ETV Bharat / bharat

Sudan Conflict: ସୁଦାନ ସ୍ଥିତିକୁ ନେଇ ଉଚ୍ଚସ୍ତରୀୟ ବୈଠକ କରିବେ ପ୍ରଧାନମନ୍ତ୍ରୀ

author img

By

Published : Apr 21, 2023, 4:05 PM IST

ସୁଦାନରୁ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଫିଟିବ ବାଟ । ଆଜି ସୁଦାନ ସ୍ଥିତିକୁ ନେଇ ଉଚ୍ଚସ୍ତରୀୟ ବୈଠକ କରି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

Sudan Conflict meeting
Sudan Conflict meeting

ନୂଆଦିଲ୍ଲୀ: ଦିନକୁ ଦିନ ଜଟିଳ ହେବାରେ ଲାଗିଛି ସୁଦାନ ସ୍ଥିତି । ସେନା ଏବଂ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ଦୀର୍ଘ ବର୍ଷରୁ ଲାଗିଥିବା ବିବାଦ ଉଗ୍ରରୂପ ଧାରଣ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩୦୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ଅନେକ ଭାରତୀୟ ସୁଦାନରେ ଫସି ରହିଛନ୍ତି । ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ନେଇ ଭାରତୀୟ ଦୂତବାସ ଚିନ୍ତାପ୍ରକଟ କରିଥିବା ବେଳେ ନ୍ୟୁୟର୍କରେ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ସହ ଆଲୋଚନା କରିଛନ୍ତି ବୈଦେଶୀକ ମନ୍ତ୍ରୀ ଏସ ଜୟଶଙ୍କର । ଏହାରି ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚସ୍ତରୀୟ ବୈଠକ କରି ସୁଦାନ ସ୍ଥିତି ନେଇ ସମୀକ୍ଷା କରିବେ ବୋଲି ସୂଚନା ରହିଛି ।

ପ୍ରକାଶଥାଉକି, ବୈଦେଶିକ ମନ୍ତ୍ରୀ ଏସଜୟଶଙ୍କର ନ୍ୟୁୟର୍କରେ ଜାତିସଂଘ ମହାସଚିବା ଆଣ୍ଟୋନିଓ ଗୁଟେରସଙ୍କ ସହ ଆଲୋଚନା କରିଛନ୍ତି । ଉଭୟେ ସୁଦାନ ସ୍ଥିତିକୁ ସହ ଜି୨୦ ପ୍ରେସିଡେନ୍ସି ଉପରେ ଆଲୋଚନା କରିଥିଲେ । ଏନେଇ ନିଜେ ଜୟଶଙ୍କର ଟ୍ବିଟ କରି ସୂଚନା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: Sudan Clashes: ସେନା-ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ସଂଘର୍ଷ, ୫୬ ମୃତ ୧୮୩ ଆହତ

ଏନେଇ ଜୟଶଙ୍କର ଟ୍ବିଟ କରି କହିଛନ୍ତି, " ଆଣ୍ଟେନିଓ ଗୁଟେରସଙ୍କ ସହ ସାକ୍ଷାତ ହେବା ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି । ସୁଦାନ ଉପରେ ଅଧିକ ଗୁରୁତ୍ବାରୋପ କରାଯାଇଥିଲା । ଭାରତ ଆରମ୍ଭରୁ ହିଁ ଯୁଦ୍ଧ ବିରାମ ଦିଗରେ ପ୍ରୟାସ ଜାରି ରଖିଛି । ଯୁଦ୍ଧା ବିରାମ ନହେବା ଯାଏଁ ଭାରତୀୟମାନେ ବାହାରକୁ ଆସିବା ଠିକ ହେବ ନାହିଁ । ଅସ୍ତ୍ରବିରତି ପାଇଁ ଚାଲିଥିବା ଉଦ୍ୟମକୁ ଭାରତ ସମର୍ଥନ କରୁଛି । ଏହା ଫଳରେ ହିଁ ସୁରକ୍ଷିତ କରିଡର ହୋଇପାରିବ । ଏଥିପାଇଁ ଜାତିସଂଘ ଏବଂ ଅନ୍ୟମାନଙ୍କ ସହ ନିଷ୍ଠାର ସହ କାର୍ଯ୍ୟ କରିବୁ । "ଉଲ୍ଲେଖଯୋଗ୍ୟ ଯେ, ଆଜିଠାରୁ ବୈଦେଶୀର ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ୯ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି । ଗାଏନା, ପାନାମାସ କୋଲମ୍ବିଆ ଏବଂ ଡେନିମିକ୍‌ ଗସ୍ତ କରିବା ନେଇ କାର୍ଯ୍ୟକ୍ରମ ରହିଛି ।

ଅନ୍ୟପଟେ ଏହି ଘଟଣାକୁ ନେଇ ବିଦେଶମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି,"ସୁଦାନର ସ୍ଥିତି ଅତି ଜଟିଳ ରହିଛି । ସେଠାରେ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷା ଦେବା ଆମର ପ୍ରଥମ ଲକ୍ଷ୍ୟ । ଦୂତାବାସର ଅଧିକାରୀମାନେ ଭାରତୀୟଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ଉଦ୍ଧାର କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ବିପଦ ଟଳିନଥିବାରୁ ଭାରତୀୟଙ୍କୁ ନିଜ ଦେଶକୁ ଫେରିବା ପାଇଁ ଅନୁମତି ଦିଆଯାଇ ନାହିଁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.