ରହିଛି କାର୍ଯ୍ୟକ୍ରମ । ଅଧିକ ପଢ଼ନ୍ତୁ

PM to visit Hyderabad on May 26
ଆଜି ହାଇଦ୍ରାବାଦ ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ, ଅପରାହ୍ନରେ ଛାତ୍ରଛାତ୍ରୀଙ୍କୁ କରିବେ ସମ୍ବୋଧନ

ହାଇଦ୍ରାବାଦ: ହାଇଦ୍ରାବାଦରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜିନେସର(ISB) ବିଂଶତମ ଉତ୍ସବରେ ପ୍ରଧାନମନ୍ତ୍ରୀ ଯୋଗଦେବା ସହ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ISB ର ହାଇଦ୍ରାବାଦ ଏବଂ ମୋହାଲି କ୍ୟାମ୍ପସରୁ ପ୍ରାୟ ୯୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ । ଏନେଇ ତେଲେଙ୍ଗାନା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ISBର ୫ କିଲୋମିଟର ପରିସର ମଧ୍ୟରେ ରିମୋଟ ନିୟନ୍ତ୍ରିତ ଡ୍ରୋନ୍ କିମ୍ବା ପାରା-ଗ୍ଲାଇଡର୍ସ କିମ୍ବାମାଇକ୍ରୋ-ଲାଇଟ୍ ଉଡ଼ାଣକୁ ନିଷେଧ କରାଯାଇଛି । ଏହି କଟକଣା ଗତକାଲି ମଧ୍ୟାହ୍ନ ୧୨ଟା ଠାରୁ ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 26, 2022, 1:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.