ନୂଆଦିଲ୍ଲୀ: ମହାମାରୀ କୋରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିପକ୍ଷ ବୋରିସ ଜନସନଙ୍କ ମଧ୍ୟରେ ହୋଇଛି ଭାରତ-ବ୍ରିଟେନ ଦ୍ବିପାକ୍ଷିକ ଭର୍ଚୁଆଲ ବୈଠକ । ଉଭୟ ନେତା ଏହି ବୈଠକରେ କୋରୋନା ସଂକ୍ରମଣ ଯୋଗୁଁ ଉତ୍ପନ୍ନ ସ୍ଥିତି ଓ ମହାମାରୀ ସହ ମୁକାବିଲା ପାଇଁ ଚାଲିଥିବା ପ୍ରୟାସ ଉପରେ ଚର୍ଚ୍ଚା ହୋଇଛି ।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀଙ୍କ ଅନୁଯାୟୀ ଦୁଇ ନେତା ସାଧାରଣ ସ୍ୱାର୍ଥ ସହ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଛନ୍ତି। ମୁଖପାତ୍ର କହିଛନ୍ତି ଯେ ଭାରତ-ବ୍ରିଟେନ ସମ୍ପର୍କକୁ ଏକ ନୂତନ ଉଚ୍ଚତା ଦେଇ ରୋଡମ୍ୟାପ -2030 ଶିଖର ସମ୍ମିଳନୀକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।
ରୋଡମ୍ୟାପ -2030 ଅନୁଯାୟୀ ଉଭୟ ଦେଶ ଆଗାମୀ ଦଶନ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସେମାନଙ୍କର ସମ୍ପର୍କକୁ ଗଭୀର ଏବଂ ମଜବୁତ କରିବେ । ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଶିଖର ସମ୍ମିଳନୀ ବିଷୟରେ ସୂଚନା ଦେଇଛନ୍ତି ।