ETV Bharat / bharat

ପ୍ରବାସୀ ଭାରତୀୟ ଦିବସରେ ମୋଦିଙ୍କ ଶୁଭେଚ୍ଛା, 'ବିଶ୍ବରେ ଭାରତୀୟ ଭାବନାର ପ୍ରତୀକ NRI' - ପ୍ରବାସୀ ଭାରତୀୟ ଦିବସ

PM Modi On NRI Day: ଭାରତ ଏବଂ ବୈଦେଶିକ ମନ୍ତ୍ରଣାଳୟ ଦ୍ବାରା ଭାରତୀୟ ପ୍ରବାସୀ ଦିବସ ପାଳନ କରାଯାଏ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

PM Modi On NRI Day
ପ୍ରବାସୀ ଭାରତୀୟ ଦିବସ
author img

By ETV Bharat Odisha Team

Published : Jan 9, 2024, 10:45 AM IST

ହାଇଦ୍ରାବାଦ: ଆଜି ପ୍ରବାସୀ ଭାରତୀୟ ଦିବସ । ଭାରତର ବିକାଶରେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟର ଅବଦାନକୁ ସ୍ମରଣ କରିବା ପାଇଁ ଜାନୁଆରୀ ୯ ତାରିଖକୁ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଏ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରବାସୀ ଭାରତୀୟଙ୍କୁ ଶୁଭକାମନା ଜଣାଇଛନ୍ତି । ଆମର ଐତିହ୍ୟକୁ ବଞ୍ଚାଇ ରଖିବା ତଥା ବିଶ୍ବସ୍ତରରେ ସମ୍ପର୍କକୁ ମଜଭୁତ କରିବା ଦିଗରେ ପ୍ରବାସୀ ଭାରତୀୟଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରବାସୀ ଭାରତୀୟଙ୍କ ଅବଦାନ ବାସ୍ତବରେ ପ୍ରଶଂସନୀୟ ବୋଲି ସେ ପ୍ରକାଶ କରିଛନ୍ତି ।

  • Greetings on Pravasi Bharatiya Diwas. This is a day to celebrate the contributions and achievements of the Indian diaspora worldwide. Their dedication towards preserving our rich heritage and strengthening global ties is commendable. They embody the spirit of India across the…

    — Narendra Modi (@narendramodi) January 9, 2024 " class="align-text-top noRightClick twitterSection" data=" ">

ମୋଦି ଟ୍ବିଟ୍ କରି କହିଛନ୍ତି, "ସମସ୍ତଙ୍କୁ ପ୍ରବାସୀ ଭାରତୀୟ ଦିବସର ଶୁଭକାମନା । ସମଗ୍ର ବିଶ୍ବରେ ଭାରତୀୟ ପ୍ରବାସୀଙ୍କ ଅବଦାନ ଏବଂ ସଫଳତାକୁ ପାଳନ କରିବା ପାଇଁ ଏକ ପ୍ରକାର ଉତ୍ସବର ଦିନ । ଆମର ଐତିହ୍ୟକୁ ବଞ୍ଚାଇ ରଖିବା ତଥା ବିଶ୍ବ ସ୍ତରରେ ସମ୍ପର୍କକୁ ମଜଭୁତ କରିବା ଦିଗରେ ପ୍ରବାସୀ ଭାରତୀୟଙ୍କ ନିଷ୍ଠା ସତରେ ପ୍ରଶଂସାଯୋଗ୍ୟ । ପ୍ରବାସୀ ଭାରତୀୟମାନେ ସମଗ୍ର ବିଶ୍ବରେ ଭାରତୀୟ ଭାବନାର ପ୍ରତୀକ ଅଟନ୍ତି । ଏକତା ଏବଂ ବିବିଧତାର ଭାବନାକୁ ପ୍ରୋତ୍ସାହିତ କରିଥାଏ ।" ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଟ୍ବିଟକୁ ଅନେକ ସଂଖ୍ୟାରେ ଭାରତୀୟ ଲାଇକ, ସେୟାର ଏବଂ ରିଟ୍ବିଟ୍ କରିଛନ୍ତି ।

ଅଟଳ ବିହାରୀ ବାଜପେୟୀ ଆରମ୍ଭ କରିଥିଲେ ଦିବସ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା 2002 ମସିହାରେ ପ୍ରବାସୀ ଭାରତୀୟ ଦିବସ ଆରମ୍ଭ ହୋଇଥିଲା । 2002 ମସିହା ଠାରୁ ଏହି ଦିବସ ପାଳନ କରାଯାଉଛି । ପରିସଂଖ୍ୟାନ ଅନୁସାରେ, ପ୍ରାୟ 48ଟି ଦେଶରେ ରହିଛନ୍ତି ଭାରତୀୟ । ଏହି ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ପ୍ରାୟ 2 କୋଟି ଅଟେ । ଭାରତୀୟ ଅର୍ଥନୀତିରେ ପ୍ରବାସୀ ଭାରତୀୟଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।

  • On Pravasi Bharatiya Diwas, greetings to the Indian Diaspora across the world.

    We take immense pride in your achievements.

    Your outstanding contributions play a crucial role in enhancing India's global standing.

    — Dr. S. Jaishankar (@DrSJaishankar) January 9, 2024 " class="align-text-top noRightClick twitterSection" data=" ">

ସେହିପରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି, "ପ୍ରବାସୀ ଭାରତୀୟ ଦିବସ ଅବସରରେ ସମସ୍ତ ବିଶ୍ବରେ ରହିଥିବା ଭାରତୀୟଙ୍କୁ ଶୁଭେଚ୍ଛା । ଆପଣମାନଙ୍କ ସଫଳତା ପାଇଁ ଆମେ ଗର୍ବିତ । ବିଶ୍ବ ସ୍ତରରେ ଭାରତର ପ୍ରତିଷ୍ଠା ବୃଦ୍ଧିରେ ପ୍ରବାସୀମାନଙ୍କର ଉତ୍କୃଷ୍ଟ ଅବଦାନ ରହିଛି ।"

ଏହା ମଧ୍ୟ ପଢନ୍ତୁ: ଆଜି ପ୍ରବାସୀ ଭାରତୀୟ ଦିବସ: ଜାଣନ୍ତୁ କାହିଁକି ହୁଏ ପାଳନ, ଦେଶ ବିକାଶରେ ପ୍ରବାସୀଙ୍କ ଅବଦାନ

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରବାସୀ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏକ୍ସରେ ଏକ ପୋଷ୍ଟ କରି ମନ୍ତ୍ରୀ ଲେଖିଛନ୍ତି, "ବିଶ୍ବରେ ରହିଥିବା ସମସ୍ତ ଭାରତୀୟଙ୍କୁ ପ୍ରବାସୀ ଭାରତୀୟ ଦିବସର ଶୁଭେଚ୍ଛା । ଆମର ସମୃଦ୍ଧ ସଂସ୍କୃତି ଏବଂ ମୂଲ୍ୟବୋଧର ରାଷ୍ଟ୍ରଦୂତ ଭାବରେ ସେମାନେ ବିଶ୍ବରେ ଏକ ସ୍ଥାୟୀ ପ୍ରଭାବ ପକାଇଛନ୍ତି । ସେମାନଙ୍କର ପ୍ରତିଭା ଏବଂ ପରିଶ୍ରମ କେବଳ ସେମାନେ ରହୁଥିବା ଦେଶକୁ ସମୃଦ୍ଧ କରେ ନାହିଁ ବରଂ ଭାରତକୁ ବିଶ୍ୱ ମାନ୍ୟତା ଦେବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।"

  • प्रवासी भारतीय दिवस की हार्दिक शुभकामनाएं।

    Greetings to the vibrant Indian diaspora across the globe on #PravasiBharatiyaDivas. As ambassadors of our rich culture and values, they have made a lasting impact worldwide. Their talent and hard work have not only enriched the… pic.twitter.com/qR4ToBfoxH

    — Dharmendra Pradhan (@dpradhanbjp) January 9, 2024 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.