ETV Bharat / bharat

ପର୍ଯ୍ୟାପ୍ତ ପରିମାଣରେ ଅଛି କି ନାହିଁ ଅକ୍ସିଜେନ, ଆଜି ବୈଠକରେ ସମୀକ୍ଷା କରିବେ ମୋଦି - ପିଏମ ମୋଦି

ଦେଶରେ ଅକ୍ସିଜେନ ଉପଲବ୍ଧତା ନେଇ ସମୟ 11ଟା 30ରେ ଏକ ଉଚ୍ଚସ୍ତରୀୟ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
author img

By

Published : Jul 9, 2021, 10:57 AM IST

ନୂଆଦିଲ୍ଲୀ: କୋରୋନା ମହାମାରୀ ନେଇ ଦେଶରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଘନ ଘନ ବୈଠକ ବସୁଛି । ଦ୍ବିତୀୟ ଲହର କୋପ ନ ସରୁଣୁ ଦେଶରେ ତୃତୀୟ ଲହର ଭୟ ସୃଷ୍ଟି ହୋଇଛି । ଦେଶରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ ଉପଲବ୍ଧ ରହିଛି କି ନାହିଁ ତାର ସମୀକ୍ଷା ନେଇ 11ଟା 30ରେ ଏକ ଉଚ୍ଚସ୍ତରୀୟ ବୈଠକ କରିବେ ପ୍ରଧାମନ୍ତ୍ରୀ ।

  • PM Modi to chair a high-level meeting to review augmentation & availability of oxygen across the country at 11:30 am.

    (file pic) pic.twitter.com/arXPYBYejN

    — ANI (@ANI) July 9, 2021 " class="align-text-top noRightClick twitterSection" data=" ">

ଏହା ପୂର୍ବରୁ ଜୁନ 26ରେ ଟୀକାକରଣ ଗତିପଥ ଓ କୋଭିଡ ସ୍ଥିତି ନେଇ ବରିଷ୍ଠ ଅଧିକାରୀଙ୍କ ସହିତ ଏକ ବୈଠକ କରିଥିଲେ । ସପ୍ତାହ ମଧ୍ୟରେ ଟୀକାକରଣରେ ହାସଲ ହୋଇଥିବା ସଫଳତା ପାଇଁ ଖୁସି ବ୍ୟକ୍ତ କରିଥିଲେ ।

କୋରୋନା ମହାମାରୀର ଦ୍ବିତୀୟ ଲହରରେ ଦେଶରେ ଅମ୍ଳଜାନର ଅଭାବ ଦେଖାଦେଇଛି । ଏପ୍ରିଲର ଶେଷ ଦୁଇ ସପ୍ତାହ ଓ ମେ ପ୍ରଥମ ଦୁଇ ସପ୍ତାହ ଏହି ସମସ୍ୟାରେ ପେଶି ହୋଇଥିଲେ ଦେଶବାସୀ । ଆଗକୁ ଯେପରି ଏହି ସମସ୍ୟା ନଉପୁଜେ ସେ ନେଇ ଏହି ସମୀକ୍ଷା ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରକାଶ ଥାଉ କି, ଆଜି ଦେଶରେ 43,393 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 24 ଘଣ୍ଟାରେ 911ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷକୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.