ETV Bharat / bharat

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଭଳି ସମାନ ଦଶା ଭୋଗିବେ ନରେନ୍ଦ୍ର ମୋଦି: TMC MLA - ମେଟ୍ରୋ ଉଦଘାଟନକୁ ମମତା ବାନାର୍ଜୀଙ୍କୁ ନିମନ୍ତ୍ରଣ କରାନଯିବା ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଭଳି ସମାନ ଦଶା ଭୋଗିବେ କହିଲେ ଟିଏମସି ବିଧାୟକ ଇଦ୍ରସ ଅଲି । ଅଧିକ ପଢନ୍ତୁ

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଭଳି ସମାନ ଦଶା ଭୋଗିବେ ନରେନ୍ଦ୍ର ମୋଦି: TMC MLA

author img

By

Published : Jul 10, 2022, 8:31 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଭଳି ସମାନ ଦଶା ଭୋଗିବେ କହିଲେ ଟିଏମସି ବିଧାୟକ । ପଶ୍ଚିମବଙ୍ଗ ତୃଣ ମୂଳ କଂଗ୍ରେସ ବିଧାୟକ ଇଦ୍ରସ ଅଲି ଆଜି ଏପରି କହିଛନ୍ତି । ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତବାୟା ରାଜପକ୍ଷଙ୍କ ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଏକଦା ଜନ ଅକ୍ରୋଶର ଶିକାର ହେବାକୁ ପଡିବ ବୋଲି ଅଲୀ କହିଛନ୍ତି ।

ତେବେ ପଶ୍ଚିମବଙ୍ଗରେ ଶିଲଦାହ ମେଟ୍ରୋ ଷ୍ଟେସନ ଉଦଘାଟନ ଅବସରକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିମନ୍ତ୍ରଣ କରାନଯିବା ପରେ ଅଲୀ ଏପରି କ୍ଷୋଭ ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ, ଆସନ୍ତାକାଲି(ସୋମବାର) ପଶ୍ଚିମବଙ୍ଗର ବହୁ ପ୍ରତିକ୍ଷୀତ ମେଟ୍ରୋ ଲାଇନର ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । କିନ୍ତୁ ଏହି ଉଦଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିମନ୍ତ୍ରଣ କରିନାହାନ୍ତି କେନ୍ଦ୍ର ସରକାର, ଯାହାକୁ ନେଇ TMC ନେତାମାନେ ଉତକ୍ଷିପ୍ତ ହୋଇଯାଇଛନ୍ତି ।

ଇଦ୍ରସ କହିଛନ୍ତି ଯେ, "ମମତା ବାନାର୍ଜୀଙ୍କୁ ଉଦଘାଟନୀ ଉତ୍ସବକୁ ନିମନ୍ତ୍ରଣ ନକରିବା ଅନ୍ୟାୟ । କାରଣ ମୁଖ୍ୟମନ୍ତ୍ରୀ ମମତା ରେଳମନ୍ତ୍ରୀ ଥିବାବେଳେ ଏହି ପ୍ରୋଜେକ୍ଟ ଆରମ୍ଭ ହୋଇଥିଲା । ଉଦଘାଟନୀ ସମାରୋହରେ ରାଜ୍ୟ ସରକାରଙ୍କ କୌଣସି ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇ ନଥିବାରୁ କ୍ଷୋଭ ପ୍ରକାଶ କରିଛି ଟିଏମସି । ଏହାକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଦଶା ଭୋଗିବେ ବୋଲି କହିଛନ୍ତି ଇଦ୍ରସ ।

ପ୍ରକାଶ ଥାଉ ଯେ, ଶ୍ରୀଲଙ୍କାରେ ଲାଗି ରହିଥିବା ଆର୍ଥିକ ସଙ୍କଟକୁ ନେଇ ଦେଶବାସୀ ରାଷ୍ଟ୍ରପତି ଗୋତବାୟାଙ୍କ ସରକାରୀ ବାସଭବନ ଘେରିଥିଲେ । ଫଳରେ ଗୋଟାବାୟା ସୁରକ୍ଷା ପାଇଁ ନିଜ ବାସଭବନ ଛାଡି ଅନ୍ୟତ୍ର ପଳାୟନ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.