ETV Bharat / bharat

କାଉଣ୍ଟଡାଉନ ଆରମ୍ଭ, ଆଜି MODI କ୍ୟାବିନେଟ ବିସ୍ତାର !

author img

By

Published : Jul 6, 2021, 9:44 PM IST

Updated : Jul 7, 2021, 7:12 AM IST

କେନ୍ଦ୍ର କ୍ୟାବିନେଟରେ ପରିବର୍ତ୍ତନକୁ ନେଇ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ଆଜି ସଂଧ୍ୟା 6ଟାରେ ହୋଇପାରେ ମୋଦି ମନ୍ତ୍ରୀମଣ୍ଡଳର ବିସ୍ତାର । ଏହାପୂର୍ବରୁ ଦିଲ୍ଲୀ ଦରବାରରେ ଏକଜୁଟ ହେବାରେ ଲାଗିଛନ୍ତି ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁଥିବା ନେତା । ଅଧିକ ପଢନ୍ତୁ...

ଆରମ୍ଭ କାଉଣ୍ଟଡାଉନ, ବୁଧବାର ମୋଦି କ୍ୟାବିନେଟ ବିସ୍ତାର !

ନୂଆଦିଲ୍ଲୀ: ସମୟ ଯେତେ ଗଡିଚାଲିଛି ସସପେନ୍ସ ଉପରୁ ଉଠୁଛି ପରଦା । କଳ୍ପନା ଜଳ୍ପନାରେ ଖୁବଶୀଘ୍ର ପଡିବାକୁ ଯାଉଛି ପୂର୍ଣ୍ଣଛେଦ । ପାୱାର କରିଡରରେ ହଲଚଲ ଚର୍ଚ୍ଚାର ତାତିକୁ ଆହୁରି କରିଛି ସରଗରମ ।

କେନ୍ଦ୍ର କ୍ୟାବିନେଟରେ ପରିବର୍ତ୍ତନକୁ ନେଇ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ଆଜି ସଂଧ୍ୟା 6 ଟାରେ ହୋଇପାରେ ମୋଦି ମନ୍ତ୍ରୀମଣ୍ଡଳର ବିସ୍ତାର । ଏହାପୂର୍ବରୁ ଦିଲ୍ଲୀ ଦରବାରରେ ଏକଜୁଟ ହେବାରେ ଲାଗିଛନ୍ତି ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ଥିବା ନେତା ।

ମନ୍ତ୍ରୀମଣ୍ଡଳ ବିସ୍ତାର ହଲଚଲ ମଧ୍ୟରେ ମଙ୍ଗଳବାର ଦିଲ୍ଲୀ ପହଞ୍ଚିଛନ୍ତି ବିଜେପିର ଅନେକ ନେତା । କଂଗ୍ରେସରୁ ଆସି ବିଜେପିରେ ସାମିଲ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ, ନାରାୟଣ ରାଣେ, ସର୍ବାନନ୍ଦ ସୋନୱାଲ, ସାଂସଦ କପିଲ ପାଟିଲ ଦିଲ୍ଲୀ ପହଞ୍ଚିସାରିଛନ୍ତି । ଏହି ନେତାମାନଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ସରକାରଙ୍କୁ ପ୍ରାୟ 25 ନେତାଙ୍କ ନାଁର କ୍ଲିୟରାନ୍ସ ତାଲିକା ଦେଇଛି ଆଇବି । ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୱାଲ, ଅନୁପ୍ରିୟା ପଟେଲ, ସୁଶୀଲ ମୋଦି, ଶାନ୍ତନୁ ଠାକୁର, ପରମାଣିକ, ନାରାୟଣ ରାଣେ, ରାହୁଲ କାସୱାନ, ଆରସିପି ସିଂ, ଲଲନ ସିଂ, ପୂର୍ବତନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ, ମହାରାଷ୍ଟ୍ରର ନନ୍ଦୁରବାର ସାଂସଦ ହିନା ଗାଭିତ, ବିଜେପି ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସଦସ୍ୟ ଭୁପେନ୍ଦ୍ର ଯାଦବ, ଓଡିଶାର ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବଙ୍କ ନାଁ ସାମିଲ ରହିଛି । ଏହି ନେତାମାନଙ୍କ ମଧ୍ୟରୁ ଅନେକ ମଙ୍ଗଳବାର ଦିନ ଦିଲ୍ଲୀରେ ପହଞ୍ଚିଛନ୍ତି।

ଗୃହମନ୍ତ୍ରୀ ଅମିତ ଶାହାଙ୍କ ଡାକରା ପରେ ଏଲଜେପି ନେତା ପଶୁପତି ପାରସ ଦିଲ୍ଲୀରେ ପହଞ୍ଚିଛନ୍ତି। କେବଳ ଏତିକି ନୁହେଁ, ପୋଷାକ ପାଇଁ ସପିଂ କରୁଥିବା ପଶୁପତି ପାରସଙ୍କ ଭିଡିଓ ମଧ୍ୟ ଭାଇରାଲ ହୋଇଛି ଯେଉଁଥିରେ ସେ କୁର୍ତ୍ତା କିଣୁଛନ୍ତି। ଯଦିଓ ଏଲଜେପି ନେତା ଚିରାଗ ପାସୱାନ ଦାବି କରିଛନ୍ତି ଯେ ଯଦି ଦାଦା ପଶପୁତି ପାରସଙ୍କୁ ଏଲଜେପି କୋଟାରୁ କେନ୍ଦ୍ର କ୍ୟାବିନେଟରେ ନିଆଯାଏ, ତେବେ ସେ କୋର୍ଟକୁ ଯିବାକୁ ବାଧ୍ୟ ହୋଇପାରନ୍ତି, ତଥାପି ଏଲଜେପିରୁ ଜଣେ କ୍ୟାବିନେଟ ଏବଂ ଜଣେ ରାଜ୍ୟ ମନ୍ତ୍ରୀ ହେବେ ବୋଲି ମଧ୍ୟ ଖବର ରହିଛି।

କେଉଁ ନୂଆ ଚେହେରାଙ୍କୁ ଦିଆଯିବ ଜାଗା ? କାହାକୁ ଦେଖାଇଦିଆଯିବ ବାହାରର ରାସ୍ତା ? କିଏ ଆଉଟ ହେବ ଆଉ କିଏ ପାସ ସାର୍ଟିଫିକେଟ ଧରି ନିଜ ସ୍ଥାନ ବଜାୟ ରଖିବ, ତମାମ ପ୍ରଶ୍ନ ମଧ୍ୟରେ ମୋଦି ମନ୍ତ୍ରୀମଣ୍ଡଳର ନୂଆ ରୂପରେଖ ଉପରେ ରହିଛି ସମସ୍ତଙ୍କ ନଜର ।

ମୋଦି ସରକାରଙ୍କ ଦ୍ବିତୀୟ ଇନିଙ୍ଗ୍ସକୁ ଦୁଇ ବର୍ଷରୁ ଅଧିକ ସମୟ ହୋଇଗଲାଣି । ଏହାରି ମଧ୍ୟରେ ମନ୍ତ୍ରୀମଣ୍ଡଳ ବିସ୍ତାରରୁ ହେବାକୁ ଥିବା 5 ରାଜ୍ୟରେ ମହାସମରର ରାଜନୈତିକ ସମୀକରଣର ମଧ୍ୟ ଅଙ୍କ କଷାଯାଇପାରେ ।

ମନ୍ତ୍ରମଣ୍ଡଳ ଜରିଆରେ ମହିଳା ପ୍ରତିନିଧିତ୍ବକୁ ଦିଆଯାଇପାରେ ଗୁରୁତ୍ବ । ଏହି ପରିବର୍ତ୍ତନରେ ସବୁଠୁ ଖାସ କଥା ଏହା ହିଁ ରହିଛି । ଅପନାଦଳର ଅନୁପ୍ରିୟା ପଟେଲ ମହିଳା କୋଟାର ରେସରେ ସବୁଠୁ ଆଗରେ ରହିଛନ୍ତି । କ୍ୟାବିନେଟ ବିସ୍ତାର ପରେ ବର୍ତ୍ତମାନ ତୁଳନାରେ ମନ୍ତ୍ରୀମଣ୍ଡଳରେ ମହିଳାଙ୍କ ସଂଖ୍ୟା ବଢିବ ।

କ୍ୟାବିନେଟ ବିସ୍ତାର ଜରିଆରେ ଏହି ସରକାର ଗରିବ, ଦଳିତ, ବଞ୍ଚିତଙ୍କ ସରକାର ବୋଲି ବାର୍ତ୍ତା ଦେବା ଉପରେ ଜୋର ଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନୁମାନ କରାଯାଉଛି ଯେ ଏହି ବିସ୍ତାରରେ ଓବିସି କୋଟାରୁ ନେତାଙ୍କୁ କ୍ୟାବିନେଟରେ ଜାଗା ଦିଆଯିବ । ଏହାସହ ସୂଚନା ଅନୁଯାୟୀ, କ୍ୟାବିନେଟରେ ଦଳିତ ସମୁଦାୟରୁ ରେକର୍ଡ ପ୍ରତିନିଧିତ୍ବ ରହିବ ।

ମହତ୍ବପୂର୍ଣ୍ଣ କଥା ହେଉଛି ଯେ ଏହି କ୍ୟାବିନେଟ ବିସ୍ତାରରେ ସାମିଲ ହେବାକୁ ଥିବା ନେତାଙ୍କ ମଧ୍ୟରୁ ଅତିକମରେ 5 ଜଣ ଏପରି ନେତା ଅଛନ୍ତି ଯେଉଁମାନଙ୍କ ବୟସ 50 ବର୍ଷରୁ କମ ରହିଛି । ଏଥିରୁ ସ୍ପଷ୍ଟ ଯେ ମୋଦି ସରକାର ଏଥର ବିସ୍ତାରରେ ଯୁବମନ୍ତ୍ରୀଙ୍କୁ ଦେଉଛନ୍ତି ଅଧିକ ଗୁରୁତ୍ବ । ଯଦି ଏଥିରେ ମୋହର ଲାଗେ ତେବେ, ଏହି ବିସ୍ତାର ପରେ ଏହା ଇତିହାସର ସବୁଠୁ ଯୁବ ମନ୍ତ୍ରୀମଣ୍ଡଳ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 7, 2021, 7:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.