ETV Bharat / bharat

Omicron Fear: ପ୍ରଧାନମନ୍ତ୍ରୀଙ୍କ UAE ଗସ୍ତ ସ୍ଥଗିତ, ଫେବୃଆରୀରେ ପୁନଶ୍ଚ କରିପାରନ୍ତି ଗସ୍ତ - ପ୍ରଧାନମନ୍ତ୍ରୀଙ୍କ ୟୁଏଇ ଗସ୍ତ ସ୍ଥଗିତ

ଓମିକ୍ରନ ସଂକ୍ରମଣ ଲାଗି ସ୍ଥଗତି ରହିଲା ପ୍ରଧାନମନ୍ତ୍ରୀଙ୍କ UAE ଗସ୍ତ । ଆସନ୍ତା ବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ହୋଇଥିଲା ଚୂଡାନ୍ତ । ଫେବୃଆରୀରେ ହେବା ନେଇ ସୂଚନା । ଅଧିକ ପଢନ୍ତୁ

ଓମିକ୍ରନ ଭୟ: ପ୍ରଧାନମନ୍ତ୍ରୀଙ୍କ UAE ଗସ୍ତ ସ୍ଥଗିତ

author img

By

Published : Dec 29, 2021, 5:31 PM IST

ନୂଆଦିଲ୍ଲୀ: ନୂଆବର୍ଷ ୨୦୨୨ର ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ବିଦେଶ ଗସ୍ତ ଭାବେ ସଂଯୁକ୍ତ ଆରବ ଏମିରେଟ (UAE) ଗସ୍ତ ଚୂଡାନ୍ତ ହୋଇଥିବା ବେଳେ ତାହାକୁ ସ୍ଥଗିତ ରଖାଯାଇଥିବାର ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଜାନୁଆରୀ ୬ ତାରିଖରେ ଆରବ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରଖାଯାଇଖିଲା । ତେବେ ଆରବରେ ଓମିକ୍ରନ ସ୍ଥିତି ଗମ୍ଭୀର ହେବାରେ ଲାଗିଥିବା ବେଳେ ଏହି ଗସ୍ତକୁ ସ୍ଥଗିତ କରାଯାଇଛି । ସ୍ଥିତିରେ ସୁଧାର ଆସିଲେ ଫେବୃଆରୀରେ ଏହି ଗସ୍ତ ପୁଣି ଥରେ କରାଯିବାର ସୂଚନା ମଧ୍ୟ ରହିଛି ।

ନଭେମ୍ବର ୨୪ରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ଏବେ ବିଶ୍ବର ଅନେକ ପ୍ରମୁଖ ଦେଶରେ ଚିହ୍ନଟ ହୋଇ ସାରିଲାଣି । ଅନ୍ୟ ଦେଶମାନଙ୍କ ଅପେକ୍ଷା ଭାରତରେ ସ୍ଥିତି ଅପେକ୍ଷାକୃତ ନିୟନ୍ତ୍ରଣରେ ଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୭୦୦ରୁ ତଳେ ରହିଛି । ଦେଶରେ ଚିହ୍ନଟ ହୋଇଥିବା ଓମିକ୍ରନ ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ବିଦେଶାଗତ ବୋଲି ସୂଚନା ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ତେବେ ଓମିକ୍ରନ ସଙ୍କଟକୁ ନେଇ ସାରା ବିଶ୍ବ ଚିନ୍ତିତ ଥିବାବେଳେ ପ୍ରଧାନମନ୍ତ୍ରୀତଙ୍କ ବିଦେଶ ଗସ୍ତ ବାତିଲ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.