ETV Bharat / bharat

ୟୁରୋପୀୟ ନେତା-ମନ୍ତ୍ରୀଙ୍କୁ ଉପହାର ଭେଟି ଦେଲେ ମୋଦି

2022 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରିଥିଲେ । ଏହି ସମୟରେ ୟୁରୋପୀୟ ନେତାଙ୍କୁ ଉପହାର ଦେଲେ ମୋଦି । ଜାଣନ୍ତୁ କଣ ସବୁ ଉପହାର ଦେଇଥିଲେ ମୋଦି ।

ବିଦେଶ ଗସ୍ତବେଳେ ୟୁରୋପୀୟ ନେତା,ମନ୍ତ୍ରୀଙ୍କୁ ଉପହାର ଦେଲେ ମୋଦି

author img

By

Published : May 5, 2022, 10:38 AM IST

ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରିଥିଲେ । ଏହି ଅବସରରେ ସେ ଡେନମାର୍କ, ଜାପାନ ଓ ଫ୍ରାନ୍ସର ବିଭିନ୍ନ ବରିଷ୍ଠ ପଦାଧିକାରୀଙ୍କ ସହ ସାକ୍ଷାତ କରିବା ସହ ଭାରତ ସହ ସେମାନଙ୍କ ବାଣିଜ୍ୟିକ, ଅର୍ଥନୈତିକ ଓ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।

ତେବେ ସବୁଠାରୁ ବଡକଥା ହେଉଛି ମୋଦି ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ସନ୍ନା ମରୀନ(Sanna Marin), ଡେନମାର୍କର ରାଜକୁମାରୀ ମେରୀ, ଡେନମାର୍କର ରାଜକୁମାର ଫ୍ରେଡ୍ରିକ, ନରଓ୍ବେ ପ୍ରଧାନମନ୍ତ୍ରୀ ଜୋନାସ୍ ଗହର ଷ୍ଟୋର (Jonas Gahr Store) ଏବଂ ଫିନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ସନ୍ନା ମରିନ (Sanna Marin)ଙ୍କୁ ଉପହାର ଦେଇଛନ୍ତି ।

ଡେନମାର୍କର ରାଜକୁମାରୀ ମେରୀଙ୍କୁ ପ୍ରଧାନମନ୍ତ୍ରୀ ଏକ ମୀନାକାରୀ ପକ୍ଷୀ ଉପହାର ଦେଇଛନ୍ତି । ଏହା ରୁପାରେ ନିର୍ମିତ ହୋଇଥିବା ବେଳେ ଏହାକୁ ବାରଣାସୀର ପରିଚୟ କୁହାଯାଏ । ପ୍ରିନ୍ସ ଫେଡ୍ରିକଙ୍କୁ ଛତିଶଗଡର ଢୋକରା ଡଙ୍ଗା ଉପହାରରେ ଦେଇଛନ୍ତି । ଏହା ମେଟାଲରେ ନିର୍ମିତ ହୋଇଥିବା ବେଳେ ୪ ହଜାର ବର୍ଷ ପୁରୁଣା ଅଟେ । ଅନ୍ୟପଟେ ନରଓ୍ବେ ଗସ୍ତ ବେଳେ ନରଓ୍ବେ ପ୍ରଧାନମନ୍ତ୍ରୀ ଜୋନାସ୍ ଗହର ଷ୍ଟୋର (Jonas Gahr Store)ଙ୍କୁ ଏକ ଢାଲ ଉପହାର ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବ କାଳରେ ଏହି ଢାଲକୁ ରାଜସ୍ଥାନବାସୀ ବ୍ୟବହାର କରୁଥିଲେ ବୋଲି କୁହାଯାଏ ।

ଫିନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ସନ୍ନା ମରିନ (Sanna Marin)ଙ୍କୁ ମୋଦି ଏକ ପିତ୍ତଳର ଗଛ ଦେଇଥିଲେ, ଯାହା ଜୀବନର ଅଭିବୃଦ୍ଧିର ପ୍ରତୀକ ଭାବେ ଗ୍ରହଣ କରାଯାଏ । ସେହିଭଳି ଡେନମାର୍କର ରାଣୀ ମାଦଗ୍ରେଥେଙ୍କୁ ପ୍ରଧାନମନ୍ତ୍ରୀ ଗୁଜୁରାଟର ପ୍ରସ୍ତୁତ ଏକ ପ୍ରିଣ୍ଟିଙ୍ଗ କପଡା ଉପହାର ଦେଇଛନ୍ତି । ଏହି କପଡା ଉପରେ ତେଲ ଓ ପରିବା ଦ୍ୱାରା କିଛି ଚିତ୍ର ଅଙ୍କା ଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.