ETV Bharat / bharat

Modi-Putin talks: ହାଇଦ୍ରାବାଦ ହାଉସରେ ମୋଦି-ପୁଟିନ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀରେ ପହଞ୍ଚିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ହାଇଦ୍ରାବାଦ ହାଉସରେ ଆରମ୍ଭ ହେଲା ମୋଦି-ପୁଟିନ ୨୧ତମ ଭାରତ-ଋଷିଆ ବାର୍ଷିକ ସମ୍ମିଳନୀ ବୈଠକ । ଅଧିକ ପଢନ୍ତୁ

author img

By

Published : Dec 6, 2021, 7:04 PM IST

ହାଇଦ୍ରାବାଦ ହାଉସରେ ଆରମ୍ଭ ହେଲା ମୋଦି-ପୁତିନ ଆଲୋଚନା

ନୂଆଦିଲ୍ଲୀ: ୨୧ତମ ଭାରତ-ଋଷିଆ ବାର୍ଷିକ ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ନୂଆଦିଲ୍ଲୀ ସ୍ଥିତ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପୁଟିନଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି । 2019ରେ ବ୍ରାଜିଲରେ ବ୍ରିକ୍ସ ଶିଖର ସମ୍ମିଳନୀରେ ସାକ୍ଷାତ ହେବାପରେ ଏହା ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ପ୍ରଥମ ବ୍ୟକ୍ତିଗତ ସାକ୍ଷାତ ।

ଉଭୟ ନେତା ପୂର୍ବରୁ ଏକାଧିକ ସମ୍ମିଳନୀରେ ସାମିଲ ହୋଇଥିଲେ ସୁଦ୍ଧା ସମସ୍ତ ସମ୍ମିଳନୀ ଭର୍ଚ୍ଚୁଆଲି କରାଯାଇଥିଲା । ଏହା ପୂର୍ବରୁ ଦୁଇ ଦେଶ ସେମାନଙ୍କର ଏକାଧିକ 2+2 ମନ୍ତ୍ରୀସ୍ତରୀୟ ଆଲୋଚନା କରିସାରିଛନ୍ତି । 2021-31 ପର୍ଯ୍ୟନ୍ତ ସାମରିକ ଓ ବୈଷୟିକ ସହଯୋଗ ବ୍ୟବସ୍ଥା ଅନୁଯାୟୀ ଇଣ୍ଡୋ-ରୁଷିଆ ରାଇଫଲ୍ସ ଚୁକ୍ତି ମାଧ୍ୟମରେ 6,01,427 ଆଟାକ୍ ରାଇଫଲ୍ AK-203 କ୍ରୟ ପାଇଁ ଦୁଇ ଦେଶ ମଧ୍ୟରେ ଆଜି (ସୋମବାର) ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି ।

ପୁଟିନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଋଷ-ଭାରତୀୟ ସମ୍ପର୍କ ଆହୁରି ସୁଦୃଢ ହେବ । ଦୁଇ ଦେଶ ମଧ୍ୟରେ ବୃହତ ଦ୍ବିପାକ୍ଷୀକ ପଦକ୍ଷେପ ନେଇ ଆଲୋଚନା କରିବାକୁ ସେ ଆଗ୍ରହୀ ଅଛନ୍ତି । ଏହି ଅବସରରେ ପୁଟିନ କହିଛନ୍ତି, ଏହି ସହଭାଗୀତା ଉଭୟ ଦେଶ ପାଇଁ ପାରସ୍ପରିକ ଲାଭ ଆଣିବ । ଦ୍ବୀପାକ୍ଷିକ ବାଣିଜ୍ୟ,ଶକ୍ତି କ୍ଷେତ୍ର, କୋଭିଡ ମହାମାରୀ ଲଢେଇ ଏବଂ ଔଷଧ ଓ ଚିକିତ୍ସା ସମ୍ପର୍କିତ ସରଞ୍ଜାମର ଉତ୍ପାଦନରେ ଉଭୟ ଦେଶ ମିଳିତ ଭାବେ ଆଗକୁ ବଢିବା ଜାରି ରଖିଥିବା କହିଛନ୍ତି ପୁଟିନ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.