ETV Bharat / bharat

ଆସନ୍ତାକାଲି ଅଯୋଧ୍ୟା ଜଙ୍କସନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଭବ୍ୟ ନଗରୀ ପାଇଁ ୧୫ ହଜାର କୋଟିର ପ୍ୟାକେଜ - ଅଯୋଧ୍ୟା ରେଳ ଷ୍ଟେସନ

PM Modi to inaugurate several projects in Ayodhya: ଆସନ୍ତାକାଲି ଅଯୋଧ୍ୟା ଜଙ୍କସନ ରେଳ ଷ୍ଟେସନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ୧୫ ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିବେ । ଅଧିକ ପଢ଼ନ୍ତୁ,

ଆସନ୍ତାକାଲି ଅଯୋଧ୍ୟା ଜଙ୍କସନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Dec 29, 2023, 12:28 PM IST

ଅଯୋଧ୍ୟା: ଜାନୁଆରୀ ୨୨ରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ । ତା ପୂର୍ବରୁ ଆସନ୍ତାକାଲି (ଡିସେମ୍ବର ୩୦) ଅଯୋଧ୍ୟାର ଭବ୍ୟ ରେଳ ଷ୍ଟେସନ ' ଅଯୋଧ୍ୟା ଜଙ୍କସନ'ର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଆସନ୍ତାକାଲି ସକାଳ ୧୧ଟା ୧୫ ମିନିଟରେ ଏହି ଅତ୍ୟାଧୁନିକ ରେଳ ଷ୍ଟେସନର ଉଦଘାଟନ କରିବେ । ୨୪୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଅଯୋଧ୍ୟା ଜଙ୍କସନ । ତିନି ତାଲା ବିଶିଷ୍ଟ ଏହି ହାଇଟେକ୍ ରେଳ ଷ୍ଟେସନରେ ରହିଛି ଲିଫ୍ଟ, ଏସକ୍ସାଲେଟରର୍ସ, ଫୁଡ୍ ପ୍ଲାଜା, ଚାଇଲ୍ଡ କେୟାର ରୁମ୍, ବିଶ୍ରାମାଗାର ଏବଂ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ।

ପ୍ରଧୀନମନ୍ତ୍ରୀ ଆସନ୍ତାକାଲି ସକାଳ ସକାଳ 11:15 ମିନିଟରେ ଷ୍ଟେସନର ଉଦଘାଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଅମୃତ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଅମୃତ ଭାରତ ଏକ୍ସପ୍ରେସ ଦେଶରେ ଏକ ନୂଆ ବର୍ଗର ସୁପରଫାଷ୍ଟ ଯାତ୍ରୀବାହୀ ଟ୍ରେନ୍ । ଏଥିରେ ଅଣ-ଶୀତତାପ ନିୟନ୍ତ୍ରିତ କୋଚ୍ ସହିତ ଆକର୍ଷଣୀୟ ସିଟ୍ ଡିଜାଇନ୍, ଉନ୍ନତ ଲଗେଜ୍ ରଖିବା ସ୍ଥାନ, ମୋବାଇଲ୍ ଚାର୍ଜିଂ ପଏଣ୍ଟ, ଏଲଇଡି ଲାଇଟ୍, ସିସିଟିଭି ଏବଂ ଏକ ଜନ ସୂଚନା ପ୍ରଣାଳୀ ସମସ୍ତ ଅତ୍ୟାଧୁନିକ ସୁବିଧା ରହିଛି ।

ଏହାମଧ୍ୟ ପଢନ୍ତୁ: ମହର୍ଷି ବାଲ୍ମିକୀ ନାମରେ ନାମିତ ହେଲା ଅଯୋଧ୍ୟା ଏୟାରପୋର୍ଟ

ଅଯୋଧ୍ୟା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟା ନଗରୀ ପାଇଁ ୧୫,୭୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବେ । ଏଥିରେ ରହିିଛି ରାଜପଥ, ବିମାନ ବନ୍ଦର, ରେଳ ଧାରଣାର ଦୋହରୀ କରଣ ସମେତ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ । କେବଳ ଅଯୋଧ୍ୟା ରେଳ ଷ୍ଟେସନ ପାଇଁ ଖର୍ଚ୍ଚ ହୋଇଛି ୨୪୦ କୋଟି ଟଙ୍କା । ଏହାସହ ଉତ୍ତରପ୍ରଦେଶରେ ୪୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ମଧ୍ଯ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।

ଏହାମଧ୍ୟ ପଢନ୍ତୁ: 'ଅଯୋଧ୍ୟା ଜଙ୍ଗସନ'ର ଭବ୍ୟ ରୂପ, ରାମ ମନ୍ଦିର ପ୍ରତିଷ୍ଠା ପାଇଁ ସଜେଇ ହେଉଛି ଷ୍ଟେସନ

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ଅଯୋଧ୍ୟା ଷ୍ଟେସନ ଏବଂ ଆଖପାଖ ଅଞ୍ଚଳରେ ଅଧିକ ଫୋର୍ସ ମୁତୟନ କରାଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଅଯୋଧ୍ୟା ଗସ୍ତ କରି ସୁରକ୍ଷା ସମେତ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଯୋଗୀ ଆଦିତ୍ୟନାଥ, ବରିଷ୍ଠ ପୋଲିସ ଏବଂ ପ୍ରାଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.