ETV Bharat / bharat

PM Meet Teachers: ଜାତୀୟ ଶିକ୍ଷକ ପୁରସ୍କାର ବିଜୟୀଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ ମୋଦି

author img

By ETV Bharat Odisha Team

Published : Sep 4, 2023, 10:33 PM IST

ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତି ହୋଇଥିବା 75 ଜଣିଆ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ମଧ୍ୟରେ ଓଡିଶାରୁ 2 ଜଣ ଶିକ୍ଷକ ଥିବା ବେଳେ 2 ଜଣ ପ୍ରଶିକ୍ଷକ ଅଛନ୍ତି । ପୁରସ୍କାର ପାଇବାକୁ ଥିବା 2 ଜଣ ଶିକ୍ଷକ ହେଉଛନ୍ତି ଭଦ୍ରକ ଜିଲ୍ଲା କେନ୍ଦୁଆପଡା ନୋଡାଲ ହାଇସ୍କୁଲର ଶିକ୍ଷକ ଶଶି ଶେଖର କର ଶର୍ମା ଓ ଜଗତସିଂହପୁର ଜିଲ୍ଲା ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୁଭାଷ ଚନ୍ଦ୍ର ରାଉତ । ଅଧିକ ପଢନ୍ତୁ

ଜାତୀୟ ଶିକ୍ଷକ ପୁରସ୍କାର ବିଜୟୀଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଜାତୀୟ ଶିକ୍ଷକ ଦିବସ 2023 ଅବ୍ୟବହିତ ପୂର୍ବରୁ ସମସ୍ତ 75 ଜଣିଆ ପୁରସ୍କାର ବିଜେତା ଶିକ୍ଷକଙ୍କୁ ଆଜି ନିଜ ସରକାରୀ ବାସଭବନରେ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତାକାଲି ଜାତୀୟ ଶିକ୍ଷକ ଦିବସ ଅବସରରେ ଦେଶର ବିଭିନ୍ନ ରାଜ୍ୟରୁ ଚୟନ ହୋଇଥିବା 75 ଜଣ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ଜାତୀୟ ଶିକ୍ଷକ ପୁରସ୍କାରରେ ପୁରସ୍କୃତ କରିବେ । ଏଥିପାଇଁ ସମସ୍ତ ମନୋନୀତି ଶିକ୍ଷକ/ଶିକ୍ଷୟତ୍ରୀ ମାନେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ଆସନ୍ତାକାଲି ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା ପୂର୍ବରୁ ଆଜି ସମସ୍ତ ପୁରସ୍କାର ବିଜେତା ଶିକ୍ଷକଙ୍କୁ ପ୍ରଧାନମନ୍ତ୍ରୀ ମୋଦି ନିଜ ବାସଭବନରେ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ଆଲୋଚନା ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତ ଶିକ୍ଷକଙ୍କ ସହ ମନ ଖୋଲି କଥା ହେବା ସହିତ, ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହି ସାକ୍ଷାତ ଆଲୋଚନା ସମୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶିକ୍ଷାରାଷ୍ଟ୍ର ମନ୍ତ୍ରୀ ସୁଭାସ ସରକାର, ଶିକ୍ଷାରାଜ୍ୟ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ପ୍ରମୁଖ ଉପସ୍ଥିତ ଥିଲେ ।

  • Met our nation's exemplary educators who have been honoured with the National Teachers' Awards. Their dedication to shaping young minds and their unwavering commitment to excellence in education is very inspiring. In their classrooms, they are scripting a brighter future for… pic.twitter.com/49zWk5eA29

    — Narendra Modi (@narendramodi) September 4, 2023 " class="align-text-top noRightClick twitterSection" data=" ">

ଏହାବି ପଢନ୍ତୁ- PMO to RTI Query: ୨୦୧୪ରୁ ଗୋଟିଏ ବି ଛୁଟି ନେଇନାହାନ୍ତି ମୋଦି, ବିନା ଛୁଟିରେ 3000 ଇଭେଣ୍ଟ

ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତି ହୋଇଥିବା 75 ଜଣିଆ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ମଧ୍ୟରେ ଓଡିଶାରୁ 2 ଜଣ ଶିକ୍ଷକ ଥିବା ବେଳେ 2 ଜଣ ପ୍ରଶିକ୍ଷକ ଅଛନ୍ତି । ପୁରସ୍କାର ପାଇବାକୁ ଥିବା 2 ଜଣ ଶିକ୍ଷକ ହେଉଛନ୍ତି ଭଦ୍ରକ ଜିଲ୍ଲା କେନ୍ଦୁଆପଡା ନୋଡାଲ ହାଇସ୍କୁଲର ଶିକ୍ଷକ ଶଶି ଶେଖର କର ଶର୍ମା ଓ ଜଗତସିଂହପୁର ଜିଲ୍ଲା ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୁଭାଷ ଚନ୍ଦ୍ର ରାଉତ । ସେହିପରି ଦୁଇ ପ୍ରଶିକ୍ଷକ ହେଉଛନ୍ତି କଟକ ଜିଲ୍ଲା ଆଠଗଡରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ପ୍ରତିଷ୍ଠା ହୋଇଥିବା ଆଇଟିଆଇର ପ୍ରଶିକ୍ଷକ ରବିନାରାୟଣ ସାହୁ ଓ ଭୁବନେଶ୍ବର ସରକାରୀ ଆଇଟିଆଇର ପ୍ରଶିକ୍ଷକ ସୁନୀତା ସିଂହ । ଏତତ ବ୍ୟତୀତ ଦେଶର ବିଭିନ୍ନ ରାଜ୍ୟର ସରକାରୀ ଶିକ୍ଷକ, ଶିକ୍ଷୟନ୍ତ୍ରୀ ଓ ପ୍ରଶିକ୍ଷକ ମଧ୍ୟ ରହିଛନ୍ତି ।

ଆସନ୍ତାକାଲି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ଚୟନ ହୋଇଥିବା ଏହି ସମସ୍ତଙ୍କୁ ବିଜ୍ଞାନ ଭବନରେ ସମ୍ମାନିତ ସହ ସମ୍ବୋର୍ଦ୍ଧିତ କରିବେ । ପ୍ରତି ବର୍ଷ ସେପ୍ଟେମ୍ବର ୫ ତାରିଖ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ ଦିବସକୁ ଜାତୀୟ ଶିକ୍ଷକ ଦିବସ ଭାବେ ରୂପେ ପାଳନ କରାଯାଉଛି । ଜାତୀୟ ଶିକ୍ଷକ ପୁରସ୍କାରର ଉଦ୍ଦେଶ୍ୟ ହେଉଛି ଦେଶରେ ଶିକ୍ଷକ ମାନଙ୍କର ଅନନ୍ୟ ଅବଦାନକୁ ସ୍ବୀକୃତି ପ୍ରଦାନ କରିବା । ଯେଉଁ ଶିକ୍ଷକମାନେ ନିଜ ପ୍ରତିବଦ୍ଧତା ଓ ନିଷ୍ଠା ବଳରେ କେବଳ ଶିକ୍ଷାର ଗୁଣବତ୍ତାରେ ଉନ୍ନତି କରି ନାହାନ୍ତି ବରଂ ସେମାନଙ୍କ ଛାତ୍ରଛାତ୍ରୀ ମାନଙ୍କ ଜୀବନକୁ ମଧ୍ୟ ସମୃଦ୍ଧ କରିଛନ୍ତି ସେହି ଶିକ୍ଷକ ମାନଙ୍କୁ ସମ୍ମାନିତ କରିବା । ପୁରସ୍କାର ବାବଦକୁ ମାନପତ୍ର ସହ ନଗଦ ୫୦ ହଜାର ଟଙ୍କା ଓ ରୌପ୍ୟ ପଦକ ପ୍ରଦାନ କରାଯାଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.