ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣର ଭୟାବହ ସ୍ଥିତି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ । ଦେଶରେ ଉପଲବ୍ଧ ହସ୍ପିଟାଲ ଭତ୍ତିଭୂମିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ । ବୈଠକରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଦ୍ରୁତ ଗତିରେ ଅପଗ୍ରେଡ କରିବା ପାଇଁ ପ୍ରଧାନମନ୍ତ୍ରୀ ଦେଇଛନ୍ତି ଆଦେଶ ।
ବରିଷ୍ଠ ଅଧିକାରୀଙ୍କ ସହିତ ବୈଠକ ସମୟରେ ସ୍ବାସ୍ଥ୍ୟ ଭିତ୍ତିଭୂମି ସମେତ ଅକ୍ସିଜେନ, ଔଷଧର ଉପଲବ୍ଧତା ଉପରେ ମଧ୍ୟ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।
ବୈଠକରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ଯେ ରାଜ୍ୟକୁ ମିଳୁଥିବା ଅକ୍ସିଜେନ କୋଟା ବଢାଇଦିଆଯାଇଛି । 2020ରେ ଦେଶରେ ପ୍ରତ୍ୟେକ ଦିନ 5700 ମେଟ୍ରିକ ଟନ ମେଡିକାଲ ଅକ୍ସିଜେନର ଉତ୍ପାଦ ହେଉଥିଲା । ଏହା 25 ଏପ୍ରିଲ 2021ସୁଦ୍ଧା 8922 ମେଟ୍ରିକ ଟନକୁ ବୃଦ୍ଧି କରାଯାଇଛି ।
ଅକ୍ସିଜେନ ପ୍ଲାଣ୍ଟ ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ । ଅନ୍ୟପକ୍ଷେ ମେଡିକାଲ ଭିତ୍ତିଭୂମି କୋଭିଡ ପରିଚାଳନା ଉପରେ କାମ କରୁଥିବା ଅଧିକାରୀମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ନିଜ ପ୍ରସ୍ତୁତି ବିଷୟରେ ଜଣାଇଛନ୍ତି ।