ETV Bharat / bharat

ଆଜି 'ଗତିଶକ୍ତି' ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି - ପିଏମ

ଆଜି(ବୁଧବାର) ଗତିଶକ୍ତିର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀର ପ୍ରଗତି ମୈଦାନରେ ଏହି ମଲ୍ଟି ମଡେଲ ସଂଯୋଗ ପାଇଁ ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଆରମ୍ଭ କରିବେ । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
author img

By

Published : Oct 13, 2021, 9:12 AM IST

Updated : Oct 13, 2021, 1:43 PM IST

ନୂଆଦିଲ୍ଲୀ: ଆଜି(ବୁଧବାର) ଗତିଶକ୍ତିର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀର ପ୍ରଗତି ମୈଦାନରେ ଏହି ମଲ୍ଟି ମଡେଲ ସଂଯୋଗ ପାଇଁ ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଆରମ୍ଭ କରିବେ । ଚଳିତ ବର୍ଷ ଅଗଷ୍ଟ ୧୫ ସ୍ବାଧିନତା ଦିବସରେ ଲାଲକିଲାରୁ 'ଗତି ଶକ୍ତି ଯୋଜନା'ର ଘୋଷଣା କରିଥିଲେ । ୧୦୦ ଲକ୍ଷ କୋଟି ଟଙ୍କାର ଏହି ଯୋଜନାକୁ ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ । ଏହି ଯୋଜନା ଦେଶରେ ନିଯୁକ୍ତି ଅବସର ସୃଷ୍ଟି କରିବାରେ ସହାୟକ ହେବ ।

ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡିକ ପାଇଁ ହିତାଧିକାରୀଙ୍କ ପାଇଁ ସାମଗ୍ରିକ ଯୋଜନା ସଂସ୍ଥାପନ କରି ପିଏମ ଗତିଶକ୍ତି ଭବିଷ୍ୟତ ସମସ୍ୟାର ସମାଧାନ କରିବ | ଅର୍ଥ ବ୍ୟବସ୍ଥାର ଅଣ୍ଟା ଭାଙ୍ଗି ଦେଇଛି ମହାମାରୀ କୋରୋନା । ତେବେ ବର୍ତ୍ତମାନ ଧିରେ ଧିରେ ଏହି ଅର୍ଥନୀତି ଟ୍ରାକକୁ ଫେରୁଛି । ଏହାକୁ ଆହୁରି ଗତି ଦେବା ପାଇଁ ନୂଆ ନୂଆ ଯୋଜନାର ହେଉଛି ଶୁଭାରମ୍ଭ । ସେଥିମଧ୍ୟରୁ ଗତିଶକ୍ତି ଯୋଜନା ଗୋଟିଏ ।

ପ୍ରଧାନମନ୍ତ୍ରୀ ଗତି ଶକ୍ତି ଯୋଜନା ମାଧ୍ୟମରେ ଦେଶର ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦିଆଯିବ । ଏହି ଯୋଜନା ମାଧ୍ୟମରେ ସ୍ଥାନୀୟ ଉତ୍ପାଦକମାନେ ସର୍ବଭାରତୀୟ ସ୍ତରରେ ପ୍ରତିଯୋଗୀ ହୋଇପାରିବେ । ଏହାଦ୍ବାରା ଶିଳ୍ପଗୁଡ଼ିକର ବିକାଶ ହେବ । ଏଥିରେ ରେଳ, ସଡକ ଏବଂ ରାଜପଥ, ପେଟ୍ରୋଲିୟମ ଏବଂ ଗ୍ୟାସ, ବିଦ୍ୟୁତ୍, ଟେଲିକମ୍, ପରିବହନ, ବିମାନ ଚଳାଚଳ ଏବଂ ଶିଳ୍ପ ପାର୍କ ବିଭାଗ ସହିତ କେନ୍ଦ୍ର ସରକାରଙ୍କ 16ଟି ବିଭାଗ ଅନ୍ତର୍ଭୂକ୍ତ କରାଯିବ। କେନ୍ଦ୍ରର ସମସ୍ତ 16 ବିଭାଗର ଉଚ୍ଚ ପଦାଧିକାରୀଙ୍କ ଏକ ନେଟୱାର୍କ ଯୋଜନା ଗ୍ରୁପ ଗଠନ କରାଯିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Oct 13, 2021, 1:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.