ETV Bharat / bharat

ଗୁରୁ ନାନକଙ୍କ ୫୫୨ ଜୟନ୍ତୀରେ ଶୁଭେଚ୍ଛା ଦେଲେ ପ୍ରଧାନମନ୍ତ୍ରୀ

author img

By

Published : Nov 19, 2021, 12:06 PM IST

ଆଜି ହେଉଛି ଗୁରୁ ନାନକଙ୍କର ୫୫୨ ତମ ପବିତ୍ର ଜନ୍ମ ଦିବସ । ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ 15 ଏପ୍ରିଲ 1469 ରେ ତଥା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ପଞ୍ଜାବର ତଲୱଣ୍ଡିରେ ଜନ୍ମଗ୍ରହଣ କରିଥିଲେ । ଅଧିକ ପଢନ୍ତୁ

Guru Nanak Jayanti 2021
Guru Nanak Jayanti 2021

ନୂଆଦିଲ୍ଲୀ: ଆଜି ଗୁରୁ ନାନକଙ୍କ ୫୫୨ ଜୟନ୍ତୀ । ଏହି ଦିନକୁ ଗୁରୁ ପୂର୍ଣ୍ଣିମା ଭାବରେ ପାଳନ କରାଯାଏ । ଏହି ଦିନ ଶିଖ୍ ଧର୍ମାଲମ୍ବୀଙ୍କ ପାଇଁ ଏକ ବଡ ଦିନ । ଆଜି ସେମାନେ ଗୁରୁଦ୍ବାରରେ ଭଜନ କୀର୍ତ୍ତନ କରି ଧର୍ମଗୁରୁ ନାନକଙ୍କୁ ପୂଜା କରିଥାନ୍ତି। ଗୁରୁ ନାନକ ଶିଖ୍ ଧର୍ମର ପ୍ରତିଷ୍ଠାତା ଥିଲେ । ତାଙ୍କ ଶିକ୍ଷା ଆଜିବି ଅନେକଙ୍କୁ ସଠିକ ମାର୍ଗ ପାଇଁ ପଥ ପ୍ରଦର୍ଶକ କରିଛି ।

ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ପ୍ରକାଶ ପୁରବର ବିଶେଷ ଉତ୍ସବରେ ମୁଁ ତାଙ୍କର ଧାର୍ମିକ ଚିନ୍ତାଧାରା ଏବଂ ଶ୍ରେଷ୍ଠ ଆଦର୍ଶଗୁଡ଼ିକୁ ସ୍ମରଣ କରୁଛି । ଏକ ନ୍ୟାୟପୂର୍ଣ୍ଣ, କରୁଣାମୟ ଏବଂ ଅନ୍ତର୍ଭୂକ୍ତ ସମାଜ ପାଇଁ ତାଙ୍କର ଦୃଷ୍ଟିକୋଣ ଆମକୁ ପ୍ରେରଣା ଦିଏ । ସେବା ପାଇଁ ଶ୍ରୀ ଗୁରୁ ନାନକ ଦେବ ଜୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଯାହା ଆମକୁ ସର୍ବତା ଉତ୍ସାହ ଦିଏ ।

  • On the special occasion of the Parkash Purab of Sri Guru Nanak Dev Ji, I recall his pious thoughts and noble ideals. His vision of a just, compassionate and inclusive society inspires us. Sri Guru Nanak Dev Ji’s emphasis on serving others is also very motivating.

    — Narendra Modi (@narendramodi) November 19, 2021 " class="align-text-top noRightClick twitterSection" data=" ">

ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ 15 ଏପ୍ରିଲ 1469 ରେ ତଥା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ପଞ୍ଜାବର ତଲୱଣ୍ଡିରେ ଜନ୍ମଗ୍ରହଣ କରିଥିଲେ ଯାହା ବର୍ତ୍ତମାନ ପାକିସ୍ତାନରେ ରହିଛି । ଏହି ସ୍ଥାନ ନାନକାନା ସାହେବ ନାମରେ ମଧ୍ୟ ଜଣାଶୁଣା । ପ୍ରତିବର୍ଷ କାର୍ତ୍ତିକ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ଦିନ ଏହି ଜନ୍ମ ବାର୍ଷିକୀକୁ କରତାରପୁର କରିଡର, ଚଣ୍ଡିଗଡ଼ର ସ୍ଵର୍ଣ୍ଣ ମନ୍ଦିର ସମେତ ପୃଥିବୀର ସମସ୍ତ ଗୁରୁଦ୍ବାରରେ ବହୁତ ଆନନ୍ଦ ଏବଂ ଉଲ୍ଲାସରେ ପାଳନ କରାଯାଏ । ଏହି ଦିନକୁ ଗୁରୁ ପର୍ବ ଏବଂ ପ୍ରକାଶ ପର୍ବ ଭାବରେ ପାଳନ କରାଯାଏ ।

ଏହି ପର୍ବ ଦିନ ଗୁରୁ ନାନକ ଦେବଙ୍କ ଦ୍ବାରା ଦିଆଯାଇଥିବା ଶିକ୍ଷାଗୁଡ଼ିକ କୁହାଯାଏ ଏବଂ ଗୁରୁ ଗ୍ରନ୍ଥ ସାହିବ ପାଠ କରାଯାଏ । ଗୁରୁ ନାନକଙ୍କ ଶିକ୍ଷା ଆଜି ମଧ୍ୟ ସଠିକ ପଥରେ ଚାଲୁଥିବା ଲୋକଙ୍କୁ ମାର୍ଗଦର୍ଶନ କରିଥାଏ । ତାଙ୍କ ଅନୁଗାମୀମାନେ ତାଙ୍କୁ ନାନକ ଏବଂ ନାନକ ଦେବ, ବାବା ନାନକ ଏବଂ ନାନକ ଶାହାଜୀ ଭଳି ନାମରେ ସମ୍ବୋଧିତ କରନ୍ତି । ତାଙ୍କର ଅନେକ ଚମତ୍କାରିକ କାର୍ଯ୍ୟ ପାଇଁ ସେ 7-8 ବର୍ଷ ବୟସରେ ବହୁ ପ୍ରସିଦ୍ଧି ଲାଭ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.